
ନୂଆଦିଲ୍ଲୀ: ଚମ୍ପଇ ସୋରେନ ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ହେବେ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବଂ କଂଗ୍ରେସ ବିଧାୟକମାନେ ରାଜ ଭବନରେ ପହଞ୍ଚିଛନ୍ତି। ବିଳମ୍ବିତ ରାତିରେ ଶାସକ ମେଣ୍ଟର ସମସ୍ତ ବିଧାୟକ ରାଞ୍ଚିରେ ରାଜ ଭବନରେ ପହଞ୍ଚିଥିଲେ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବାର ସମ୍ଭାବନା ରହିଛି। ସେପଟେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ସାମ୍ନାକୁ ଆସିଛି। ଚମ୍ପଇ ସୋରେନ ହେମ୍ନାତଣ୍ଟ ସୋରେନଙ୍କ ଘନିଷ୍ଠ ବୋଲି କୁହାଯାଏ।