Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜ୍ଞାନବାପି ୱାଜୁଖାନା ସଫା ହେବ: ହିନ୍ଦୁ ପକ୍ଷଙ୍କ ଦାବିରେ ସୁପ୍ରିମକୋର୍ଟଙ୍କ ଅନୁମୋଦନ
ଆଜିର ଖବର

ଜ୍ଞାନବାପି ୱାଜୁଖାନା ସଫା ହେବ: ହିନ୍ଦୁ ପକ୍ଷଙ୍କ ଦାବିରେ ସୁପ୍ରିମକୋର୍ଟଙ୍କ ଅନୁମୋଦନ

January 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ (ୟୁପି)ର ବାରଣାସୀସ୍ଥିତ ଜ୍ଞାନବାପି କମ୍ପ୍ଲେକ୍ସରେ ବଜୁଖାନା ସଫା କରାଯିବ। ଆଜି ସୁପ୍ରିମକୋର୍ଟ ଏଥିପାଇଁ ଅନୁମୋଦନ ଦେଇଛନ୍ତି। ହିନ୍ଦୁ ପକ୍ଷଙ୍କ ଦାବି କ୍ରମେ ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି ଏବଂ କହିଛନ୍ତି ଯେ ସେଠାରେ ସଫେଇ କାର୍ଯ୍ୟ ଜିଲ୍ଲାପାଳ (ଡିଏମ୍)ଙ୍କ ତତ୍ତ୍ୱାବଧାନରେ କରାଯିବା ଉଚିତ।

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ମଙ୍ଗଳବାର ଏହି ମାମଲାର ଶୁଣାଣି ହୋଇଥିଲା। ଜାନୁଆରି ୩ତାରିଖରେ ସେ ଏହି ଆବେଦନର ଶୁଣାଣି ଖୁବ୍ ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବଜୁଖାନାରେ ମାଛ ମରିବା ପରେ ଏହି ପିଟିସନ ଦାଖଲ କରାଯାଇଥିଲା।

ଭାବନାକୁ ଆଘାତ ଲାଗିଛି ବୋଲି ଦାବି କରାଯାଇଥିଲା

ହିନ୍ଦୁ ପକ୍ଷ ତାଙ୍କ ପିଟିସନରେ କହିଛି ଯେ ୨୦୨୩ ଡିସେମ୍ବର ୧୨ରୁ ୨୫ ମଧ୍ୟରେ ବଜୁଖାନାର ମାଛ ମରିଯାଇଥିଲା। ଏହି କାରଣରୁ ଦୁର୍ଗନ୍ଧ ଆରମ୍ଭ ହୋଇଯାଇଛି। ପିଟିସନରେ ଆହୁରି ମଧ୍ୟ କୁହାଯାଇଛି, ସେଠାରେ ଥିବା ଶିବଲିଙ୍ଗ ହିନ୍ଦୁମାନଙ୍କ ପାଇଁ ଅତ୍ୟନ୍ତ ପବିତ୍ର । ତେଣୁ ଏହାକୁ ଯେକୌଣସି ପ୍ରକାର ଧୂଳି, ମଇଳା ଓ ମୃତ ପଶୁଙ୍କଠାରୁ ଦୂରେଇ ରଖିବା ଉଚିତ। ଏହାକୁ ସଫା କରିବା ଉଚିତ। କିନ୍ତୁ ବର୍ତ୍ତମାନ ଏହାକୁ ମୃତ ମାଛ ଘେରି ରହିଥିବାରୁ ଭଗବାନ ଶିବଙ୍କୁ ବିଶ୍ୱାସ କରୁଥିବା ଭକ୍ତଙ୍କ ଭାବନାକୁ ଆଘାତ ମିଳୁଛି।

ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନଙ୍କ ଜରିଆରେ ସୁପ୍ରିମକୋର୍ଟରେ ଏହି ପିଟିସନ ଦାଖଲ କରାଯାଇଛି। ଆବେଦନରେ କୁହାଯାଇଛି ଯେ ଜ୍ଞାନବାପି କମ୍ପ୍ଲେକ୍ସରେ ମସଜିଦ ପରିଚାଳନା କରୁଥିବା ଅଞ୍ଜୁମନ ଇନ୍ତେଜାମିଆ ମସଜିଦର ପରିଚାଳନା ଦାୟିତ୍ୱ ରହିଛି। ସେଥିପାଇଁ ମାଛ ମୃତ୍ୟୁ ପାଇଁ ସେମାନେ ଦାୟୀ। ତେଣୁ ଉକ୍ତ ସ୍ଥାନକୁ ସଫା କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି ହୋଇଥିଲା।

ମାମଲାଟି କ’ଣ?

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୨୨ରେ ବଜୁଖାନା ଅଞ୍ଚଳକୁ ସିଲ୍ କରାଯାଇଥିଲା। ଏଠାରେ ‘ଶିବଲିଙ୍ଗ’ ଆକାରର ଏକ ପଥର ମିଳିଥିଲା, ଯାହାପରେ ସିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୬ ମଇ ୨୦୨୨ରେ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ମସଜିଦରେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସର୍ଭେବେଳେ ଏହି ମନ୍ଦିରକୁ ହିନ୍ଦୁ ପକ୍ଷ ‘ଶିବଲିଙ୍ଗ’ ଏବଂ ମୁସଲମାନ ପକ୍ଷର ‘ଝରଣା’ ବୋଲି ଦାବି କରାଯାଇଥିଲା।

gyanavapi hindu supremecourt ଜ୍ଞାନବାପି ସୁପ୍ରିମକୋର୍ଟଙ୍କ ଅନୁମୋଦନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.