ଟିମ୍ ଇଣ୍ଡିଆକୁ ଡବଲ୍ ଝଟକା, ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଲେ କେ.ଏଲ୍ ରାହୁଲ ଏବଂ ରବିନ୍ଦ୍ର ଜାଡେଜା

Published: Jan 29, 2024, 6:19 pm IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ପାଇଁ ଖରାପ ଖବର ଆସିଛି। ବାସ୍ତବରେ ହାଇଦ୍ରାବାଦରେ ପରାଜୟ ପରେ ଟିମ୍ ଇଣ୍ଡିଆକୁ ଡବଲ୍ ଝଟକା ଲାଗିଛି। ବିଶାଖାପାଟନମରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରୁ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲଙ୍କୁ ବାଦ ଦିଆଯାଇଛି। ବିସିସିଆଇ ଏହି ସୂଚନା ଦେଇଛି।

ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫେବୃଆରୀ ୨ ତାରିଖରୁ ବିଶାଖାପାଟନମ୍ ରେ ଖେଳାଯିବ। ଏହି ଟେଷ୍ଟ ମ୍ୟାଚରୁ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ବାଦ ପଡିଛନ୍ତି। ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ଜାଡେଜା ଆଘାତପ୍ରାପ୍ତ ହୋଇଥିବାବେଳେ କେ.ଏଲ୍ ରାହୁଲ ତାଙ୍କ ଡାହାଣ ହାତରେ ଯନ୍ତ୍ରଣା ଅନୁଭବ କରିଛନ୍ତି। ତେବେ ବିସିସିଆଇ ମେଡିକାଲ ଦଳ ଉଭୟ ଖେଳାଳିଙ୍କ ଉପରେ ନଜର ରଖିଛନ୍ତି।

ଭାରତୀୟ କ୍ରିକେଟ୍ ଦଳର ଚୟନ କମିଟି ଦ୍ୱିତୀୟ ଟେଷ୍ଟ ପାଇଁ ସରଫରାଜ ଖାନ୍, ସୌରଭ କୁମାର ଏବଂ ୱାଶିଂଟନ୍ ସୁନ୍ଦରଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରିଛି। ତେବେ ଆବେଶ ଖାନ ତାଙ୍କ ରଣଜୀ ଦଳ ମଧ୍ୟପ୍ରଦେଶରେ ରହିବେ ଏବଂ ଆବଶ୍ୟକ ସମୟରେ ଟିମ୍ ଇଣ୍ଡିଆରେ ଯୋଗଦେବେ।

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ- ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଯଶସ୍ୱୀ ଜୟସ୍ଵାଲ, ଶ୍ରେୟାସ ଆୟର, କେ.ଏସ୍ ଭରତ (ୱିକେଟ୍ କିପର), ଧ୍ରୁବ ଜୁରେଲ (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ଅକ୍ସର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ), ଆବେଶ ଖାନ, ରଜତ ପାଟିଦାର, ସରଫରାଜ ଖାନ, ୱାଶିଂଟନ୍ ସୁନ୍ଦର ଏବଂ ସୌରଭ କୁମାର।

Related posts