Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଡିଏ ବର୍ଷ ପରେ ପୁଣି ଥରେ ତୁଳସୀ
ଆଜିର ଖବର

କୋଡିଏ ବର୍ଷ ପରେ ପୁଣି ଥରେ ତୁଳସୀ

January 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ସନ୍ଧ୍ୟା ହେଲେ ଗାଁ ଦାଣ୍ଡ ଶୂନସାନ୍ ହେଇଯାଉଥିଲା। ତୁଳସୀ ତୁଳସୀ ଗୀତଟି କାନରେ ଶୁଭିଲେ ଛୋଟ ଛୁଆ ଠାରୁ ବୋହୂ, ଆଈ ପର୍ଯ୍ୟନ୍ତ ସମସ୍ତେ ଟିଭି ସାମ୍ନାରେ ବସି ପଡୁଥିଲେ। ଟାଇଟେଲ ଗୀତ ଟି ଦେହକୁ ଶୀତେଇ ଦେଉଥିଲା। ଶୈଳଭାମା ମହାପାତ୍ର ଙ୍କ କଣ୍ଠର ଯାଦୁ ସମସ୍ତ ଦର୍ଶକଙ୍କ ମନରେ ଗୁଣୁଗୁଣୁ ଶୁଭୁଥିଲା। “ତୁଳସୀ ତୁଳସୀ, ଆମ ଅଗଣାର ତୁଳସୀ, ସେ ତ ଦୁଇ ପତରରୁ ବାସୁଅଛି…..”।

ଓଡିଆ ଟେଲିଭିଜନ ଦୁନିଆରେ ପ୍ରଥମଥର ପାଇଁ ଇତିହାସ ସୃଷ୍ଟି କରିବାକୁ ଯାଉଛି କଲର୍ସ ଓଡ଼ିଆ ଚ୍ୟାନେଲ। ଦୀର୍ଘବର୍ଷ ଧରି ଈ ଟିଭି ଓଡ଼ିଆ ଚ୍ୟାନେଲରେ ପ୍ରସାରିତ ହୋଇଥିବା ଧାରାବାହିକ ତୁଳସୀ ପୁଣି ଥରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରସାରିତ ହେଉଛି। ପ୍ରତିଟି ଓଡ଼ିଆ ଦର୍ଶକଙ୍କ ମନରେ ଘର କରିଥିଲା ତୁଳସୀ। ଧାରାବାହିକ ତୁଳସୀ ବନ୍ଦ ହେବା ଦିନଠୁ ଆଜି ପର୍ଯ୍ୟନ୍ତ ମନରୁ ପାଶୋରି ପାରି ନାହାଁନ୍ତି ଦର୍ଶକ। ଦର୍ଶକଙ୍କ ସେଇ ଭାବାବେଗକୁ ଲକ୍ଷ୍ୟ କରି କଲର୍ସ ଓଡ଼ିଆ ଚ୍ୟାନେଲର ମୁଖ୍ୟ ସାଇନି କୋଡିଏ ବର୍ଷ ତଳର ଫର୍ଦ୍ଦକୁ ପୁଣି ଥରେ ଦର୍ଶକଙ୍କ ପାଖକୁ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି।

ଗତ ରବିବାର ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ହୋଟେଲ ଶୀତଲ ଠାରେ ତୁଳସୀ ଧାରାବାହିକର ସମସ୍ତ କଳାକାର ଟେକ୍ନିସିଆନ୍ସ ଓ କର୍ମଚାରୀଙ୍କୁ ଏକାଠି କରି ପୁରୁଣା ସ୍ମୃତିକୁ ମନେପକାଇବା ପାଇଁ ଏକ ମିଳନ ପର୍ବ ଅନୁଷ୍ଠିତ ହୋଇଥିଲା। କଳାକାର ମାନଙ୍କ ମଧ୍ୟରେ ମୁଖ୍ୟ ନାୟିକା ଈପସିତା ମହାନ୍ତି, ସୋମେଶ ମହାନ୍ତି, ଅଶୋକ ଦାଶ, ଜୀନା, ହର ରଥ, ସୋମା ଭୌମିକ, ଅଭିନଵ ସିଂ, ବେବି ପ୍ରଧାନ, ବିନାୟକ ମିଶ୍ର, ଏଲି ପାଢ଼ୀ, ଏଲିନା ରାଉତ, ଉପାସନାଙ୍କ ସମେତ ଆହୁରି ଅନେକ କଳାକାର, ଟେକ୍ନିସିଆନ୍ସ ମାନଙ୍କ ମଧ୍ୟରେ ବରିଷ୍ଠ କ୍ୟାମେରାମ୍ୟାନ ଦିଲ୍ଲୀପ ରାୟ, ଫୁକୁ ଭାଇ, ସାଉଣ୍ଡ ଇଞ୍ଜିନିଅର ମାନସ ବେହେରା, ବରିଷ୍ଠ ନିର୍ଦ୍ଦେଶକ ସୁବ୍ରତ ନାୟକ ଏବଂ ତାଙ୍କ ପୁରୁଣା ଟିମ୍, କଣ୍ଠଶିଳ୍ପୀ ଶୈଳଭାମା, ପ୍ରଯୋଜକ ସ୍ବର୍ଗତ ସୁବାଷ ରାଉତ ଙ୍କ ସୁପୁତ୍ର ଯୁବ ପ୍ରଯୋଜକ ସନ୍ଦୀପ ରାଉତ (ବାବୁନା), ଉପଦେଷ୍ଟା ପ୍ରମିଳା ରାଉତଙ୍କ ସହିତ ଈଟିଭି ଓଡ଼ିଆ ଚ୍ୟାନେଲର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଯୋଜକ ସଞ୍ଜୟ ପାଠକ, ପ୍ରଯୋଜକ ସତ୍ୟ ରଥ, ସହ ପ୍ରଯୋଜକ ପ୍ରଣୟ ଜେଠୀ ପ୍ରମୁଖ ସାମିଲ ହୋଇଥିଲେ।

ଶ୍ରୀଯୁକ୍ତ ପାଠକ କାର୍ଯ୍ୟନିର୍ବାହୀ ପ୍ରଯୋଜକ ଭାବରେ ସବୁ ସ୍ମୃତି ବଖାଣି ଥିଲେ। ନିର୍ଦ୍ଦେଶକ ସୁବ୍ରତ ନାୟକ ତୁଳସୀ ଧାରାବାହିକ ମାଧ୍ୟମରେ ଅନେକ କଳାକାର ସୃଷ୍ଟି କରିଥିଲେ ଯେଉଁମାନେ ବର୍ତ୍ତମାନ ସମୟର ଜଣେ ଜଣେ ତାରକା।

ଉପସ୍ଥିତ ପ୍ରତ୍ୟେକ ୟୁନିଟର ବ୍ୟକ୍ତି ବିଶେଷ ନିଜ ନିଜ ଅନୁଭୂତି ବଖାଣି ଥିଲେ। ତେବେ ଓଡ଼ିଆ ଦର୍ଶକ ପୁଣି ଥରେ କୋଡିଏ ବର୍ଷ ତଳର ସେଇ ବହୁ ଲୋକପ୍ରିୟ ମେଗା ଧାରାବାହିକ ତୁଳସୀ କଲର୍ସ ଓଡ଼ିଆ ଚ୍ୟାନେଲରେ ପ୍ରତ୍ୟେକ ସୋମବାରରୁ ଶନିବାର ପର୍ଯ୍ୟନ୍ତ ସନ୍ଧ୍ୟା ୫ ଘଟିକାରୁ ୬ ଘଟିକା ଏକଘଣ୍ଟା ଯାଏଁ ଦେଖିପାରିବେ।

କଲର୍ସ ଓଡ଼ିଆ ଟିଆରପି ପାଇଁ ନୁହେଁ ବରଂ ଲୋକଙ୍କ ଭାବାବେଗକୁ ଧ୍ୟାନ ରଖି ତୁଳସୀ ପୁନଃ ପ୍ରସାରଣ ପାଇଁ ନିଷ୍ପତ୍ତି ନେଇଛନ୍ତି।

ଓଡ଼ିଆ ଟେଲିଭିଜନ ତୁଳସୀ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ରାପଡ଼ାର ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ

December 17, 2025

ତ୍ରୀଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ କାମ୍ପୋରି ଉଦଯାପିତ

December 17, 2025

ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ ଆୟୋଜନ କରିବାକୁ ପ୍ରସ୍ତୁତ ଭୁବନେଶ୍ୱର

December 17, 2025

ବରଗଡ଼ ରୋଡ୍‌ -ନୂଆପଡ଼ା ରୋଡ୍‌ ନୂଆ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ଜାରି ରହିଛି: ରେଳ ମନ୍ତ୍ରୀ

December 17, 2025
Latest News

କେନ୍ଦ୍ରାପଡ଼ାର ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ

December 17, 2025

ତ୍ରୀଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ କାମ୍ପୋରି ଉଦଯାପିତ

December 17, 2025

ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

December 17, 2025

ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ ଆୟୋଜନ କରିବାକୁ ପ୍ରସ୍ତୁତ ଭୁବନେଶ୍ୱର

December 17, 2025

ବରଗଡ଼ ରୋଡ୍‌ -ନୂଆପଡ଼ା ରୋଡ୍‌ ନୂଆ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ଜାରି ରହିଛି: ରେଳ ମନ୍ତ୍ରୀ

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.