Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟିମ୍ ଇଣ୍ଡିଆକୁ ଡବଲ୍ ଝଟକା, ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଲେ କେ.ଏଲ୍ ରାହୁଲ ଏବଂ ରବିନ୍ଦ୍ର ଜାଡେଜା
ଆଜିର ଖବର

ଟିମ୍ ଇଣ୍ଡିଆକୁ ଡବଲ୍ ଝଟକା, ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଲେ କେ.ଏଲ୍ ରାହୁଲ ଏବଂ ରବିନ୍ଦ୍ର ଜାଡେଜା

January 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ପାଇଁ ଖରାପ ଖବର ଆସିଛି। ବାସ୍ତବରେ ହାଇଦ୍ରାବାଦରେ ପରାଜୟ ପରେ ଟିମ୍ ଇଣ୍ଡିଆକୁ ଡବଲ୍ ଝଟକା ଲାଗିଛି। ବିଶାଖାପାଟନମରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରୁ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲଙ୍କୁ ବାଦ ଦିଆଯାଇଛି। ବିସିସିଆଇ ଏହି ସୂଚନା ଦେଇଛି।

ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫେବୃଆରୀ ୨ ତାରିଖରୁ ବିଶାଖାପାଟନମ୍ ରେ ଖେଳାଯିବ। ଏହି ଟେଷ୍ଟ ମ୍ୟାଚରୁ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ବାଦ ପଡିଛନ୍ତି। ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ଜାଡେଜା ଆଘାତପ୍ରାପ୍ତ ହୋଇଥିବାବେଳେ କେ.ଏଲ୍ ରାହୁଲ ତାଙ୍କ ଡାହାଣ ହାତରେ ଯନ୍ତ୍ରଣା ଅନୁଭବ କରିଛନ୍ତି। ତେବେ ବିସିସିଆଇ ମେଡିକାଲ ଦଳ ଉଭୟ ଖେଳାଳିଙ୍କ ଉପରେ ନଜର ରଖିଛନ୍ତି।

ଭାରତୀୟ କ୍ରିକେଟ୍ ଦଳର ଚୟନ କମିଟି ଦ୍ୱିତୀୟ ଟେଷ୍ଟ ପାଇଁ ସରଫରାଜ ଖାନ୍, ସୌରଭ କୁମାର ଏବଂ ୱାଶିଂଟନ୍ ସୁନ୍ଦରଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରିଛି। ତେବେ ଆବେଶ ଖାନ ତାଙ୍କ ରଣଜୀ ଦଳ ମଧ୍ୟପ୍ରଦେଶରେ ରହିବେ ଏବଂ ଆବଶ୍ୟକ ସମୟରେ ଟିମ୍ ଇଣ୍ଡିଆରେ ଯୋଗଦେବେ।

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ- ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଯଶସ୍ୱୀ ଜୟସ୍ଵାଲ, ଶ୍ରେୟାସ ଆୟର, କେ.ଏସ୍ ଭରତ (ୱିକେଟ୍ କିପର), ଧ୍ରୁବ ଜୁରେଲ (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ଅକ୍ସର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ), ଆବେଶ ଖାନ, ରଜତ ପାଟିଦାର, ସରଫରାଜ ଖାନ, ୱାଶିଂଟନ୍ ସୁନ୍ଦର ଏବଂ ସୌରଭ କୁମାର।

BCCI england india kl rahul ravindra jadeja Test Series ଭାରତୀୟ କ୍ରିକେଟ୍ ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026
Latest News

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.