Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଶାମୁକ୍ତି ପାଇଁ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବୁଝାମଣାପତ୍ର ସ୍ୱାକ୍ଷରିତ
ଆଜିର ଖବର

ନିଶାମୁକ୍ତି ପାଇଁ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବୁଝାମଣାପତ୍ର ସ୍ୱାକ୍ଷରିତ

February 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନିଶାମୁକ୍ତି ପାଇଁ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ନିଶାମୁକ୍ତି ନିମନ୍ତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପଦକ୍ଷେପ ସୁଦୃଢ଼ କରିଛି। ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ ଓ ବ୍ରହ୍ମପୁରରେ କାର୍ଯ୍ୟରତ ୫ଟି ସେ୍ୱଚ୍ଛାସେବୀ ସଂଗଠନ ନିଶାମୁକ୍ତି ନିମନ୍ତେ କାର୍ଯ୍ୟକ୍ରମକୁ ବ୍ୟାପକ କରିବେ। ନିଶା ନିବାରଣ କେନ୍ଦ୍ର ମାଧ୍ୟମରେ ଅନୁଷ୍ଠାନଗୁଡ଼ିକ ନିଶାମୁକ୍ତି ଅଭିଯାନରେ ସାମିଲ ହେବେ। ସେଥିପାଇଁ ବିଭାଗ ପକ୍ଷରୁ ‘ଦିଶା’ ଯୋଜନା ଅଧିନରେ ଅନୁଷ୍ଠାନଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

ଭୁବନେଶ୍ୱରସ୍ଥିତ ରାଜ୍ୟ ଭିନ୍ନକ୍ଷମ ପୁନଃଥଇଥାନ ପ୍ରତିଷ୍ଠାନ ପରିସରରେ ନିକଟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁ ଉପରୋକ୍ତ ଅନୁଷ୍ଠାନଗୁଡ଼ିକ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ସାମଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଉପସ୍ଥିତ ଥିଲେ। ଶ୍ରୀ ସେଠୀ ଅନୁଷ୍ଠାନର କର୍ମକର୍ତ୍ତା ତଥା କେନ୍ଦ୍ର ପରିଚାଳକମାନଙ୍କୁ ସେବା ମନୋବୃତ୍ତି ଓ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ।

ସଚେତନତା ପ୍ରସାର, ନିଶାଡିମାନଙ୍କୁ ଚିହ୍ନଟ ସେମାନଙ୍କୁ ପରାମର୍ଶ ଓ ଚିକିତ୍ସା ତଥା ଥଇଥାନ ପାଇଁ ଅନୁଷ୍ଠାନଗୁଡ଼ିକ ନିଷ୍ଠାର ସହ ଉଦ୍ୟମ କରିବେ ବୋଲି ସେ ଆଶାପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ, ସ୍ୱତନ୍ତ୍ର ଶାସନ ସଚିବ ଦିଲ୍ଲୀପ କୁମାର ରାୟ, ଅତିରିକ୍ତ ଶାସନ ସଚିବ ସନ୍ତୋଷ କୁମାର ପ୍ରଧାନ, ସୋନିଆ ବେହେରା ମଧୁମିତା ନାୟକ, ଦୀପକ ରାଉତରାୟ ତଥା ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।

ଭୁବନେଶ୍ୱରର ଫେଥ୍‌ ଚାରିଟେବୁଲ୍‌ ଟ୍ରଷ୍ଟ, ଖୋର୍ଦ୍ଧାର ମୁକ୍ତି ଫାଉଣ୍ଡେସନ୍‌, ବ୍ରହ୍ମପୁରର ପିପୁଲସ୍‌ ଫେରାମ୍‌, କଟକର ପିପୁଲସ୍‌ କଲଚରାଲ୍‌ ସେଣ୍ଟର ଓ ପୁରୀର ବେଦିକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚୁ୍ୟସନସ୍‌ ବିଭାଗ ପକ୍ଷରୁ ନିଶାମୁକ୍ତି ନିମନ୍ତେ ତିନିବର୍ଷ ପାଇଁ ଆର୍ଥିକ ସହାୟତା ପାଇବେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ୪୦ରୁ ଅଧିକ ନିଶାମୁକ୍ତି କେନ୍ଦ୍ର ରହିଛି। ସାମାଜିକ ସୁରକ୍ଷା ବିଭାଗ ନିଶାମୁକ୍ତି କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ସ୍ଥିର କରି ନିଶାସକ୍ତମାନଙ୍କ ଯଥାର୍ଥ ପ୍ରତିଷେଧକ ଓ ସଂଶୋଧନପୂର୍ବକ ସାମଜିକ ସ୍ରୋତରେ ସଫଳ ଭାବରେ ସାମିଲ କରିବା ନିମନ୍ତେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।

ଗତ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ “ନିଶାମୁକ୍ତ ଭାରତ ଅଭିଯାନ’’ ରାଜ୍ୟ କମିଟି ବୈଠକରେ ନିଶା ସେବର ବିରୋଧରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଯୋରଦାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

‘ଦିଶା’ ngo
Share. Facebook Twitter LinkedIn Email WhatsApp Copy Link

Related Posts

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଅଭିଯାନ ସଫଳତାର ସହ ସମ୍ପନ୍ନ

October 9, 2026

ପାରାଦୀପ ଉପକୂଳରେ ଭାରତୀୟ ତଟରକ୍ଷୀ ବାହିନୀର ଦ୍ୱାଦଶ ଜାତୀୟ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ଅଭ୍ୟାସ

October 9, 2026

ମା’ ଭଗବତୀଙ୍କ ପୀଠରେ ପ୍ରସିଦ୍ଧ ଭେଟ ଯାତ୍ରା: ଏହି ଦିନ ଦୁଇ ଭଉଣୀଙ୍କ ହେବ ଅପୂର୍ବ ମିଳନ ଉତ୍ସବ

October 9, 2026

ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ‘ବିଶ୍ୱ ବିକାଶ ରିପୋର୍ଟ ୨୦୨୬: କୃତ୍ରିମ ବୁଦ୍ଧିମତାର ପ୍ରତିଶ୍ରୁତି’ ଉନ୍ମୋଚିତ

October 9, 2026
Latest News

ଜଳବାୟୁରେ ମହାବିପର୍ଯ୍ୟୟ: ତାପମାତ୍ରା ରେକର୍ଡ ଭାଙ୍ଗିଲା ଅଲ୍ ନିନୋ

October 9, 2026

ମୋତେ ନୋବେଲ୍ ନଦେଲେ କମିଟି ବଦନାମ ହେବ: ଡୋନାଲ୍ଡ ଟ୍ରମ୍ପ୍

October 9, 2026

୧୫ ରେ ଏସିଆଡ୍ ବିଜେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

October 9, 2026

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଅଭିଯାନ ସଫଳତାର ସହ ସମ୍ପନ୍ନ

October 9, 2026

ଆଇପିଏଲ୍‌-ପିଏସ୍‌ଏଲ୍ ହେବେ ମୁହାଁମୁହିଁ: ମାର୍ଚ୍ଚ ୧୮ରୁ ପାକିସ୍ତାନ ସୁପର ଲିଗ୍‌

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.