ମନ୍ଦିର ପରିସରରେ ସ୍ୱଚ୍ଛତା ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Published: Jan 15, 2024, 12:03 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମଗ୍ର ଦେଶର ମନ୍ଦିର ପରିସରରେ ସ୍ୱଚ୍ଛତା ସମ୍ବନ୍ଧୀୟ କାର୍ଯ୍ୟକଳାପର ଅସାଧାରଣ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଅଯୋଧ୍ୟା ଧାମର ମହର୍ଷି ବାଲ୍ମୀକି ବିମାନବନ୍ଦରକୁ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମକର ସଂକ୍ରାନ୍ତିରେ ମନ୍ଦିର ଗୁଡ଼ିକରେ ସ୍ୱଚ୍ଛତା ଅଭିଯାନ ପାଇଁ ଆହ୍ୱାନ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଦିନସାରା ମୁଁ ମନ୍ଦିର ପରିସରରେ ସ୍ୱଚ୍ଛତା ସମ୍ବନ୍ଧୀୟ କାର୍ଯ୍ୟକଳାପର ଅସାଧାରଣ ଉଦ୍ୟମ ଦେଖିଛି। ସବୁ ବର୍ଗର ଲୋକ ଏହି ପ୍ରୟାସକୁ ସମୃଦ୍ଧ କରୁଥିବା ଦେଖି ଖୁସି ଲାଗୁଛି। ଆଗାମୀ ଦିନରେ ଏଭଳି ପ୍ରୟାସକୁ ନମୋ ଆପରେ ପୋଷ୍ଟ କରନ୍ତୁ।

Related posts