ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର, ମନ୍ତ୍ରୀମଣ୍ଡଳରେ ସାମିଲ ହେଲା ବିଜେପି

Published: Jan 28, 2024, 6:42 pm IST

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ଗ୍ରହଣ କରିଛନ୍ତି ନୀତିଶ କୁମାର। ରାଜଭବନରେ ଆୟୋଜିତ ଶପଥପାଠ ଉତ୍ସବରେ ତାଙ୍କୁ ରାଜ୍ୟପାଳ ଶପଥ କରାଇଥିଲେ। ନୀତିଶଙ୍କ ସହିତ 9 ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ନୀତିଶ ଆରଜେଡିଠାରୁ ସଂପର୍କ ଛିନ୍ନ କରି ବିଜେପି ସହିତ ନୂଆ ସରକାର ଗଠନ କରିଛନ୍ତି।

ଏହି ଶପଥପାଠରେ ବିଜେପିର ଦୁଇ ବିଧାୟକ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥପାଠ କରିଛନ୍ତି। ସେମାନେ ହେଲେ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା। ଏହି ଶପଥପାଠ ଉତ୍ସବରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ମଧ୍ୟ ଯୋଗଦେଇଥିଲେ। ନୀତିଶ ନଅଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେଣି।

Related posts