
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟେନିସ୍ ଖେଳାଳି ରୋହନ ବୋପନ୍ନାଙ୍କୁ ଭେଟିଛନ୍ତି। ଅଷ୍ଟ୍ରେଲିଆନ୍ ଓପନ ଜିତିବା ପାଇଁ ସେ ବୋପନ୍ନାଙ୍କୁ ପ୍ରଶଂସା କରି କହିଥିଲେ, ତାଙ୍କ ଉପଲବ୍ଧି ଯୋଗୁ ଭାରତ ଗର୍ବିତ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ରୋହନ ବୋପନ୍ନାଙ୍କୁ ଭେଟି ମୁଁ ଖୁସି । ତୁମ ସଫଳତା ଭାରତକୁ ଗର୍ବିତ କରେ ଏବଂ ତୁମ ଉତ୍ସର୍ଗ ଅନେକ ଲୋକଙ୍କୁ ପ୍ରେରିତ କରିଥାଏ । ତୁମର ଭବିଷ୍ୟତର ଉଦ୍ୟମ ପାଇଁ ମୋର ଶୁଭେଚ୍ଛା ।’