Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିକିତ୍ସା ଉତ୍ପାଦ ନିୟାମକ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଇକ୍ୱେଡର ମଧ୍ୟରେ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ
ଆଜିର ଖବର

ଚିକିତ୍ସା ଉତ୍ପାଦ ନିୟାମକ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଇକ୍ୱେଡର ମଧ୍ୟରେ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

January 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ଏବଂ ଇକ୍ୱେଡର ଗଣତନ୍ତ୍ରର ଏଜେନ୍ସିଆ ନାସିଓନାଲ ଡି ରେଗୁଲେକ୍ସନ, କଣ୍ଟ୍ରୋଲ ୱାଇ ଭିଜିଲାଣ୍ଟିଆ ସାନିଟ୍ରିଆ – ଏଆରସିଏସ୍‌ଏ, ଡକ୍ଟର  ଲିଓପୋଲଡୋ ଇଜକ୍ୟୁଟା ପେରେଜ ମଧ୍ୟରେ ଚିକିତ୍ସା ଉତ୍ପାଦ ନିୟାମକ କ୍ଷେତ୍ରରେ ସହଯୋଗ  ପାଇଁ  ୨୦୨୩ ନଭେମ୍ବର ୦୭ରେ ସ୍ୱାକ୍ଷରିତ ବୁଝାମଣାପତ୍ର ବିଷୟରେ ଅବଗତ କରାଯାଇଥିଲା ଓ  ବୁଝାମଣାପତ୍ର (ଏମଓୟୁ) କୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ଲାଭ:

ଏହି ବୁଝାମଣାପତ୍ର ଉଭୟ ପକ୍ଷ ମଧ୍ୟରେ ନିୟାମକ ଦିଗ ଗୁଡ଼ିକୁ ଭଲ ଭାବରେ ବୁଝିବାରେ ସହାୟକ ହେବ ଏବଂ ଚିକିତ୍ସା ଉତ୍ପାଦ ନିୟନ୍ତ୍ରଣ କ୍ଷେତ୍ରରେ ସହଯୋଗ ବୃଦ୍ଧି ଏବଂ ଆନ୍ତର୍ଜାତିକ ସ୍ତରରେ ଉନ୍ନତ ସମନ୍ୱୟ କ୍ଷେତ୍ରରେ ସହାୟକ ହେବ ।

ରୋଜଗାର ସୃଷ୍ଟି ସମ୍ଭାବନା:

ବୁଝାମଣାପତ୍ର ଯୋଗୁଁ ନିୟାମକ ଅଭ୍ୟାସରେ ସମନ୍ୱୟ ଭାରତରୁ ଔଷଧର ରପ୍ତାନୀ ବୃଦ୍ଧି କରିବାରେ ସହାୟକ ହୋଇ ପାରିବ ଏବଂ ଫଳସ୍ୱରୂପ ଔଷଧ କ୍ଷେତ୍ରରେ ଶିକ୍ଷିତ ବୃତ୍ତିଜୀବୀ ମାନଙ୍କ ପାଇଁ ଉନ୍ନତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇ ପାରିବ ।

ଆତ୍ମନିର୍ଭର ଭାରତ:

ଏହି ବୁଝାମଣାପତ୍ର ଦ୍ୱାରା ଚିକିତ୍ସା ସାମଗ୍ରୀର ରପ୍ତାନି ସହଜ ହେବ ଯାହା ଦ୍ୱାରା ବୈଦେଶିକ ମୁଦ୍ରା ରୋଜଗାର ହେବ । ଏହା ଆତ୍ମନିର୍ଭର ଭାରତ ଦିଗରେ ଏକ ବିଶେଷ ପଦକ୍ଷେପ ହେବ ।

ପୃଷ୍ଠଭୂମି:

ସିଡିଏସ୍‌ସିଓ ହେଉଛି ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟର ଏକ ଅଧସ୍ତନ କାର୍ଯ୍ୟାଳୟ, ଯାହା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଏକ ଅନୁବନ୍ଧିତ କାର୍ଯ୍ୟାଳୟ । ସିଡିଏସସିଓ ହେଉଛି ଭାରତରେ ଔଷଧ, ଚିକିତ୍ସା ଉପକରଣ ଏବଂ ପ୍ରସାଧନ ସାମଗ୍ରୀ ପାଇଁ ଜାତୀୟ ନିୟାମକ କର୍ତ୍ତୃପକ୍ଷ । ଏଜେନ୍ସିଆ ନାସିଓନାଲ ଡି ରେଗୁଲେକ୍ସନ, କଣ୍ଟ୍ରୋଲ ୱାଇ ଭିଜିଲାଣ୍ଟିଆ ସାନିଟ୍ରିଆ – ଏଆରସିଏସ୍‌ଏ, ଡକ୍ଟର  ଲିଓପୋଲଡୋ ଇଜକ୍ୟୁଟା ପେରେଜ୍ ହେଉଛି ଇକ୍ୱେଡର ଗଣତନ୍ତ୍ରରେ ଏହି ଉତ୍ପାଦ ଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ନିୟାମକ ଏଜେନ୍ସି ।

କେନ୍ଦ୍ର କ୍ୟାବିନେଟ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ଢେଙ୍କାନାଳର ସୋରଟ ଗାଁରେ ୨୦ ବର୍ଷ ପରେ ପୁଣି ଚାଷ ଆରମ୍ଭ

February 25, 2026

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026

କେତେ ବଢିଲା ସୁନା ଓ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 25, 2026

କିପରି ପ୍ଲସ୍ ଜୋନ୍‌କୁ ଆସିବ ନେଟ୍ ରନ୍ ରେଟ୍?: ଜାଣନ୍ତୁ ଜିମ୍ବାୱେ ବିପକ୍ଷରେ ଭାରତର ସମୀକରଣ

February 25, 2026
Latest News

ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ଢେଙ୍କାନାଳର ସୋରଟ ଗାଁରେ ୨୦ ବର୍ଷ ପରେ ପୁଣି ଚାଷ ଆରମ୍ଭ

February 25, 2026

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026

କେତେ ବଢିଲା ସୁନା ଓ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 25, 2026

କିପରି ପ୍ଲସ୍ ଜୋନ୍‌କୁ ଆସିବ ନେଟ୍ ରନ୍ ରେଟ୍?: ଜାଣନ୍ତୁ ଜିମ୍ବାୱେ ବିପକ୍ଷରେ ଭାରତର ସମୀକରଣ

February 25, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.