ଅଷ୍ଟ୍ରେଲିଆନ୍ ଓପନ୍ ଜିତିଥିବା ରୋହନ ବୋପାନ୍ନାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Published: Jan 30, 2024, 7:56 am IST

ନୂଆଦିଲ୍ଲୀ: ଟେନିସ ଖେଳାଳି ରୋହନ ବୋପାନ୍ନା ଅଷ୍ଟ୍ରେଲିଆନ୍ ଓପନ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ବାରମ୍ବାର, ଅସାଧାରଣ ପ୍ରତିଭାଶାଳୀ ରୋହନ ବୋପାନ୍ନା ଦେଖାଉଛନ୍ତି ଯେ ବୟସ କେବେ ବାଧା ନୁହେଁ!

ଐତିହାସିକ ଅଷ୍ଟ୍ରେଲିଆନ୍ ଓପନ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ।

ତାଙ୍କ ଉଲ୍ଲେଖନୀୟ ଯାତ୍ରା ଆମକୁ ବାରମ୍ବାର ମନେପକାଇଦିଏ ଯେ, ଆମ ଇଚ୍ଛା, କଠିନ ପରିଶ୍ରମ ଏବଂ ଦୃଢ଼ତା ଆମ ସାମର୍ଥ୍ୟକୁ ବ୍ୟାଖ୍ୟା କରେ।’

Related posts