ପାକିସ୍ତାନର ନା ନନେଇ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିର୍ଗିଜ୍ସ୍ତାନର ରାଜଧାନୀ ବିଶକେକ୍ରେ ଅନୁଷ୍ଠିତ ହେଉଥିବା ସାଂଘାଇ ସମିଟ୍ରେ ମୋଦି ଆତଙ୍କବାଦକୁ କଡା ନିନ୍ଦା କରିଛନ୍ତି। ଆତଙ୍କବାଦର ମୁକାବିଲା ପାଇଁ ବିଶ୍ବଜ ସମୁଦାୟ ଏକତ୍ର ହେବା ଉଚିତ୍ ବୋଲି ମଧ୍ୟ ମୋଦି କହିଥିଲେ। ଭାରତ ସର୍ବଦା ଏକ ଆତଙ୍କବାଦ ମୁକ୍ତ ସମାଜ ଗଠନ ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ ମୋଦି। ଏହା ସହିତ ଶାନ୍ତି ଆଲୋଚନା ଏବଂ ଆତଙ୍କବାଦ ଏକତ୍ର ରହିପାରିବେ ନାହିଁ ବୋଲି ଇମ୍ରାନ ଖାନ୍ଙ୍କ ସମ୍ମୁଖରେ କହିଥିଲେ ମୋଦି। ସେହିପରି ଏସ୍ସିଓ ସମୂହର ନେତୃବୃନ୍ଦ ମଧ୍ୟ ଆତଙ୍କବାଦ ବିପକ୍ଷରେ ନିଜର ମତ ଉଠାଇବା ଏବଂ ଏ ନେଇ ଏକ ଅନ୍ତର୍ଜାତୀୟ ସମ୍ମିଳନୀର ଆହ୍ବାନ କରିଥିଲେ ମୋଦି। ଚୀନ୍ ସମେତ ଅନ୍ୟ ୮ ରାଷ୍ଟ୍ର ପୂର୍ବରୁ ଏସ୍ସିଓର ସଦସ୍ୟ ରହିଥିବା ବେଳେ ୨୦୧୭ରେ ଭାରତ ଏବଂ ପାକିସ୍ତାନ ଯୋଗ ଦେଇଥିଲେ।
Tags: