Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସପାର ମେଣ୍ଟ ଘୋଷଣା, ଆରଏଲଡିକୁ ୭, ଅଖିଳେଶ ୟୁପିରେ ନେତୃତ୍ୱ ନେବେ
ଆଜିର ଖବର

ସପାର ମେଣ୍ଟ ଘୋଷଣା, ଆରଏଲଡିକୁ ୭, ଅଖିଳେଶ ୟୁପିରେ ନେତୃତ୍ୱ ନେବେ

January 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ଏସପି) ଏବଂ ରାଷ୍ଟ୍ରୀୟ ଲୋକଦଳ (ଆରଏଲଡି) ଆନୁଷ୍ଠାନିକଭାବେ ମେଣ୍ଟ ଘୋଷଣା କରିଛନ୍ତି। ଏସପି ମୁଖ୍ୟ ଅଖିଳେଶ ଯାଦବ ଏକ୍ସରେ ଏକ ପୋଷ୍ଟ ଲେଖି ଏ ନେଇ ସୂଚନା ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ଏହି ମେଣ୍ଟରେ ଆରଏଲଡିକୁ ୭ଟି ଆସନ ମିଳିଛି।

ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ଅଖିଳେଶଙ୍କ ପୋଷ୍ଟର ଜବାବରେ କହିଛନ୍ତି, ଜାତୀୟ ଓ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ ଆମ ମେଣ୍ଟ କର୍ମୀମାନେ ନିଜ ଅଞ୍ଚଳର ବିକାଶ ଓ ସମୃଦ୍ଧି ପାଇଁ ପଦକ୍ଷେପ ନେଇ ଆଗକୁ ବଢ଼ିବେ ବୋଲି ଆଶା କରାଯାଉଛି। କ’ଣ ରହିବ ସିଟ୍ ? ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ସୂତ୍ରରୁ ପ୍ରକାଶ ଯେ ଆରଏଲଡିକୁ ମଥୁରା, ହାଥରସ, ବିଜନୋର, ମୁଜାଫରନଗର, ବାଗପତ, ଅମରୋହା ଏବଂ କୈରାନା ଆସନ ମିଳିଛି।

କଂଗ୍ରେସ ମଧ୍ୟ ଆସନ ନେଇ ନିଷ୍ପତ୍ତି ନେବ

ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହେଉଥିଲେ। ସେତେବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଥିଲେ ଯେ ସେ କୌଣସି ମେଣ୍ଟରେ ଆସନ ଆଶାୟୀ ଭୂମିକାରେ ରହିବେ ନାହିଁ, ବରଂ ଦେବା ଭୂମିକାରେ ରହିବେ। ଅଖିଳେଶ ଯାଦବ ନିଜ ପ୍ରତିଶ୍ରୁତି ପାଳନ କରି ଶୁକ୍ରବାର ମେଣ୍ଟ ସହଯୋଗୀ ଆରଏଲଡିର ଆସନ ଚୂଡ଼ାନ୍ତ କରିଛନ୍ତି। ଏହାଦ୍ୱାରା ଯଦି କଂଗ୍ରେସ ୟୁପିରେ ସପା ସହିତ ରହିବ ତେବେ ଅଖିଳେଶ ମଧ୍ୟ କଂଗ୍ରେସ ପାଇଁ ଆସନ ଚୂଡ଼ାନ୍ତ କରିବାର ସମ୍ଭାବନା ବଢିଯାଇଛି। ଜୟନ୍ତଙ୍କ ସହ ମେଣ୍ଟ ଘୋଷଣା କରି ସପା ସଭାପତି ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି।

ଚନ୍ଦ୍ରଶେଖରଙ୍କୁ ନେଇ ସନ୍ଦେହ

ଏସପି ଆରଏଲଡି ପାଇଁ ୭ଟି ଆସନ ଘୋଷଣା କରିଛି। ତେବେ ଅଖିଳେଶ ଓ ଜୟନ୍ତଙ୍କ ମଧ୍ୟରେ ହୋଇଥିବା ବୈଠକରେ ଭୀମ ଆର୍ମିକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ। ଲୋକସଭାରେ ଭୀମ ଆର୍ମି (ଆଜାଦ ସମାଜ ପାର୍ଟି) ମୁଖ୍ୟ ଚନ୍ଦ୍ରଶେଖରଙ୍କୁ ଏସପି ଅଲଗା ଆସନ ଦେବ ନା ଆରଏଲଡିକୁ ନିଜ ଭାଗରୁ ଲୋକସଭା ନିର୍ବାଚନ ଲଢିବାକୁ ପଡ଼ିବ ତାହା ମଧ୍ୟ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଆରଏଲଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯଦି ଏଭଳି ପରିସ୍ଥିତି ଉପୁଜେ ତେବେ ଆରଏଲଡି ନିଜ ଚିହ୍ନରେ ଚନ୍ଦ୍ରଶେଖରଙ୍କୁ ହାଥରସ ସୁରକ୍ଷିତ ଆସନରୁ ପ୍ରାର୍ଥୀ କରିପାରେ।

୨୦୧୮ ଉପନିର୍ବାଚନରୁ ମେଣ୍ଟ

ୟୁପିରେ ଆରଏଲଡି ସହ ଏସପିର ମେଣ୍ଟ ୨୦୧୮ ଲୋକସଭା ଉପନିର୍ବାଚନରୁ ଆରମ୍ଭ ହୋଇଛି। କୈରାନା ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଏସପି ପ୍ରାର୍ଥୀ ତବସ୍ସୁମ ହାସନ ଆରଏଲଡି ଚିହ୍ନରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ୨୦୧୯ ନିର୍ବାଚନରେ ବିଏସପି ମଧ୍ୟ ଏହି ଦୁଇଜଣଙ୍କ ସହ ମେଣ୍ଟ କରିଥିଲା। ଏସପି ଆରଏଲଡିକୁ ୩ଟି ଆସନ ଦେଇଥିଲେ ମଧ୍ୟ ଆରଏଲଡି ଗୋଟିଏ ବି ଆସନ ଜିତି ପାରିନଥିଲା। ସପା ୫ଟି ଆସନ ଜିତିଥିବାବେଳେ ବିଏସପି ୧୦ଟି ଆସନରେ ବିଜୟୀ ହୋଇଥିଲା। ଏହି ନିର୍ବାଚନ ପରେ ଏସପି ଓ ଆରଏଲଡି ମଧ୍ୟ ୨୦୨୨ ବିଧାନସଭା ନିର୍ବାଚନରେ ଏକାଠି ଲଢ଼ିଥିଲେ। ଏସପି ଆରଏଲଡିକୁ ୩୩ଟି ଆସନ ଦେଇଥିବାବେଳେ ସେଥିରୁ ଆରଏଲଡି ୯ଟି ଆସନରେ ବିଜୟୀ ହୋଇଥିଲା।

akhilesh yadav election 2024 rld sp
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.