Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀଙ୍କ ଜାତି ସମ୍ପର୍କରେ ରାହୁଲ ଗାନ୍ଧୀ ଦେଇଥିବା ବିବୃତ୍ତି ଉପରେ ଜାତୀୟ ପଛୁଆ ବର୍ଗ ଆୟୋଗଙ୍କ ସ୍ପଷ୍ଟୀକରଣ
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ ଜାତି ସମ୍ପର୍କରେ ରାହୁଲ ଗାନ୍ଧୀ ଦେଇଥିବା ବିବୃତ୍ତି ଉପରେ ଜାତୀୟ ପଛୁଆ ବର୍ଗ ଆୟୋଗଙ୍କ ସ୍ପଷ୍ଟୀକରଣ

February 10, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଏକ ସାଧାରଣ ସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଛୁଆ ବର୍ଗ ଜାତି ସମ୍ପର୍କରେ ପ୍ରଶ୍ନ କରିବା ସହିତ ପ୍ରକୃତରେ ସେ ଏହି ଅନଗ୍ରସର ବର୍ଗର କି ନୁହଁନ୍ତି, ତାହାର ବାସ୍ତବ ସ୍ଥିତି ଜାଣିବାକୁ ଚାହିଁଛନ୍ତି।

ଏହା ଉପରେ ଜାତୀୟ ପଛୁଆ ବର୍ଗ ଆୟୋଗ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ଆୟୋଗ ପକ୍ଷରୁ କୁହାଯାଇଛି ଯେ “ମୋଧ ଘାଞ୍ଚି” ଜାତି ମଣ୍ଡଳ କମିଶନ ତାଲିକାରେ ୯୧(ଏ) କ୍ରମିକରେ ଉଲ୍ଲେଖ ଅଛି। ଗୁଜରାଟ ସରକାର “ମୋଧ ଘାଞ୍ଚି” ଜାତିକୁ ଅନଗ୍ରସର ଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ୧୯୯୪ ଜୁଲାଇ ୨୫ ତାରିଖରେ ବିଜ୍ଞପ୍ତି ଜାରି କରିଥିଲେ।

ଜାତୀୟ ଅନଗ୍ରସର ଜାତି ଆୟୋଗ ୧୯୯୭ ନଭେମ୍ବର ୧୫ରେ “ମୋଧ ଘାଞ୍ଚି” ଜାତିକୁ ଗୁଜରାଟ ରାଜ୍ୟ ପାଇଁ କେନ୍ଦ୍ରୀୟ ଅନଗ୍ରସର ଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ସୁପାରିସ କରିଥିଲେ। ଏ ସଂକ୍ରାନ୍ତ ଗେଜେଟ ବିଜ୍ଞପ୍ତି ୧୯୯୯ ଅକ୍ଟୋବର ୨୭ରେ ପ୍ରକାଶ ପାଇଥିଲା।

ଜାତୀୟ ଅନଗ୍ରସର ବର୍ଗ ଆଇନ ୧୯୯୩ ଅନୁସାରେ କୌଣସି ଜାତି ଓ ସମ୍ପ୍ରଦାୟକୁ ଜାତୀୟ ପଛୁଆ ବର୍ଗଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଜାତୀୟ ଅନଗ୍ରସର ଜାତି ଆୟୋଗ ଯଦି ସୁପାରିସ କରନ୍ତି ତା ହେଲେ ତାହାକୁ ଗ୍ରହଣ କରିବାକୁ କେନ୍ଦ୍ର ସରକାର ସାଧାରଣତଃ ବାଧ୍ୟ ହୋଇଥାନ୍ତି। କେନ୍ଦ୍ରର ଅନ୍ୟାନ୍ୟ ପଛୁଆ ଜାତି (ଓବିସି) ତାଲିକାରେ ଗୁଜରାଟର ୧୦୪ ପ୍ରକାର ଜାତି ଓ ସମ୍ପ୍ରଦାୟ ସ୍ଥାନ ପାଇଛନ୍ତି । ସେଥି ମଧ୍ୟରେ “ମୋଧ ଘାଞ୍ଚି” ଜାତି ତାଲିକାଭୁକ୍ତ ହୋଇଛି। ଏହି ତାଲିକା ପ୍ରସ୍ତୁତି ଓ ବିଜ୍ଞପ୍ତି ପ୍ରକାଶ ପାଇବା ବେଳେ ନରେନ୍ଦ୍ର ମୋଦୀ କୌଣସି ବିଧି ପ୍ରସ୍ତୁତକାରୀ ଅଥବା କାର୍ଯ୍ୟନିର୍ବାହୀ ପଦରେ ନ ଥିଲେ ବୋଲି ଜାତୀୟ ଅନଗ୍ରସର ଜାତି ଆୟୋଗ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।

narendra modi rahul gandhi
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତକୁ ପରାସ୍ତ କରିବ ପାକିସ୍ତାନ!: ଜିମ୍ବାୱେ ର ଉଦାହରଣ ଦେଇ ଉପହାସ କଲେ ମହମ୍ମଦ ୟୁସୁଫ

February 14, 2026

କୃଷି କ୍ଷେତ୍ରରେ ବିପ୍ଳବ ଆଣିବ କୃଷି ଭିତ୍ତିଭୂମି ପାଣ୍ଠି: ଶିବରାଜ ସିଂ ଚୌହାନ

February 14, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ୱାଲଟେୟାର ମଣ୍ଡଳର ପ୍ରମୁଖ ସେକ୍ସନ ଗୁଡିକର ନୀରିକ୍ଷଣ

February 14, 2026

ଆଜି ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

February 14, 2026
Latest News

ଭାରତକୁ ପରାସ୍ତ କରିବ ପାକିସ୍ତାନ!: ଜିମ୍ବାୱେ ର ଉଦାହରଣ ଦେଇ ଉପହାସ କଲେ ମହମ୍ମଦ ୟୁସୁଫ

February 14, 2026

କୃଷି କ୍ଷେତ୍ରରେ ବିପ୍ଳବ ଆଣିବ କୃଷି ଭିତ୍ତିଭୂମି ପାଣ୍ଠି: ଶିବରାଜ ସିଂ ଚୌହାନ

February 14, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ୱାଲଟେୟାର ମଣ୍ଡଳର ପ୍ରମୁଖ ସେକ୍ସନ ଗୁଡିକର ନୀରିକ୍ଷଣ

February 14, 2026

ଆଜି ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

February 14, 2026

ଯାତ୍ରୀ ସୁରକ୍ଷା ଖର୍ଚ୍ଚକୁ ୧,୧୭,୬୯୩ କୋଟିକୁ ବୃଦ୍ଧି କଲା ଭାରତୀୟ ରେଳବାଇ

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.