ରାହୁଳ ଗାନ୍ଧୀଙ୍କ ଓଡିଶା କାର୍ଯ୍ୟକ୍ରମରେ ହେଲା ପରିବର୍ତ୍ତନ, ୪ ଦିନ ବୁଲିବେ ୨ ରାତି ରହିବେ

Published: Jan 31, 2024, 8:39 pm IST

ଭୁବନେଶ୍ବର: ରାହୁଳ ଗାନ୍ଧୀଙ୍କ ଓଡିଶାରେ ନ୍ୟାୟ ଯାତ୍ରାର ସମୟ ପରିବର୍ତ୍ତନ କରାଯାଇଛି। ସେ ଆସନ୍ତା ୬ , ୭, ୮ ଓ ୯ ତାରିଖରେ ଓଡିଶାରେ ନ୍ୟାୟ ଯାତ୍ରା କରିବେ। ସେ ଦୁଇଦିନ ରାତ୍ରୀ ଯାପନ କରିବେ ବୋଲି ଜଣାପଡିଛି।

ସେ ୬ ତାରିଖରେ ଓଡିଶା ପ୍ରବେଶ କରିବେ। ବୀରମିତ୍ରପୁରରେ ତାଙ୍କୁ ଓଡିଶା କଂଗ୍ରେସ ତରଫରୁ ସ୍ବାଗତ କରାଯିବ।

ଏହାପରେ ୭ ଓ ୮ ତାରିଖରେ ସେ ସୁନ୍ଦରଗଡ, ରାଉରକେଲା ଓ ଝାରସୁଗୁଡା ଗସ୍ତ କରିବେ। ୭ ତାରିଖରେ ସେ ରାଉରକେଲା, ରାଇରଙ୍ଗପୁର ଏବଂ ଉତ୍ତରାରେ ସାଧାରଣ ସଭା କରିବେ। ସେଦିନ ଝାରସୁଗୁଡାରେ ରାତ୍ରୀ ଯାପନ କରିବେ।

ସେହିପରି ୮ ତାରିଖରେ ବ୍ରଜରାଜନଗର ଓ ବେଲପାହଡରେ ପଦଯାତ୍ରା କରି ଛତିଶଗଡ ଯିବେ। ରାହୁଳ ଗାନ୍ଧୀ ଓଡିଶାରେ ପ୍ରାୟ ୨୦୦ କିଲୋମିଟର ଯାତ୍ରା କରିବାର କାର‌୍ୟ୍ୟକ୍ରମ ରହିଛି।

Related posts