Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଷଷ୍ଠ ଦିବସରେ ଶିକ୍ଷକମାନଙ୍କ ଅହୋରାତ୍ର ଗଣଧାରଣା
ଆଜିର ଖବର

ଷଷ୍ଠ ଦିବସରେ ଶିକ୍ଷକମାନଙ୍କ ଅହୋରାତ୍ର ଗଣଧାରଣା

February 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ଷଷ୍ଠ ଦିବସରେ ଉପନୀତ ହୋଇଛି। ଶୀତ କାକରକୁ ଖାତିର ନକରି ସମଗ୍ର ଓଡ଼ିଶାରୁ ଅନେକ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ରାଜଧାନୀର ରାଜଦାଣ୍ଡରେ ଅହୋରାତ୍ର ଧାରଣରେ ବସି ରହିଛନ୍ତି। ସଂଗଠନର ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ପଚିଶ ବର୍ଷ ହେଲା ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ନାହିଁ, ସେମାନଙ୍କ ପାଇଁ ତୁରନ୍ତ ଅନୁଦାନର ବ୍ୟବସ୍ଥା କରିବା, ଅବସର ପରେ ବଞ୍ଚିବା ପାଇଁ ପେନସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ କରିବା, ଯେଉଁସବୁ ଯୋଗ୍ୟ ବିଦ୍ୟାଳୟକୁ ସପ୍ତମ ବେତନରୁ ବଞ୍ଚିତ କରି ରଖାଯାଇଛି ସେମାନଙ୍କ ପାଇଁ ଏହା ଯଥାଶିଘ୍ର ଲାଗୁ କରିବା, ସବୁ ବିଦ୍ୟାଳୟକୁ ସରକାରୀ ଘୋଷଣା କରିବା, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ କରିବା, ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି ସହିତ ନୂତନ ପେନସନ୍ ଯୋଜନା ପ୍ରତ୍ୟାହାର କରି ପୁରୁଣା ପେନସନ୍ ଯୋଜନା ଲାଗୁ କରିବା, ଖାଲିପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା ଇତ୍ୟାଦି।

ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି- ସରକାର ଶିକ୍ଷକମାନଙ୍କୁ ସମସ୍ୟା ଭିତରେ ବୁଡ଼ାଇ ରଖି ଶିକ୍ଷାବ୍ୟବସ୍ଥାକୁ ସଜାଡ଼ିବାର ସ୍ୱପ୍ନ ଯଦି ଦେଖୁଥାନ୍ତି ତେବେ ତାହା ଦିବା ସ୍ୱପ୍ନରେ ପରିଣତ ହେବ। ଶିକ୍ଷକଙ୍କୁ ମାନସିକ ଯନ୍ତ୍ରଣା ଦେଇ ଗୁଣାତ୍ମକ ଶିକ୍ଷାର ସ୍ଲୋଗାନ୍ ଦେବା ରାଜ୍ୟବାସୀଙ୍କ ପାଇଁ ଛଳନା ଓ ପ୍ରତାରଣା ଛଡ଼ା ଆଉ କିଛି ନୁହେଁ। ଅହୋରାତ୍ର ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଲାଣି, ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଘରଦ୍ୱାର ଛାଡ଼ି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରାଜରାସ୍ତାରେ ପଡ଼ି ରହିଛନ୍ତି। ସରକାର ଆନ୍ଦୋଳନସ୍ଥଳକୁ ଆସୁ ନାହାନ୍ତି କି ଆଲୋଚନା କରୁ ନାହାନ୍ତି। ଆମ ରାଜ୍ୟର ଶାସନ ବ୍ୟବସ୍ଥା ରାଜତନ୍ତ୍ରର ଶାସନ ବ୍ୟବସ୍ଥାଠାରୁ ମଧ୍ୟ ବଳି ଗଲାଣି। ସରକାର ଡାକି ଆଲୋଚନା କରିବେ କି କରିବେ ନାହିଁ, ଦାବି ପୂରଣ କରିବେ କି ନାହିଁ ଏହିସବୁ ସରକାରଙ୍କ ଉପରେ ନିର୍ଭର କରେ। ବିଦ୍ୟାଳୟ ଗୁଡ଼ିକ ସବୁ ବନ୍ଦ ହୋଇ ଯାଉ, ରାଜ୍ୟର ୭୦ ଭାଗରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯେଉଁମାନେ ଏହିସବୁ ବିଦ୍ୟାଳୟରେ ପଢ଼ୁଛନ୍ତି ସେମାନଙ୍କର ପାଠପଢ଼ା ଠପ୍ ହୋଇଯାଉ ବୋଧହୁଏ ସରକାରଙ୍କର ଏହା ଏକାନ୍ତ ଇଚ୍ଛା। ତେଣୁ ଆମେ ନାଚାର। ସରକାରଙ୍କର ଶିକ୍ଷା ଓ ଶିକ୍ଷକମାରଣ ନୀତି ବିରୁଦ୍ଧରେ ପ୍ରଚାର ଅଭିଯାନ ଚାଲିବ।

ସରକାର ତୁରନ୍ତ ଏହି ସମସ୍ତ ନ୍ୟାୟୋଚିତ ଦାବିକୁ ମାନିନେବା ଉଚିତ। ସରକାର ରାଜ୍ୟର ମାଧ୍ୟମିକ ବିଦ୍ୟାଳୟ ମାନଙ୍କର ଭିତ୍ତିଭୂମିର ବିକାଶ କରିଛନ୍ତି। କେବଳ ଭିତ୍ତିଭୂମିର ବିକାଶ କରିଦେଇ ଶିକ୍ଷକମାନଙ୍କୁ ନାନା ସମସ୍ୟାରେ ଉବୁଟୁବୁ କରି ଯଦି ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ଚାହୁଁଥାନ୍ତି ତାହା ଅବାସ୍ତବ। ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କ ମଧ୍ୟରେ ଥିବା ସମସ୍ୟାକୁ ଆନ୍ତରିକତାର ସହ ସମାଧାନ କରନ୍ତୁ ବୋଲି ରାଜ୍ୟ ଓଷ୍ଟାର ନେତୃତ୍ୱ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି।

ଅହୋରାତ୍ର ଗଣଧାରଣା ଓଷ୍ଟା ଷଷ୍ଠ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026
Latest News

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.