Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା
ଆଜିର ଖବର

ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା

January 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲା ଆଜି ସାଗର ପରିକ୍ରମା ଯାତ୍ରା ଏକାଦଶ ପର୍ଯ୍ୟାୟ ଅବସରରେ ଜଗତସିଂହପୁର ଜିଲ୍ଲାର ପାରାଦୀପ ମାଛଧରା ପୋତାଶ୍ରୟରେ ମତ୍ସ୍ୟଜୀବୀ ପୁରୁଷ ଓ ମହିଳାଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ଓ ଅସୁବିଧା ପଚାରି ବୁଝିଛନ୍ତି। ଏହି ଅବସରରେ ସେ ମତ୍ସ୍ୟଜୀବୀ ହିତାଧିକାରୀଙ୍କୁ କେସିସି, ପ୍ରମାଣପତ୍ର/ମଞ୍ଜୁରୀ ଆଦେଶ ଓ କ୍ଷାର ପାଣି ପୋଖରୀ ସବସିଡି ପ୍ରଦାନ କରିଥିଲେ ଏବଂ ଜିଏଆଇଏସ୍ ହିତାଧିକାରୀଙ୍କୁ ମଧ୍ୟ ଚେକ୍ ବାଣ୍ଟିଥିଲେ।

ଏହା ସହ ପାରାଦୀପ ମାଛ ଧରା ପୋତାଶ୍ରୟର ଆଧୁନିକୀକରଣ ଓ ଉନ୍ନତିକରଣ ପାଇଁ ପରଷୋତ୍ତମ ରୂପାଲା ଏହି ପ୍ରକଳ୍ପର ଉଦ୍ ଘାଟନ ଓ ଶିଳାନ୍ୟାସ କରିଥିଲେ।

ସାଗର ପରିକ୍ରମା ଯାତ୍ରା ଅନ୍ତର୍ଗତ ଆଜି ଶ୍ରୀ ରୂପାଲା ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲାର ଖରିନାସୀ ମତ୍ସ୍ୟ ଅବତରଣ କେନ୍ଦ୍ରରେ ପହଞ୍ଚି ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଓ ମତ୍ସ୍ୟଜୀବୀ ସମ୍ପ୍ରଦାୟର ପ୍ରତିନିଧିଙ୍କ ମିଳିତ ଉଦ୍ୟମକୁ ଦେଖିବାକୁ ପାଇଥିଲେ। ଶ୍ରୀ ରୂପାଲା ବର୍ଦ୍ଧିତ ଚାହିଦା ପୂରଣ କରିବାରେ ମତ୍ସ୍ୟ ଚାଷୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଆମର ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ଚାଷୀଙ୍କ ଅମୂଲ୍ୟ ଅବଦାନକୁ ସ୍ୱୀକାର କରିଥିଲେ। ଏମାନେ ଆମକୁ ଖାଦ୍ୟ ଏବଂ ଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଯୋଗାଇବା ପାଇଁ ଅକ୍ଳାନ୍ତ ପରିଶ୍ରମ କରନ୍ତି ବୋଲି ସେ କହିଥିଲେ।

ଏହା ଶୁଣି ହିତାଧିକାରୀମାନେ ଖୁସି ହୋଇଥିଲେ ଏବଂ ସେମାନେ ଏହି ଯାତ୍ରା ସେମାନଙ୍କ ଜୀବନରେ ଆଣିଥିବା ଗୁରୁତ୍ୱ ଏବଂ ପ୍ରଭାବ ବିଷୟରେ କହିପାରିଥିଲେ। ହିତାଧିକାରୀମାନେ ଏକ ଖୋଲା ଆଲୋଚନାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ଏବଂ ବାୟୋଫ୍ଲକ୍, ଆରଏଏସ୍, ଶୀତଳ ଭଣ୍ଡାରର ବିକାଶ ଇତ୍ୟାଦି ଜ୍ଞାନକୌଶଳ ବିଷୟରେ ଆଲୋଚନା କରିଥିଲେ। ସେମାନଙ୍କୁ କିଷାନ କ୍ରେଡିଟ୍ କାର୍ଡ (କେସିସି) ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

ଏହାପରେ ମତ୍ସ୍ୟଜୀବୀଙ୍କ ଘର ପାଖରେ ହୋଇଥିବା ଆଲୋଚନାରେ ସେମାନେ କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ସମସ୍ୟା ସମାଧାନ ଓ ପ୍ରସଙ୍ଗକୁ ନେଇ ଅନୁରୋଧ କରିଥିଲେ। ଏହା ଶୁଣିବା ପରେ ମତ୍ସ୍ୟଜୀବୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ରୂପାଲା କହିଥିଲେ।

ସାଗର ପରିକ୍ରମା ପର୍ଯ୍ୟାୟ ଏକାଦଶ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ପାଖାପାଖି ୫୫୦୦ ମତ୍ସ୍ୟଜୀବୀ, ବିଭିନ୍ନ ମତ୍ସ୍ୟଜୀବୀ ଓ ବିଶେଷଜ୍ଞ ଯୋଗ ଦେଇଥିଲେ। ପାରାଦୀପ ମାଛଧରା ପୋତାଶ୍ରୟରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ଦୁଗ୍ଧ ଉତ୍ପାଦନ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗର ଯୁଗ୍ମ ସଚିବ ନିତୁ କୁମାରୀ ପ୍ରସାଦ, ଏନ୍ଏଫଡିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ଏଲ୍ ନରସିଂହ ମୂର୍ତ୍ତି ଓ ଅନ୍ୟ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।

୭ ଜାନୁଆରୀ ୨୦୨୪ରୁ ଆରମ୍ଭ ହୋଇଥିବା ସାଗର ପରିକ୍ରମା ଯାତ୍ରାର ଏକାଦଶ ପର୍ଯ୍ୟାୟ ଓଡ଼ିଶାର ଗଞ୍ଜାମ ଓ ପୁରୀ ଜିଲ୍ଲାରେ ଶେଷ ହୋଇସାରିଛି । କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀଙ୍କ ନେତୃତ୍ୱରେ ସାଗର ପରିକ୍ରମା ହେଉଛି ମତ୍ସ୍ୟଜୀବୀଙ୍କ ପାଇଁ ବ୍ୟାପକ ପ୍ରୋତ୍ସାହନ ଅଭିଯାନ। ଏହି କାର୍ଯ୍ୟକ୍ରମ ମତ୍ସ୍ୟଜୀବୀମାନଙ୍କୁ ଭେଟିବା, ସେମାନଙ୍କ ଅସୁବିଧା ଶୁଣିବା, ଗ୍ରାମସ୍ତରୀୟ ବାସ୍ତବତାକୁ ଦେଖିବା, ଦୀର୍ଘସ୍ଥାୟୀ ମାଛଧରାକୁ ପ୍ରୋତ୍ସାହିତ କରିବା ଏବଂ ଶେଷ ଧାଡ଼ିରେ ଥିବା ମତ୍ସ୍ୟଜୀବୀଙ୍କ ପାଖରେ ସରକାରୀ ପଦକ୍ଷେପ ପହଞ୍ଚାଇବାରେ ସହାୟକ ହେବ।

ଏକାଦଶ ପର୍ଯ୍ୟାୟ ପରଷୋତ୍ତମ ରୂପାଲା ସାଗର ପରିକ୍ରମା ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026
Latest News

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.