Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାଇବ୍ରାଣ୍ଟ୍ ଗୁଜୁରାଟ ଗ୍ଲୋବାଲ ସମ୍ମିଟ୍ ୨୦୨୪ରେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଭାଇବ୍ରାଣ୍ଟ୍ ଗୁଜୁରାଟ ଗ୍ଲୋବାଲ ସମ୍ମିଟ୍ ୨୦୨୪ରେ କେନ୍ଦ୍ରମନ୍ତ୍ରୀ

January 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦକ୍ଷ ଯୁବଶକ୍ତି ଏବଂ ଗୁଣାତ୍ମକ ଶିକ୍ଷାନୁଷ୍ଠାନ ମାଧ୍ୟମରେ ଭାରତ ସବୁ ପ୍ରକାର ସମସ୍ୟାର ସମାଧାନ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ବୋଲି ଗୁରୁବାର ଗୁଜୁରାଟର ଗାନ୍ଧୀନଗର ଠାରେ ଆୟୋଜିତ “ଭାଇବ୍ରାଣ୍ଟ୍ ଗୁଜୁରାଟ ଗ୍ଲୋବାଲ ସମ୍ମିଟ- ୨୦୨୪”ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଶ୍ରୀ ପ୍ରଧାନ ଭାଇବ୍ରାଣ୍ଟ୍ ଗୁଜୁରାଟ ଗ୍ଲୋବାଲ ସମ୍ମିଟର ଦୁଇଟି ଅଧିବେଶନ ଯଥା “ଭବିଷ୍ୟତ ପାଇଁ ଶ୍ରମଶକ୍ତି ନିର୍ମାଣ: ଶିଳ୍ପବିପ୍ଳବ ୪.୦ ପାଇଁ ଦକ୍ଷତା ବିକାଶ” ଶୀର୍ଷକ ଉଦଘାଟନୀ ଅଧିବେଶନରେ ଯୋଗ ଦେଇଥିଲେ । ଏହାବ୍ୟତିତ “ଦକ୍ଷତା ବିକାଶ ପାଇଁ ଗ୍ଲୋବାଲ ନେଟଓ୍ୱାର୍କକୁ ବିକଶିତ କରିବା” ନେଇ ଆୟୋଜିତ ଦ୍ୱିତୀୟ ଅଧିବେଶନରେ ଯୋଗଦେଇ ନିଜ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତରେ ଡେମେଗ୍ରାଫିକ ଡିଭିଡେଣ୍ଡ୍ ଓ ଗୁଣାତ୍ମକ ଶିକ୍ଷାନୁଷ୍ଠାନମାନ ଅଛି । ଏହା ମାଧ୍ୟମରେ ଆମ ଦେଶ ଭାରତ ସବୁ ପ୍ରକାର ସମାଧାନ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତି ଏହାକୁ ସମର୍ଥନ ଦେଇଛି । ଆମକୁ ବିଶ୍ୱସ୍ତରୀୟ ଅପେକ୍ଷାକୁ ହାସଲ କରିବାକୁ ହେବ । ଦକ୍ଷତା ଏବଂ ଧନ୍ଦାମୂଳକ ଶିକ୍ଷା ବର୍ତ୍ତମାନ ଆନୁଷ୍ଠାନିକ ଭାବରେ ଆମ ଶିକ୍ଷା ପରିସଂସ୍ଥାନର ଏକ ଅଂଶବିଶେଷ ହେବ, ଯେଉଁ ବିଷୟକୁ ବିଷୟକୁ ପୂର୍ବରୁ ଏତେ ଗୁରୁତ୍ୱ ଦିଆଯାଉନଥିଲା ।

 

ଶିଳ୍ପ ଓ ନବସୃଜନ କ୍ଷେତ୍ରରେ ବ୍ୟାପକ ହେଉଥିବା ଶିଳ୍ପବିପ୍ଳବ ୪.୦ର ଉପଯୋଗ ପାଇଁ ଭାରତ କିପରି ଦୃଢ଼ ସ୍ଥିତିରେ ରହିଛି ତାହା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିଥିଲେ। ସେ କହିଛନ୍ତି ଭାରତର ଷ୍ଟାର୍ଟଅପ୍ ଏବଂ ଇନୋଭେସନ ଦେଶକୁ ଜ୍ଞାନ ଏବଂ ଦକ୍ଷତା କେନ୍ଦ୍ରରେ ପରିଣତ କରିଛି । ଯେତେବେଳେ ବିଶ୍ୱର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି, ସେତେବେଳେ ଭାରତ ଏହାର ଯୁବବର୍ଗଙ୍କ ଦ୍ୱାରା ସଶକ୍ତ ହୋଇଛି । ଆଗାମୀ ୨୫ରୁ ୩୦ ବର୍ଷ ମଧ୍ୟରେ କର୍ମକ୍ଷେତ୍ରରେ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଅଗ୍ରଣୀ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ତେଣୁ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ଲକ୍ଷ୍ୟ ହାସଲ କରିବାକୁ ହେଲେ ସମସ୍ତଙ୍କୁ ବିଶେଷ କରି ଯୁବବର୍ଗଙ୍କୁ ଅଧିକ ଯୋଗଦାନ କରିବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଟ୍ ଜାତୀୟ ପ୍ରାଥମିକତା ଭିତ୍ତିରେ ଦେଶର ବିକାଶ ଯାତ୍ରାକୁ ପ୍ରତିଫଳିତ କରିବା ଦିଗରେ ଏକ ଉତ୍ତମ ପ୍ଲାଟଫର୍ମ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିକଶିତ ଭାରତ ୨୦୪୭ର ସ୍ୱପ୍ନକୁ ସାକାର କରିବା ପାଇଁ ଗୁଜରାଟର ବିକାଶ ମଡେଲ ଅନ୍ୟ ରାଜ୍ୟ ଗୁଡିକ ପାଇଁ ମାର୍ଗଦର୍ଶକ ସାଜିଛି । ଶିକ୍ଷା ଏବଂ ଦକ୍ଷତା ଇକୋସିଷ୍ଟମରେ ଜାତୀୟ ଶିକ୍ଷା ନୀତି ନେତୃତ୍ୱ ଦେଶର ଯୁବଶକ୍ତିକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହି ଅଧିବେଶନରେ ବିଶିଷ୍ଟ ଶିଳ୍ପପତି, ଉଦ୍ୟୋଗୀ, ଗୁଜରାଟ ସରକାରଙ୍କ ଅଧିକାରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଟେକ୍ନୋଲୋଜି କମ୍ପାନୀ ନାମଟେକ୍ ପରିଦର୍ଶନ କରିବା ସହ ସେଠାରେ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିକଶିତ ସ୍ମାର୍ଟ ଭବିଷ୍ୟତ ଦିଗରେ ଶିଳ୍ପ ପାଇଁ ଦକ୍ଷ ତାଲିମ ଦେବା ସହ ନୂଆ ନୂଆ ପ୍ରତିଭାଙ୍କୁ ସୃଷ୍ଟି କରିବା ପାଇଁ ନାମଟେକ୍ ଏବଂ ଆଇଟିଜ୍, ସିଙ୍ଗାପୁର ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା ।

ଧର୍ମେନ୍ଦ୍ର ପ୍ରଧାନ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026

ଖୋଲା ସ୍ଥାନରେ ନମାଜ କରିବାକୁ ମନା!: ବଡ଼ ନିଷ୍ପତ୍ତି ନେଲୀ UAE

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.