ଚୀନ୍‌ ଏବଂ ଋଷ ସହିତ ତ୍ରିପାକ୍ଷିକ ଆଲୋଚନା କରିବ ଭାରତ

Published: Jun 14, 2019, 5:11 pm IST

ଭାରତ, ରୁଷିଆ ଓ ଚୀନ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହେବ। ଆଗାମୀ ଦିନରେ ଜାପାନରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଏହି ଆଲୋଚନା ହେବ ବୋଲି ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁତିନ ଭେଟକୁ ନେଇ ବିଦେଶ ସଚିବ ବିଜୟ ଗୋଖଲେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଚଳିତ ମାସ ୨୮ରୁ ୨୯ ମଧ୍ୟରେ ଜାପାନର ଓସାକା ସହରରେ ଜି-୨୦ ସମ୍ମିଳନୀର ଆୟୋଜନ ହେବ। ଗୋଖଲେ କହିଛନ୍ତି, ମୋଦି ସେପ୍ଟେମ୍ବର ଆରମ୍ଭରୁ ରୁଷିଆ ଗସ୍ତ କରିବେ। ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ ନେଇ ମୋଦି ଓ ପୁତିନ ଆଲୋଚନା କରିବେ। ଏ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷିଆ ତରଫରୁ ନିମନ୍ତ୍ରଣ ମିଳିସାରିଛି।

Related posts