
ଗାଜାର ଆତଙ୍କବାଦୀ ମାନେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲୀ ସେନାବାହିନୀ ପକ୍ଷରୁ ଗାଜା ଉପରେ ଆକ୍ରମଣ କରାଯାଇଛି। ବୁଧବାର ରାତିରେ ଇସ୍ରାଏଲ୍ର ଦକ୍ଷିଣ ଭାଗରେ ଆତଙ୍କୀ ମାନେ ଏକ ରକେଟ ମାଡ କରିଥିଲେ। ଗୁରୁବାର ସକାଳୁ ଇସ୍ରାଏଲ୍ ପକ୍ଷରୁ ବିମାନ ଆକ୍ରମଣ କରାଯାଇଥିଲା। ଗାଜାରେ ରହିଥିବା ବିଭିନ୍ନ ଭୂତଳ ଆଡ୍ଡା ଉପରେ ବିମାନ ଆକ୍ରମଣ କରାଯାଇ ଏହାକୁ ନଷ୍ଟ କରି ଦିଆଯାଇଛି ବୋଲି ଇସ୍ରାଏଲୀ ସେନା ପକ୍ଷରୁ କୁହାଯାଇଛି। ମେ ମାସ ପରଠାରୁ ଏହା ଉଭୟ ରାଷ୍ଟ୍ର ମଧ୍ୟରେ ୧୧ ଥର ନିୟନ୍ତ୍ରଣ ରେଖା ଉଲ୍ଲଂଘନ କରାଯାଇଛି। ଏହି ଆକ୍ରମଣ ପରେ ପାଲେଷ୍ଟାଇନ୍ ମତ୍ସ୍ୟଜୀବିଙ୍କ ପାଇଁ ଉଦ୍ଦିଷ୍ଟ ଜଳକୁ ବନ୍ଦ କରି ଦେଇଛି ଇସ୍ରାଏଲ୍।