ଜିଓ ପ୍ଲାଟଫର୍ମସ୍ ର ନୂଆ ମେସିନ୍ ଲର୍ଣ୍ଣିଙ୍ଗ ପ୍ଲାଟଫର୍ମ ‘ଜିଓ-ବ୍ରେନ୍‌’

Published: Jan 30, 2024, 9:42 pm IST

ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍ ଏକ ନୂତନ ୫ଜି ସମନ୍ୱିତ ମେସିନ୍ ଲର୍ଣ୍ଣିଙ୍ଗ ଏବଂ କୃତ୍ରିମ ଇଣ୍ଟେଲିଜେନ୍ସ (ଏଆଇ) ପ୍ଲାଟଫର୍ମ ‘ଜିଓ-ବ୍ରେନ୍‌’ ଶୁଭାରମ୍ଭ କରିଛି। ଜିଓ-ବ୍ରେନ୍ ସମସ୍ତ ପ୍ରକାର ଶିଳ୍ପ ଏବଂ ବ୍ୟବସାୟ ପାଇଁ ଏକ ସମନ୍ୱିତ ମେସିନ୍ ଲର୍ଣ୍ଣିଙ୍ଗ ପ୍ଲାଟଫର୍ମ ପ୍ରଦାନ କରିଥାଏ। ଜିଓ-ବ୍ରେନ୍ ପ୍ଲାଟଫର୍ମ କମ୍ପାନୀର ବର୍ତ୍ତମାନର ନେଟୱାର୍କ ସହିତ ସହଜରେ ଏକାଠି କାର୍ଯ୍ୟ କରିବାର କରିବାର କ୍ଷମତା ରଖିଛି। ଏହାକୁ ବ୍ୟବହାର କରିବାକୁ, କମ୍ପାନୀଗୁଡିକ ସେମାନଙ୍କର ବର୍ତ୍ତମାନର ନେଟୱାର୍କକୁ ପରିବର୍ତ୍ତନ କରିବା ଆବଶ୍ୟକ ପଡିବ ନାହିଁ। ଟେଲିକମ୍ ନେଟୱର୍କ ହେଉ ବା ଏଣ୍ଟରପ୍ରାଇଜ୍ ନେଟୱାର୍କ କିମ୍ବା ଯେକୌଣସି ପ୍ରକାରର ଆଇଟି ନେଟୱାର୍କ, ଜିଓ-ବ୍ରେନ୍ ସମସ୍ତ ପ୍ରକାର ନେଟୱାର୍କ ସହିତ ସଂଯୁକ୍ତ ଭାବରେ କାର୍ଯ୍ୟ କରିପାରିବ।

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସହ ସଜ୍ଜିତ ଏହି ଅଭିନବ ପ୍ଲାଟଫର୍ମ ଶହ ଶହ ଇଞ୍ଜିନିୟରଙ୍କ ଉଦ୍ୟମ ଏବଂ ଦୁଇ ବର୍ଷର ଗବେଷଣା ପରେ ବିକଶିତ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ମେସିନ୍ ଲର୍ଣ୍ଣିଙ୍ଗକୁ ସହଜ କରିବାକୁ ଜିଓ-ବ୍ରେନ୍ ପ୍ଲାଟଫର୍ମ ୫୦୦ ରୁ ଅଧିକ ପ୍ରୟୋଗ ବା ଆପ୍ଲିକେସନ ସହିତ ସହିତ ସଜ୍ଜିତ ରହିଛି। ଚିତ୍ର, ଭିଡିଓ, ଲେଖା, ଡକ୍ୟୁମେଣ୍ଟ ପାଇଁ ଉନ୍ନତ ଏଆଇ ଫିଚର ଉପଲବ୍ଧ ରହିଛି। ସେହିପରି ଅନ୍ତର୍ନିହିତ (ଇନ୍‌-ବିଲ୍ଟ) ଏଆଇ ଆଲଗୋରିଦମ ସୁବିଧା ଜିଓ-ବ୍ରେନ୍ ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ ରହିଛି।

ଜିଓ ପ୍ଲାଟଫର୍ମସ୍ ଏହାକୁ ୫ଜି ଏବଂ ଭବିଷ୍ୟତର ଟେକ୍ନୋଲୋଜି ୬ଜି ପାଇଁ ଉତ୍ପାଦ ଶୃଙ୍ଖଳ ବିକାଶ ଦିଗରେ ଏକ ମାଇଲଖୁଣ୍ଟ ଭାବରେ ବିଚାର କରୁଛି। ଜିଓ-ବ୍ରେନ୍ ଉଦ୍ୟୋଗଗୁଡ଼ିକୁ ପରିବର୍ତ୍ତନ ଏବଂ ନେଟୱାର୍କ ଅପ୍ଟିମାଇଜେସନ୍ କରିବା ଦିଗରେ ସହାୟତା କରିବା ସହିତ ୬ଜି ବିକାଶ ପାଇଁ ମଧ୍ୟ ମଞ୍ଚ ପ୍ରସ୍ତୁତ କରିବ, ଯେଉଁଥିରେ ମେସିନ୍ ଲର୍ଣ୍ଣିଙ୍ଗକୁ ଏକ ପ୍ରମୁଖ ସାମର୍ଥ୍ୟ ଭାବରେ ବିବେଚନା କରାଯାଉଛି। ଜିଓ-ବ୍ରେନ୍ ଇନୋଭେସନ୍ ଇକୋସିଷ୍ଟମ ପରିସର ବିସ୍ତାର କରିବାକୁ ସମାନ ଚିନ୍ତାଧାରା ସମ୍ପନ୍ନ ଏଆଇ ଏବଂ ମେସିନ୍ ଲର୍ଣ୍ଣିଙ୍ଗ ଗବେଷକମାନଙ୍କ ସହିତ ଏକାଠି କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିଥିବା ପ୍ରକାଶ କରାଯାଇଛି।

Related posts