ଜୀ-ସାର୍ଥକରେ ପ୍ରଥମଥର ପାଇଁ ଫେବୃଆରୀ ୧୧ ତାରିଖ ସନ୍ଧ୍ୟା ୬ଟାରେ ଦେଖନ୍ତୁ ‘ଗଦର-୨’

Published: Feb 7, 2024, 10:57 am IST

ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ଭିନ୍ନ ଭିନ୍ନ ମାଧ୍ୟମରେ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ମନୋରଞ୍ଜନ ମାଧ୍ୟମରେ ସବୁବେଳେ ଜୀ-ସାର୍ଥକ ତାର ଦର୍ଶକଙ୍କ ଭଲ ପାଇବା ସାଉଁଟିବା ପାଇଁ ପ୍ରତିବର୍ଷ ନୂଆ କାହାଣୀ ଓ ନୂଆ ରିୟାଲିଟି ଶୋ ଓ ନୂଆ ଫିଲ୍ମ ଆଣିବା ପାଇଁ ଚେଷ୍ଟାରତ। ଏଥର ମଧ୍ୟ ଜୀ-ସାର୍ଥକ କିଛି ନୂଆ ଆଣିଛି ତାର ଦର୍ଶକଙ୍କ ପାଇଁ । ଆସନ୍ତା ଭାଲେଣ୍ଟାଇନ୍ ସପ୍ତାହରେ ପ୍ରଥମ ଥର ଜୀ-ସାର୍ଥକରେ ଦର୍ଶକ ଦେଖିବେ ଭାରତୀୟ ଫିଲ୍ମ ଜଗତରେ ଇତିହାସ ରଚିଥିବା ଫିଲ୍ମ ‘ଗଦର ୨’। ଆସନ୍ତା ଫେବୃଆରୀ ୧୧ ତାରିଖ ସନ୍ଧ୍ୟା ୬ଟାରେ କେବଳ ଜୀ-ସାର୍ଥକରେ ଦେଖନ୍ତୁ ‘ଗଦର-୨’ ।

ଅଭିନେତା ସନ୍ନି ଦେଓଲ ଏବଂ ଅମିଷା ପଟେଲ ଷ୍ଟାରର ଫିଲ୍ମ ‘ଗଦର-୨’ ହେଉଛି ୨୦୦୧ ମୂଳ ଚଳଚ୍ଚିତ୍ର ‘ଗଦର ଏକ ପ୍ରେମ କଥା’ର ଏକ ସିକ୍ୱେଲ। ଫିଲ୍ମଟି ବକ୍ସ ଅଫିସରେ ଏକ ବ୍ଲକ୍‌ବଷ୍ଟର ହେବା ସହ ଅନେକ ରେକର୍ଡ ଭାଙ୍ଗିଥିଲା। ପ୍ରଥମ ଥର ପାଇଁ ଏହି ଫିଲ୍ମ ଲୋକସଭା ସଦସ୍ୟଙ୍କ ପାଇଁ ନୂଆ ସଂସଦ ଗୃହରେ ଏହାର ସ୍କ୍ରିନିଂ ହୋଇଥିଲା। ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ‘ଗଦର ୨’ଫିଲ୍ମକୁ ପ୍ରଥମ ଥର ଓଡିଆରେ ଦର୍ଶକ ଦେଖିବେ ଯେଉଁଥିରେ ଅଛି ଆକ୍ସନ, ଡ୍ରାମା, ପ୍ରେମ କାହାଣୀ କୁ ନେଇ ଭରପୁର ମନୋରଂଜନ।

ଏହି ଫିଲ୍ମ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେବ ବୋଲି ଜୋର ଦେଇ କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍।

Related posts