Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟିକସ ଆଦାୟରେ ଭର୍ତ୍ତି ସରକାରୀ ରାଜକୋଷ, ଭାଙ୍ଗିଲା ରେକର୍ଡ, ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି
ଆଜିର ଖବର

ଟିକସ ଆଦାୟରେ ଭର୍ତ୍ତି ସରକାରୀ ରାଜକୋଷ, ଭାଙ୍ଗିଲା ରେକର୍ଡ, ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି

January 24, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ ଆୟକର ରିଟର୍ଣ୍ଣ (ଆଇଟିଆର ଫାଇଲିଂ) ଦାଖଲ କରୁଥିବା ଲୋକଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି । ଦିନକୁ ଦିନ ଆୟକର ଫାଇଲଧାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଗତ ୧୦ ବର୍ଷ ମଧ୍ୟରେ ଆଇଟିଆର ଫାଇଲ କରୁଥିବା ଲୋକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ୧୦ ବର୍ଷରେ ଆଇଟିଆର ଫାଇଲ କରିଥିବା ଲୋକଙ୍କ ସଂଖ୍ୟା ୭.୭୮ କୋଟିରେ ପହଞ୍ଚିଛି। ଏନେଇ ସିବିଡିଟି ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ତଥ୍ୟ ଜାରି କରିଛି ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ୭.୭୮ ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ କରାଯାଇଛି। ଏହା ୨୦୧୩-୧୪ରେ ଦାଖଲ ହୋଇଥିବା ୩.୮ କୋଟି ଆୟକର ରିଟର୍ଣ୍ଣ ତୁଳନାରେ ୧୦୪.୯୧ ପ୍ରତିଶତ ଅଧିକ।

ସମାନ ଅବଧିରେ ପ୍ରତ୍ୟକ୍ଷ ଟିକସ ଆଦାୟ ୧୬୦.୫୨ ପ୍ରତିଶତ ବୃଦ୍ଧି ପାଇ ୨୦୨୨-୨୩ରେ ୧୬,୬୩,୬୮୬ କୋଟି ଟଙ୍କାରେ ପହଞ୍ଚିଛି, ଯାହା ୨୦୧୩-୧୪ରେ ୬,୩୮,୫୯୬ କୋଟି ଟଙ୍କା ଥିଲା। ସରକାର ୨୦୨୩-୨୪ ବଜେଟରେ ପ୍ରତ୍ୟକ୍ଷ ଟିକସ (ବ୍ୟକ୍ତିଗତ ଆୟକର ଏବଂ କର୍ପୋରେଟ ଟିକସ)ରୁ ୧୮.୨୩ ଲକ୍ଷ କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହା ପୂର୍ବ ଆର୍ଥିକ ବର୍ଷରେ ସଂଗ୍ରହ କରାଯାଇଥିବା ୧୬.୬୧ ଲକ୍ଷ କୋଟି ଟଙ୍କା ତୁଳନାରେ ୯.୭୫ ପ୍ରତିଶତ ଅଧିକ ଅଟେ।

ସିବିଡିଟି ତଥ୍ୟ ଅନୁଯାୟୀ, ୨୦୧୩-୧୪ ଆର୍ଥିକ ବର୍ଷରେ ମୋଟ ପ୍ରତ୍ୟକ୍ଷ ଟିକସ ଆଦାୟ ୭,୨୧,୬୦୪ କୋଟି ଟଙ୍କା ଥିବାବେଳେ ୨୦୨୨-୨୩ରେ ଏହା ୧୭୩.୩୧ ପ୍ରତିଶତ ବୃଦ୍ଧି ପାଇ ୧୯,୭୨,୨୪୮ କୋଟି ଟଙ୍କାରେ ପହଞ୍ଚିଛି। ଏହା ସହିତ ପ୍ରତ୍ୟକ୍ଷ ଟିକସ-ଜିଡିପି ଅନୁପାତ ୫.୬୨ ପ୍ରତିଶତରୁ ୬.୧୧ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ୨୦୧୩-୧୪ରେ ଆଦାୟ ଖର୍ଚ୍ଚ ୦.୫୧ ପ୍ରତିଶତ ଥିବାବେଳେ ୨୦୨୨-୨୩ରେ ଏହା ୦.୫୭ ପ୍ରତିଶତକୁ ବୃଦ୍ଧି ପାଇଛି।

itr tax
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.