Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଭୁବନେଶ୍ୱରରେ ‘ଆୟୁଷ ଦୀକ୍ଷା’ ମାନବ ସମ୍ବଳ ବିକାଶ କେନ୍ଦ୍ର ପାଇଁ ଶିଳାନ୍ୟାସ କରିବେ କେନ୍ଦ୍ର ଆୟୁଷ ମନ୍ତ୍ରୀ 
ଆଜିର ଖବର

ଆଜି ଭୁବନେଶ୍ୱରରେ ‘ଆୟୁଷ ଦୀକ୍ଷା’ ମାନବ ସମ୍ବଳ ବିକାଶ କେନ୍ଦ୍ର ପାଇଁ ଶିଳାନ୍ୟାସ କରିବେ କେନ୍ଦ୍ର ଆୟୁଷ ମନ୍ତ୍ରୀ 

January 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନ ଆୟୁର୍ବେଦ ଅନୁସନ୍ଧାନ ପରିଷଦର ମାନବ ସମ୍ବଳ ବିକାଶ କେନ୍ଦ୍ର ‘ଆୟୁଷ ଦୀକ୍ଷା’ର ଶିଳାନ୍ୟାସ ସମାରୋହ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଭୁବନେଶ୍ୱର ଭରତପୁର ସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ (ସିଏଆରଆଇ) ଠାରେ ଅନୁଷ୍ଠିତ ହେବ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଭାରତ ସରକାରଙ୍କ ଆୟୁଷ ଓ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ଏହି ଅବସରରେ ସିସିଆରଏଏସ୍ ନୂଆଦିଲ୍ଲୀର ମହାନିର୍ଦ୍ଦେଶକ ପ୍ରଫେସର ବୈଦ୍ୟ ରବିନାରାୟଣ ଆଚାର୍ଯ୍ୟ, ଭୁବନେଶ୍ୱରସ୍ଥିତ ସିଏଆରଇ ନିର୍ଦ୍ଦେଶକ ଡାକ୍ତର ଏମ.ଏମ. ରାଓଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ।

୩୦ କୋଟି ଟଙ୍କାର ବଜେଟ୍ ମଞ୍ଜୁରି ସହିତ ‘ଆୟୁଷ ଦୀକ୍ଷା’ ପ୍ରକଳ୍ପ ଅତ୍ୟାଧୁନିକ ସୁବିଧାକୁ ପ୍ରୋତ୍ସାହିତ କରିବ, ଯେଉଁଥିରେ ୩୦ରୁ ୪୦ ଜଣ ଜଣ ପ୍ରଶିକ୍ଷାର୍ଥୀଙ୍କ ବସିବା ସ୍ଥାନ ଥିବା ନେଇ ଦୁଇଟି ସଭାଗୃହ, ପ୍ରଶିକ୍ଷାର୍ଥୀ ରହିବା ପାଇଁ ସଂଯୁକ୍ତ ବାଥରୁମ୍ ସହିତ ୪୦ଟି କେନ୍ଦ୍ରୀୟ ବାତାନୁକୂଳିତ କୋଠରୀ, ଭିଆଇପି ଏବଂ ଭିଭିଆଇପି ସୁଟ୍, ଏକ ପ୍ରାକୃତିକ ପୁସ୍ତକାଳୟ ଏବଂ ଆଲୋଚନା କକ୍ଷ ପାଇଁ ସମର୍ପିତ କ୍ଷେତ୍ର, ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ, ମଡ୍ୟୁଲାର ପେଣ୍ଟ୍ରି, ଡାଇନିଂ ଲାଉଞ୍ଜ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ରହିଛି ।

ଏହି ଅନୁଷ୍ଠାନ ସାଧାରଣତଃ ଆୟୁଷ ଏବଂ ବିଶେଷ କରି ଆୟୁର୍ବେଦର ସମସ୍ତ ଅଂଶୀଦାରଙ୍କୁ ଜାତୀୟ ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରଦାନ କରିବ । ଏହା ଦ୍ୱାରା ଅନ୍ୟ ଜାତୀୟ ଅନୁଷ୍ଠାନ ଗୁଡ଼ିକ ସହିତ ଦକ୍ଷତା ବିକାଶ, ଆୟୁର୍ବେଦରେ ମାନବ ସମ୍ବଳକୁ ସୁଦୃଢ଼ କରିବା, ଗବେଷଣା ଓ ବିକାଶକୁ ସୁଗମ କରିବା, ଉଚ୍ଚମାନର ଗୁଣବତ୍ତା ବଜାୟ ରଖିବା ଏବଂ ରାଜସ୍ୱ ସୃଷ୍ଟି ସହିତ ଆତ୍ମନିର୍ଭରଶୀଳତା ହାସଲ କରିବାରେ ସହାୟକ ହେବ।

କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ (ସିଏଆରଆଇ), ଭୁବନେଶ୍ୱର ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସ୍ୱୟଂଶାସିତ ସଂସ୍ଥା କେନ୍ଦ୍ରୀୟ ଆୟୁର୍ବେଦିକ ବିଜ୍ଞାନ ଗବେଷଣା ପରିଷଦ (ସିସିଆରଏଏସ) ଅଧୀନରେ ଏକ ୟୁନିଟ୍ ରୂପରେ କାର୍ଯ୍ୟ କରିଥାଏ। ଆୟୁର୍ବେଦ କ୍ଷେତ୍ରରେ ବିଜ୍ଞାନଭିତ୍ତିକ ଗବେଷଣାକୁ ପ୍ରୋତ୍ସାହିତ କରିବା ଏବଂ ଆଗକୁ ବଢ଼ାଇବା ଦିଗରେ ଆୟୁଷ ଦୀକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଏହି କେନ୍ଦ୍ର ଆୟୁଷ କ୍ଷେତ୍ରରେ ଗୁଣାତ୍ମକ ମାନବ ସମ୍ବଳକୁ ସୁଦୃଢ଼ କରିବା ଦିଗରେ ବର୍ତ୍ତମାନର ସରକାରଙ୍କ ପ୍ରୟାସର ଏକ ଅଂଶବିଶେଷ ଏବଂ ଏହା ବର୍ଷ ସାରା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରଦାନ କରିବ ।

୨୦ ଜାନୁଆରୀ ୨୦୨୪ ପୂର୍ବାହ୍ନ ସାଢ଼େ ୧୧ଟାରେ ଭୁବନେଶ୍ୱରର କେଂଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ (ସିଏଆରଆଇ)ଠାରେ ଏହି ଐତିହାସିକ ସମାରୋହରେ ସାମିଲ ହେବା ପାଇଁ ସିସିଆରଏଏସ ସମସ୍ତ ସମ୍ପୃକ୍ତ ଅଂଶୀଦାର, ଗଣମାଧ୍ୟମ ଏବଂ ଜନସାଧାରଣଙ୍କୁ ଆମନ୍ତ୍ରଣ କରିଛି।

କେନ୍ଦ୍ର ଆୟୁଷ ମନ୍ତ୍ରୀ ଭୁବନେଶ୍ୱର ସର୍ବାନନ୍ଦ ସୋନୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026
Latest News

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.