Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ
ବିଶେଷ ଖବର

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ତିନି ବିଧାୟକଙ୍କ ସଭ୍ୟ ପଦ
ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ଶେଷ ହେବା ପରେ ବର୍ତ୍ତମାନ ରାଜନୀତି ଜୋରଦାର ହୋଇପଡିଛି। କାରଣ ହେଲା ବିଧାୟକଙ୍କ କ୍ରସ ଭୋଟିଂ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା। ତେବେ ଏହି କ୍ରସ ଭୋଟିଂ କରିଥିବା କଂଗ୍ରେସ ବିଧାୟକଙ୍କ ବିରୋଧରେ କଂଗ୍ରେସ ପଦକ୍ଷେପ ଆଗମ୍ଭ କରିଛି। ଆଜି ଦଳ ଏହି ତିନି ଜଣଙ୍କୁ ଦଳରୁ ନିଲମ୍ବନ କରିଛି।

ସେତିକି ନୁହେଁ ସେମାନଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ କଂଗ୍ରେସ ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଛି। ସେମାନେ ହେଲେ କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦ୍ଦୋଷ, ରମେଶ ଜେନା ଏବଂ  ଦାଶରଥି ଗମାଙ୍ଗ। ଏଥିସହିତ ବିଧାନସଭାରେ ଏମାନଙ୍କ ଆସନ ଅଲଗା କରାଯାଉ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ଏ ନେଇ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଏହି ତିନି ବିଧାୟକ କଂଗ୍ରେସ ଟିକେଟରେ ବିଜୟ ଲାଭ କରିଛନ୍ତି। ସେଥିପାଇଁ ଏମାନେ ଦଳୀୟ ନିୟମ ଭିତରେ ରହିବା କଥା। ହେଲେ ସେମାନେ ଦଳିୟ ଶୃଙ୍ଖଳା ଭଙ୍ଗ କରିଛନ୍ତି। ସେଥିପାଇଁ ଦଳ ବିରୋଧୀ ଆଇନ ଅନୁସାରେ ସେମାନଙ୍କ ସଭ୍ୟ ପଦ ରଦ୍ଦ କରାଯାଉ ବୋଲି ଦାବୀ କରାଯାଇଛି।

କଂଗ୍ରେସ ବିଧାୟକ କଂଗ୍ରେସ ବିଧାୟକ ନିଲମ୍ବିତ ରମେଶ ଜେନା ରାଜ୍ୟସଭା ନିର୍ବାଚନ ସୋଫିଆ ଫିରୋଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ତ୍ରୟୋଦଶ ବୈଠକ

August 7, 2026

ଅଗଷ୍ଟ ୧୦ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

August 7, 2026

ବରଗଡ଼ ସିମେଣ୍ଟ ୱାର୍କ୍ସର ଶ୍ରମିକଙ୍କ ପାଇଁ ବଡ଼ ସଫଳତା: ୨୬.୮୧ କୋଟିର ଲାଭ

August 7, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସମ୍ବଲପୁର-ବଲାଙ୍ଗୀର ସେକ୍ସନ ନିରୀକ୍ଷଣ

August 7, 2026
Latest News

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ତ୍ରୟୋଦଶ ବୈଠକ

August 7, 2026

ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 7, 2026

ଅଗଷ୍ଟ ୧୦ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

August 7, 2026

ବରଗଡ଼ ସିମେଣ୍ଟ ୱାର୍କ୍ସର ଶ୍ରମିକଙ୍କ ପାଇଁ ବଡ଼ ସଫଳତା: ୨୬.୮୧ କୋଟିର ଲାଭ

August 7, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସମ୍ବଲପୁର-ବଲାଙ୍ଗୀର ସେକ୍ସନ ନିରୀକ୍ଷଣ

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.