ମାଲେଗାଓଁ ବିସ୍ଫୋରଣ ମାମଲା : ୪ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କଲେ କୋର୍ଟ

Published: Jun 14, 2019, 3:29 pm IST
bomb blast in afganistan

ମାଲେଗାଓଁ ବିସ୍ଫୋରଣ ମାମଲାର ଚାରି ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି ସ୍ବତନ୍ତ୍ର କୋର୍ଟ। ଜଷ୍ଟିସ୍‌ ଏ ମହାନ୍ତି ଏବଂ ଏ ଏମ୍‌ ବଦରଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ମାମଲାର ଚାରି ଅଭିଯୁକ୍ତ ଧନ ସିଂ, ଲୋକେଶ ଶର୍ମା, ମନୋହର ନରଓ୍ବାରିୟା ଏବଂ ରାଜେନ୍ଦ୍ର ଚୌଧୁରୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ଚାରି ଅଭିଯୁକ୍ତଙ୍କୁ ୨୦୧୩ରେ ଗିରଫ କରାଯାଇଥିବା ବେଳେ ୨୦୧୬ରେ ସମସ୍ତଙ୍କର ଜାମିନ ଆବେଦନ ଖାରଜ ହୋଇଥିଲା। ଚାରି ଜଣଙ୍କୁ ୫୦ ହଜାର ଟଙ୍କାର ମୁଚାଲିକା ବଦଳରେ ଜାମିନ ପ୍ରଦାନ କରାଯାଇଥିବା ବେଳେ କୋର୍ଟର ଟ୍ରାଏଲ୍‌ରେ ଉପସ୍ଥିତ ରହିବା ସହିତ କୌଣସି ପ୍ରମାଣ କିମ୍ବା ସାକ୍ଷୀଙ୍କ ସମ୍ପର୍କରେ ନ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ୮, ୨୦୦୬ରେ ମାଲେଗାଓଁର ହମିଦା ମସ୍‌ଜିଦ୍ ନିକଟରେ ଘଟିଥିବା ବିସ୍ଫୋରଣରେ ୩୭ ଜଣଙ୍କ ପ୍ରାଣ ହାନି ଘଟିବା ସହିତ ୧୦୦ରୁ ଅଧିକ ଆହତ ହୋଇଥିଲେ।

Related posts