ଭାରତୀୟ ବଜାରରେ ଅଲ୍‌ଟୋର ସିଏନ୍‌ଜି ମଡେଲ

Published: Jun 15, 2019, 1:25 pm IST
Alto CNG Launched In India

ମାରୁତି ସୁଜୁକି ପକ୍ଷରୁ ଭାରତୀୟ ବଜାର ନିମନ୍ତେ ଏହାର ପ୍ରଥମ ସିଏନ୍‌ଜି ମଡେଲ କାର୍‌ ଲଞ୍ଚ କରାଯାଇଛି। ଅଲ୍‌ଟୋର ଏହା ପ୍ରଥମ ସିଏନ୍‌ଜି ପରିଚାଳିତ କାର୍‌। ଏହି କାର୍‌ରେ ବିଏସ୍‌-୬ ଇଞ୍ଜିନ୍‌ ବ୍ୟବହାର କରାଯାଇଛି। ଏହି କାର୍‌ର ମୂଲ୍ୟ ୪.୧୪ ଲକ୍ଷ ଟଙ୍କା ରହିଛି ଯାହାକି ପେଟ୍ରୋଲ ମଡେଲ ଠାରୁ ମାତ୍ର ୬୦ ହଜାର ଟଙ୍କା ଅଧିକ। ଏହି କାର୍‌ରେ ତିନି ସିଲିଣ୍ଡର ବିଶିଷ୍ଟ ଇଞ୍ଜିନ ରହିଥିବା ବେଳେ ଏହା ୪୮ ବିଏଚ୍‌ପି ଏବଂ ୬୯ ଏନ୍‌ଏମ୍‌ ଟର୍କର ଶକ୍ତି ପ୍ରଦାନ କରିଥାଏ। ଏହି କାର୍‌ର ମାଇଲେଜ୍‌ ୨୪ କିମି ରହିଛି। ଏହି କାର୍‌ ସହିତ ମାରୁତି ସୁଜୁକି ପକ୍ଷରୁ ସ୍ବିଫ୍ଟ ଏବଂ ଓ୍ବାଗନ ଆର୍‌ର ବିଏସ୍‌-୬ ମଡେଲ ବଜାରକୁ ଛଡାଯାଇଛି।

Related posts