ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମନ୍ବୟ ବୈଠକ ଅନୁଷ୍ଠିତ

Published: Jun 13, 2019, 3:39 pm IST
Jagannath-Temple-Puri

ପୁରୀରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ତୃତୀୟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଇନମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ବଳବନ୍ତ ସିଂହ, ଉପ ଜିଲ୍ଲାପାଳ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ରଥଯାତ୍ରା ତଥା ମହାପ୍ରଭୁଙ୍କର ଦେବସ୍ନାନ ପୂର୍ଣ୍ଣିମା, ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ଆଦି କିପରି ସୁରୁଖୁରୁରେ ସମ୍ପନ୍ନ ହେବ, ସେ ସମ୍ପର୍କରେ ଗୁରୁତ୍ବ  ଦିଆଯାଇଥିଲା। ସେହିଭଳି ରଥଯାତ୍ରା ସମୟରେ ସ୍ବାସ୍ଥ୍ୟ, ପରିମଳ, ସୁରକ୍ଷା, ଗମନାଗମନ, ରେଳ ଚଳାଚଳ ଓ ଯାତ୍ରୀଙ୍କ ରହଣିଙ୍କୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ସେହିପରି ରଥକାଠକୁ ନେଇ ଚର୍ଚ୍ଚା କରାଯାଇଥିଲା। ରଥଯାତ୍ରା ସମୟରେ କଟକ, ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଅଧିକ ୨୦୦ଟି ବସ୍‌ ଓ ପୁରୀକୁ ୧୯୨ଟି ଟ୍ରେନ ଚଳାଚଳ କରିବ ବୋଲି ସୂଚନା ରହିଛି।

Related posts