ପୁରୀରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ତୃତୀୟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଇନମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ବଳବନ୍ତ ସିଂହ, ଉପ ଜିଲ୍ଲାପାଳ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ରଥଯାତ୍ରା ତଥା ମହାପ୍ରଭୁଙ୍କର ଦେବସ୍ନାନ ପୂର୍ଣ୍ଣିମା, ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ଆଦି କିପରି ସୁରୁଖୁରୁରେ ସମ୍ପନ୍ନ ହେବ, ସେ ସମ୍ପର୍କରେ ଗୁରୁତ୍ବ ଦିଆଯାଇଥିଲା। ସେହିଭଳି ରଥଯାତ୍ରା ସମୟରେ ସ୍ବାସ୍ଥ୍ୟ, ପରିମଳ, ସୁରକ୍ଷା, ଗମନାଗମନ, ରେଳ ଚଳାଚଳ ଓ ଯାତ୍ରୀଙ୍କ ରହଣିଙ୍କୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ସେହିପରି ରଥକାଠକୁ ନେଇ ଚର୍ଚ୍ଚା କରାଯାଇଥିଲା। ରଥଯାତ୍ରା ସମୟରେ କଟକ, ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଅଧିକ ୨୦୦ଟି ବସ୍ ଓ ପୁରୀକୁ ୧୯୨ଟି ଟ୍ରେନ ଚଳାଚଳ କରିବ ବୋଲି ସୂଚନା ରହିଛି।
ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମନ୍ବୟ ବୈଠକ ଅନୁଷ୍ଠିତ
Published:
Jun 13, 2019, 3:39 pm IST