ସମଗ୍ର ଦେଶକୁ ବ୍ୟାପିଲା ଡାକ୍ତରଙ୍କ ଆନ୍ଦୋଳନ : ସ୍ବାସ୍ଥ୍ୟସେବା ଠପ୍‌

Published: Jun 14, 2019, 11:28 am IST

ଗତକାଲି ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ଆକ୍ରମଣ ପରେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗଦାନ ପାଇଁ ଚେତାବନୀ ଦେବା ପରେ ଏହି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିଲା। ଏହି ଆନ୍ଦୋଳନରେ ସମଗ୍ର ଦେଶର ଡାକ୍ତର ସାମିଲ ହେବା ପରେ ଏହା ତୀବ୍ର ରୂପ ଧାରଣ କରିବା ସହିତ ସ୍ବାସ୍ଥ୍ୟ ସେବା ବନ୍ଦ ପଡିଛି। ଏହି ଆନ୍ଦୋଳନକୁ ଏମ୍ସ ପକ୍ଷରୁ ମଧ୍ୟ ସମର୍ଥନ କରାଯାଇଛି। ଏହା ସହିତ ଦିଲ୍ଳୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରେ ମଧ୍ୟ ଡାକ୍ତର ନିଜକୁ ଏହି ଆନ୍ଦୋଳନରେ ସାମିଲ କରାଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆନ୍ଦୋଳନକୁ ବିଜେପି ଏବଂ ସିପିଏମ୍‌ ପ୍ରରୋଚିତ ଆନ୍ଦୋଳନ ବୋଲି ଅଭିହିତ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଡାକ୍ତରଙ୍କୁ ସ୍ବାସ୍ଥ୍ୟ ସେବା ଚାଲୁ ରଖିବା ପାଇଁ ନିବେଦନ କରିବା ସହିତ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Related posts