Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର ମହୋତ୍ସବ ଅର୍ଜୁନ ୨୦୨୪ ଉଦ୍‌ଯାପିତ: ପପୁ ପମ୍ ପମ୍‌ଙ୍କ ଅଭିନୟ ଓ ସଙ୍ଗୀତରେ ଦର୍ଶକ ମାତୁଆଲ
ଆଜିର ଖବର

ରଣପୁର ମହୋତ୍ସବ ଅର୍ଜୁନ ୨୦୨୪ ଉଦ୍‌ଯାପିତ: ପପୁ ପମ୍ ପମ୍‌ଙ୍କ ଅଭିନୟ ଓ ସଙ୍ଗୀତରେ ଦର୍ଶକ ମାତୁଆଲ

January 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ବାଘ ସାମନ୍ତ ମିନି ଷ୍ଟାଡିୟମ ପଡିଆରେ ଚାଲିଥିବା ରଣପୁର ମହୋତ୍ସବ ଅର୍ଜୁନ ୨୦୨୪ ର ଶେଷ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ପରିପ୍ରେକ୍ଷୀରେ ସନ୍ଧ୍ୟାରେ ଅନୁଷ୍ଠିତ ସାଧାରଣ ସଭାରେ ମହୋତ୍ସବ କମିଟିର ସଭାପତି ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ସଭାପତିତ୍ୱ କରିଥିଲେ।

ଏଥିରେ ମୂଖ୍ୟ ଅତିଥି ଭାବେ ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ, ମୂଖ୍ୟ ବକ୍ତା ଭାବେ ନୟାଗଡ ଜିଲ୍ଲା ପରିଷଦ ସଭାପତି ତଥା ମହୋତ୍ସବ କମିଡିର ସଂଯୋଜକ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ନୟାଗଡ ପିଡି ଡିୟୁଡିଏ କମ୍ ସିଡିଏଓ ସୁଚାରୁ ବଳ, ରାଜ୍ୟ ଖାଉଟି ଫୋରମର ଅବସର ପ୍ରାପ୍ତ ସଭାପତି ନାରାୟଣ ମହାପାତ୍ର, ରଣପୁର ବିଜ୍ଞାପିତ ପରିଷଦ ଉପାଧ୍ୟକ୍ଷ ବିଶ୍ୱରଂଜନ ପଟ୍ଟନାୟକ, ଆତ୍ମା ଉପାଧ୍ୟକ୍ଷ ନର୍ମଦା ରାୟ, ମହୋତ୍ସବ କମିଟିର ସମ୍ପାଦକ ସୁରେଶ ଚନ୍ଦ୍ର ମିଶ୍ର, ଆବାହକ ପୂର୍ଣ୍ଣଚନ୍ଦ୍ର ରାୟ ପ୍ରମୂଖ ମଂଚାସୀନ ଥିଲେ। ସଙ୍ଗୀତ କଳା ବିଦ୍ୟାନିକେତନର ଅଧ୍ୟକ୍ଷ ସତ୍ୟନାରାୟଣ ମହାପାତ୍ରଙ୍କ ନିର୍ଦ୍ଦେଶରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।

ଭରପୂର ଦର୍ଶକଙ୍କ ଗହଣରେ ଲୋକମାନେ ଶେଷ ସଂନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇ ଥିଲେ। ଜିଲ୍ଲା ସାଂସ୍କୃତିକ ଦଳ ତରଫରୁ ଆସିଥିବା ଶବର ଶବରୀ ନୃତ୍ୟ ଏବଂ ବ୍ରହ୍ମଗିରିର ମା ବିନ୍ଧେଶ୍ୱର କଳା ପରିଷଦର ଘୋଡା ନୃତ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଏହା ସହିତ ଶେଷ ସନ୍ଧ୍ୟାର ବିଶେଷ ଆକର୍ଷଣ ପପୁ ପମ୍ ପମ୍ ଙ୍କ ସଙ୍ଗୀତ, ଅଭିନୟ ଓ ନୃତ୍ୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନେ ମାତୁଆଲ ହୋଇଯାଇଥିଲେ।

ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ଏହି ସାଂସ୍କୃତିକ ମଂଚ କାର୍ଯ୍ୟ ପରିଚାଳନା କରିଥିଲେ।
ସେହିପରି ପୂର୍ବାହ୍ଣରେ ଏକ କବି ସମ୍ମିଳନୀ କରାଯାଇଥିଲା। ଅପରାହ୍ଣ ଏକ କୁଇଜ ପ୍ରତଯୋଗିତା କାର୍ଯ୍ୟକ୍ରମ କରାଯାଇଥିଲା। କୁଇଜ କାର୍ଯ୍ୟକ୍ରମ ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ମନମୁଗ୍ଧକର ଥିଲା।

ମହୋତ୍ସବ ପାଇଁ ରଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ କରାଯାଇଥିବା ପ୍ରତିଯୋଗିତାରେ କୃତିତ୍ୱ ହାସଲ କାରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁର୍‌ସ୍କୃତ କରାଯାଇଥିଲା। ପୋଲିସ ବିଭାଗ ଓ ଦମକଳ ବାହିନୀ ବିଭାଗ ପକ୍ଷରୁ ବ୍ୟାପକ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା। ମହୋତ୍ସବ ଅବସରରେ ସ୍କୁଲ ଛକ ଠାରୁ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଦୋକାନ ବଜାର ପଡିଥିବା ଦେଖିବାକୁ ମିଳିଥିଲା। ହଜାର ହଜାର ଲୋକଙ୍କ ଭିଡ ମଧ୍ୟ ଜମିଥିବା ଦେଖିବାକୁ ମିଳିଛି। ମୀନା ବଜାର ଓ ଦୋଲି ପଡିଥିବା ସ୍ଥାନରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି।

ମହୋତ୍ସବ କମିଟିର ସମସ୍ତ ସଦସ୍ୟ ସଦସ୍ୟା ଏଥିରେ ସହଯୋଗ କରିଥିଲେ । ବିଳମ୍ବିତ ରାତିରେ ମହୋତ୍ସବ ଉଦଯାପିତ ହୋଇଥିଲା।

ପପୁ ପମ୍ ପମ୍‌ ରଣପୁର ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଚାରିଟି ଗତି ଶକ୍ତି କାର୍ଗୋ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ କେନ୍ଦ୍ର ରେଳମନ୍ତ୍ରୀ

September 16, 2026

ଗେଭ୍ରା କୋଇଲା ଖଣି ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 16, 2026

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026
Latest News

ଚାରିଟି ଗତି ଶକ୍ତି କାର୍ଗୋ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ କେନ୍ଦ୍ର ରେଳମନ୍ତ୍ରୀ

September 16, 2026

ଗେଭ୍ରା କୋଇଲା ଖଣି ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 16, 2026

ରାଶିଫଳ: ସେପ୍ଟେମ୍ବର ୧୬ ତାରିଖ ବୁଧବାରରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 16, 2026

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.