Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠୁ ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରତିରକ୍ଷା ପେନସନ୍ ଅଭିଯୋଗ ସମାଧାନ ଶିବିର
ଆଜିର ଖବର

ଆଜିଠୁ ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରତିରକ୍ଷା ପେନସନ୍ ଅଭିଯୋଗ ସମାଧାନ ଶିବିର

January 18, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜିଠାରୁ ଦୁଇ ଦିନ ପର୍ଯ୍ୟନ୍ତ ଭୁବନେଶ୍ବର ନୟାପଲ୍ଲୀ ବିଦ୍ୟୁତ ମାର୍ଗ ସ୍ଥିତ ଷ୍ଟେସନ ମୁଖ୍ୟାଳୟ, ସ୍ଥଳସେନା ଷ୍ଟେସନ, ଟିଏ ବାଟାଲିୟନ ଠାରେ ପ୍ରତିରକ୍ଷା ଲେଖା ପ୍ରଧାନ ନିୟନ୍ତ୍ରକ (ବାୟୁ ସେନା), ନୂଆଦିଲ୍ଲୀଙ୍କ ପକ୍ଷରୁ ଦୁଇ ଦିନିଆ ପ୍ରତିରକ୍ଷା ପେନସନ ଅଭିଯୋଗ ସମାଧାନ ଶିବିର ଆୟୋଜନ କରାଯିବ। ପ୍ରତିରକ୍ଷା ସିଭିଲିୟାନଙ୍କ ସମେତ ପ୍ରତିରକ୍ଷା ପେନସନଭୋଗୀଙ୍କର ବିଭିନ୍ନ ସମସ୍ୟା ଏହି ଶିବିରରେ ସମାଧାନ କରାଯିବ ।

ପ୍ରତିରକ୍ଷା ମନ୍ତ୍ରଣାଳୟ, ତିନି ସେନା ମୁଖ୍ୟାଳୟ, ପ୍ରତିରକ୍ଷା ଲେଖା ବିଭାଗ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ କୋଷାଗାର ଅଧିକାରୀ, ପେନସନଭୋଗୀ ଓ ସେମାନଙ୍କର ପରିବାରବର୍ଗ ଏହି ଶିବିରରେ ଯୋଗଦେବେ । ୧୮ ତାରିଖ ପୂର୍ବାହ୍ନ ୧୦ଟାରୁ ପେନସନ ଶିବିର ଆରମ୍ଭ ହେବ । ପେନସନ ସଂକ୍ରାନ୍ତ ସମସ୍ୟା ରହିଥିବା ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ, ଅଧିକାରୀ, ପ୍ରତିରକ୍ଷା ସିଭିଲିୟାନ କର୍ମଚାରୀମାନେ ନିମ୍ନୋକ୍ତ ନୋଡାଲ ଅଧିକାରୀଙ୍କୁ ନିର୍ଦ୍ଧାରିତ ଆବେଦନପତ୍ରରେ ଆବେଦନ ପଠାଇପାରିବେ।

ନୋଡାଲ ଅଧିକାରୀ ଏବଂ ତାଙ୍କ ଠିକଣା ହେଲା – ଚଣ୍ଡିଚରଣ ଚାଟାର୍ଜୀ (ଏସଏଓ), କାର୍ଯ୍ୟାଳୟ : ଆଇଏଓ (ଏ), ଠିକଣା – ୬୫୪, ସହିଦ ନଗର, ଭୁବନେଶ୍ୱର, ଓଡ଼ିଶା – ୭୫୧୦୦୭, ଫୋନ ନମ୍ବର : ୯୪୩୪୯୩୯୯୫୯, ଇମେଲ୍‌ ଆଇଡି : chandichatterjee.dad@hub.nic.in । ଆହୁରି ଅବସରପ୍ରାପ୍ତ କର୍ମଚାରୀମାନେ  ଆବଶ୍ୟକ ଜରୁରି କାଗଜପତ୍ର ସହ ଉପରୋକ୍ତ ଠିକଣାରେ ସକାଳ ସାଢେ ୮ଟା ସୁଦ୍ଧା ଉପସ୍ଥିତ ହେବାକୁ କୁହାଯାଇଛି।

bhubaneswar pension adalat ଅଭିଯୋଗ ସମାଧାନ ଶିବିର ପ୍ରତିରକ୍ଷା ପେନସନ୍
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ଦ୍ୱାରା ପ୍ରତିରୋଧକ ସ୍ୱାସ୍ଥ୍ୟ ଶିବିର ଆୟୋଜନ

September 17, 2025

ଇଗ୍ନୋର ନାମଲେଖା ଅବଧି ଚଳିତ ସେପ୍ଟେମ୍ବର ୩୦ ତାରିଖକୁ ବୃଦ୍ଧି

September 17, 2025

ସେବା ପର୍ବ ୨୦୨୫ ଆରମ୍ଭ କଲା ନମୋ ଆପ୍

September 17, 2025

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ “ଏକ ପେଡ୍ ମା’ କେ ନାମ” ଅଭିଯାନରେ ଯୋଗ ଦେଲେ ଆଇନ ମନ୍ତ୍ରୀ

September 17, 2025
Latest News

ବାଣପୁର: ‘ମା ପାଇଁ ଗଛଟିଏ” ଅଭିଯାନରେ ଭାଗନେଲେ ଖୋର୍ଦ୍ଧା ଏସପି

September 17, 2025

ପୂର୍ବତଟ ରେଳପଥ ଦ୍ୱାରା ପ୍ରତିରୋଧକ ସ୍ୱାସ୍ଥ୍ୟ ଶିବିର ଆୟୋଜନ

September 17, 2025

ଇଗ୍ନୋର ନାମଲେଖା ଅବଧି ଚଳିତ ସେପ୍ଟେମ୍ବର ୩୦ ତାରିଖକୁ ବୃଦ୍ଧି

September 17, 2025

ସେବା ପର୍ବ ୨୦୨୫ ଆରମ୍ଭ କଲା ନମୋ ଆପ୍

September 17, 2025

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ “ଏକ ପେଡ୍ ମା’ କେ ନାମ” ଅଭିଯାନରେ ଯୋଗ ଦେଲେ ଆଇନ ମନ୍ତ୍ରୀ

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.