ଆଜି ଇଂଲଣ୍ଡ-ଭାରତ ଦ୍ଵିତୀୟ ଟେଷ୍ଟ, ଏହିପରି ଦ୍ୱିତୀୟ ଟେଷ୍ଟ ପାଇଁ ହୋଇପାରେ ଭାରତର ଖେଳାଳି ଏକାଦଶ

Published: Feb 2, 2024, 8:12 am IST

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜିଠାରୁରୁ ବିଶାଖାପାଟନମ୍ ରେ ଖେଳାଯିବ। ପ୍ରଥମ ମ୍ୟାଚ୍ ହାରିଯିବା ପରେ ଭାରତୀୟ ଦଳ ସିରିଜରେ ୦-୧ ରେ ପଛୁଆ ରହିଛି। ବର୍ତ୍ତମାନ ରୋହିତ ଶର୍ମାଙ୍କ ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜକୁ ୧-୧ ରେ କରିବାକୁ ଚାହୁଁଛି। ମ୍ୟାଚ୍ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ସର୍ବୋତ୍ତମ ଖେଳାଳି ଏକାଦଶ ଆବଶ୍ୟକ ହେବ। ତେବେ ଆସନ୍ତୁ ଜାଣିବା ଭାରତର ଖେଳାଳି ଏକାଦଶ କ’ଣ ହୋଇପାରେ?

କିନ୍ତୁ ଖେଳାଳି ଏକାଦଶ ଜାଣିବା ପୂର୍ବରୁ ଏହା ଜାଣିବା ଜରୁରୀ ଯେ ବିରାଟ କୋହଲି, ମହମ୍ମଦ ଶାମି, ରବିନ୍ଦ୍ର ଜାଡେଜା ଏବଂ କେ.ଏଲ୍ ରାହୁଲଙ୍କ ପରି ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତିରେ ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ୍ ଖେଳିବ।

ଦ୍ୱିତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆରେ ଯୋଗ ଦେଇଥିବା ରଜତ ପାଟିଦାର ଏବଂ ସରଫରାଜ ଖାନଙ୍କ ଟେଷ୍ଟ ଡେବ୍ୟୁ ପ୍ରାୟ ନିଶ୍ଚିତ। ତିନି ନମ୍ବରରେ ଖେଳୁଥିବା ଶୁବମାନ ଗିଲଙ୍କୁ ପଟିଦାର ବଦଳରେ ସୁଯୋଗ ମିଳିପାରେ। କିଛି ସମୟ ଧରି ଟେଷ୍ଟରେ ଖରାପ ଫର୍ମ ସହିତ ଗିଲ୍ ସଂଘର୍ଷ କରି ଆସୁଛନ୍ତି। ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଚତୁର୍ଥ ନମ୍ବରରେ ଖେଳିଥିବା ରାହୁଲଙ୍କ ଅନୁପସ୍ଥିତିରେ ସରଫରାଜ ଖାନ ସୁଯୋଗ ପାଇପାରନ୍ତି।

ପ୍ରଥମ ଟେଷ୍ଟରେ ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ସିରାଜଙ୍କ ସମେତ ଦୁଇ ପେସର୍ ସହିତ ଭାରତୀୟ ଦଳ ପଡ଼ିଆକୁ ଆସିଥିଲା, କିନ୍ତୁ ସିରାଜ କିଛି ବିଶେଷ କରିପାରିନଥିଲେ। ତାଙ୍କୁ କୌଣସି ୱିକେଟ୍ ମିଳି ନଥିଲା। ପ୍ରଥମ ମ୍ୟାଚରେ ପିଚ୍ ସ୍ପିନରମାନଙ୍କୁ ବହୁତ ସାହାଯ୍ୟ କରିଥିଲା। ଏଭଳି ପରିସ୍ଥିତିରେ ରୋହିତ ଶର୍ମା ଚାରିଜଣ ସ୍ପିନର ସହିତ ପଡିଆକୁ ଓହ୍ଲାଇପାରନ୍ତି, ଯେଉଁଥି ପାଇଁ ମହମ୍ମଦ ସିରାଜଙ୍କୁ ବାଦ ଦିଆଯାଇପାରେ। କୁଲଦୀପ ଯାଦବ ସିରାଜଙ୍କ ସ୍ଥାନ ନେଇପାରନ୍ତି। ପ୍ରଥମ ଟେଷ୍ଟରେ ଇଂଲଣ୍ଡ କେବଳ ଗୋଟିଏ ପେସର୍ ଖେଳିଥିଲା।

ପ୍ରଥମ ଟେଷ୍ଟରେ ଆହତ ହୋଇଥିବା ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ରୋହିତ ଶର୍ମା ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ଖେଳାଳି ଏକାଦଶର ସାମିଲ କରିପାରନ୍ତି। ସୁନ୍ଦର ସ୍ପିନ୍ ସହିତ ଭଲ ବ୍ୟାଟିଂ ମଧ୍ୟ କରିପାରନ୍ତି। ଏଭଳି ପରିସ୍ଥିତିରେ ସୁନ୍ଦର ଜାଡେଜାଙ୍କ ପାଇଁ ଏକ ଉପଯୁକ୍ତ ସ୍ଥାନ ହୋଇପାରେ।

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତର ସମ୍ଭାବ୍ୟ ଖେଳାଳି ଏକାଦଶ:

ରୋହିତ ଶର୍ମା, ଯଶସ୍ୱୀ ଜୟସ୍ଵାଲ, ରଜତ ପାଟିଦାର, ସଫରାଜ ଖାନ, ଶ୍ରେୟସ୍ ଆୟର, କେ.ଏସ୍ ଭାରତ, ୱାଶିଂଟନ୍ ସୁନ୍ଦର, ଆର ଅଶ୍ୱିନ୍, ଅକ୍ସର ପଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା।

Related posts