Categories
ଆଜିର ଖବର ଜାତୀୟ ଖବର

ସରକାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କ ସମସ୍ୟା ସମାଧାନର ପନ୍ଥା ତୁରନ୍ତ ନିର୍ଦ୍ଧାରଣ କରନ୍ତୁ: ଓଷ୍ଟା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ର ଆହ୍ୱାନରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋୟର୍ ପି.ଏମ୍‌.ଜି. ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ୨୩ ଦିନରେ ପହଞ୍ଚିଛି। ଶହ ଶହ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ରାଜରାସ୍ତାରେ ଅହୋରାତ୍ର ଗଣଧାରଣାରେ ବସିଛନ୍ତି। ଅଥଚ ସରକାର ସମସ୍ୟା ସମାଧାନର ନାଆଁ ଧରୁ ନାହାନ୍ତି। ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି ଦୀର୍ଘ ୨୩ ଦିନ ଧରି ଅହୋରାତ୍ର ଧାରଣା ଚାଲୁ ରହିଥିଲେ ସୁଦ୍ଧା ସମସ୍ୟା ସମାଧାନ ଦିଗରେ ସରକାର ଆଦୌ କର୍ଣ୍ଣପାତ କରୁ ନାହାଁନ୍ତି। ଶ୍ରେଣୀଗୃହ ଛାଡ଼ି ବାରମ୍ବାର ରାଜରାସ୍ତାକୁ ଆସିବାକୁ କେବେ ଶିକ୍ଷକ ଚାହୁଁ ନାହାଁନ୍ତି ବରଂ ରାଜ୍ୟ ସରକାର ଶିକ୍ଷକମାନଙ୍କୁ ରାଜରାସ୍ତାକୁ ଆସିବାକୁ ବାଧ୍ୟ କରୁଛନ୍ତି ବୋଲି ଶ୍ରୀ ଦାଶ ଅଭିଯୋଗ କରିଛନ୍ତି।

ସୂଚନାଥାଉକି, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ସେମାନଙ୍କ ନ୍ୟାୟୋଚିତ ଦାବୀ ହାସଲ ପାଇଁ ଦୀର୍ଘ ଦିନଧରି ଅହୋରାତ୍ର ଗଣଧାରଣାରେ ବସି ରହିଛନ୍ତି। ସେମାନଙ୍କର ଦାବୀ ଯୁକ୍ତିଯୁକ୍ତ ହୋଇଥିଲେ ମଧ୍ୟ ସମସ୍ୟା ସମାଧାନ ଦିଗରେ ସରକାର ଅନ୍ତରାୟ ସୃଷ୍ଟି କରୁଛନ୍ତି ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି। ଓଷ୍ଟାର ପ୍ରମୁଖ ଦାବୀ ମଧ୍ୟରେ ଯୋଗ୍ୟ ବିବେଚିତ ବିଦ୍ୟାଳୟଗୁଡ଼ିକରେ ପଚିଶରୁ ତିରିଶ ବର୍ଷଧରି ନିଜ ଜୀବନକୁ ବିପନ୍ନ କରି ଅନେକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଭାଗରେ ଅଧିଷ୍ଠିତ କରାଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଅଦ୍ୟାବଧି ଟଙ୍କାଟିଏ ଅନୁଦାନ ନପାଇ ଶୂନ୍ୟ ହସ୍ତରେ କାର୍ଯ୍ୟ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ସେହି ବର୍ଗର ଅନେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅନୁଦାନ ପରିସର ଭୁକ୍ତ ନହୋଇ ଅବସର ନେଉଛନ୍ତି ଓ ମୃତ୍ୟୁବରଣ କରୁଛନ୍ତି। ତେଣୁ ସେହି ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ଅନୁଦାନ ପ୍ରଦାନ କରାଯାଉ। ରାଧାରାଣୀ ସାମଲଙ୍କ ସୁପ୍ରିମ୍‌କୋର୍ଟର ରାୟ ଅନୁସାରେ ସରକାର ୪୮ ବର୍ଷରେ ପଦାପର୍ଣ କରିଥିବା ୧୫୫ ଜଣ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ଟି.ଜି. ସ୍କେଲ ପ୍ରଦାନ କରିଛନ୍ତି କିନ୍ତୁ ୭୦୦ରୁ ଊର୍ଦ୍ଧ୍ୱ ଶିକ୍ଷକମାନଙ୍କର ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଥାଇ ମଧ୍ୟ ଟି.ଜି. ସ୍କେଲର ମାନ୍ୟତା ନମିଳିବା ଅତ୍ୟନ୍ତ ଦୁଃଖର ବିଷୟ। ସରକାର ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରୁ ନାହାନ୍ତି।

ସେହିପରି ଭାବରେ ୩୦ବର୍ଷରୁ ଊର୍ଦ୍ଧ୍ୱ କାଳ ଚାକିରି କରିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଅବସର ପରେ ପେନ୍‌ସନ୍ ଓ ଅବସରକାଳୀନ ସୁବିଧାରୁ ବଞ୍ôଚତ ହେଉଛନ୍ତି। ତେଣୁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶାନାମାକୁ କାର୍ଯ୍ୟକାରୀ କରି ଅବସର ନେଉଥିବା ଓ ନେବାକୁ ଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କ ପାଇଁ ୧୯୮୧ ପେନ୍‌ସନ୍ ନିୟମ ଅନୁସାରେ ପେନ୍‌ସନ୍ ଓ ସମସ୍ତ ସୁବିଧା ଲାଗୁ କରିବା ପାଇଁ ଦାବୀ କରାଯାଇଛି। ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକୁ ତୁରନ୍ତ ପୂରଣ କରାଯାଉ ନଚେତ ୫ଞରେ ଅନ୍ତର୍ଭୁକ୍ତ ହୋଇଥିବା ବିଦ୍ୟାଳୟଗୁଡ଼ିକ ଆଉ କିଛି ବର୍ଷପରେ ଭାଙ୍ଗିଯିବ। ସେହିପରି ସରକାରୀ ବିଦ୍ୟାଳୟରେ ପ୍ରାୟ ୧୬୦୦ରୁ ଊର୍ଦ୍ଧ୍ୱ ଖାଲି ପଡ଼ିଥିବା ପ୍ରଧାନ ଶିକ୍ଷକ ପଦବୀ ପୂରଣ କରିବା, ସମସ୍ତ ନୂତନ ଅନୁଦାନପ୍ରାପ୍ତ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ସରକାରୀକରଣ କରିବା, ୨୮୦୦ ଗ୍ରେଡ଼୍ ପେ ରେ ଥିବା ଅସଙ୍ଗତିକୁ ତୁରନ୍ତ ଦୂର କରିବା, ୨୦୦୪ରୁ ୨୦୧୩ ଭିତରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ୬ଟି ନୋସ୍‌ନାଲ ଇନ୍‌କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ କରିବା, ବି.ଏ.ବି.ପି.ଏଡ଼, ବି.ଏ.ସି.ପି.ଏଡ଼ ଯୋଗ୍ୟତାଧାରୀ ଖେଳ ଶିକ୍ଷକମାନଙ୍କୁ ପଦୋନ୍ନତି ଦେବା, ବର୍ତ୍ତମାନ ନୂତନ ଅନୁଦାନ ପାଉଥିବା ବିଦ୍ୟାଳୟରେ କାର୍ଯ୍ୟରତ ୨ୟ ଓ ୩ୟ ପିଅନ ଏବଂ ୩୭, ୪୬, ୬୩ ବିଦ୍ୟାଳୟଙ୍କୁ ୦୧.୦୪.୨୦୦୮ ପରିବର୍ତ୍ତେ ୦୧.୦୧.୨୦୦୪ରୁ ଆଣ୍ଟିଡ଼େସନ୍ ପ୍ରଦାନ କରିବା, ଆର୍‌.ଏ. ସ୍କିମ୍‌ର ପୁନଃପ୍ରଚଳନ କରିବା, ସେହିଭଳି ଅଫିସ୍ ସହାୟକମାନଙ୍କୁ ମଧ୍ୟ ଉଚ୍ଚତର ଗ୍ରେଡ଼ପେ ପ୍ରଦାନ କରିବା, ଅବସର ବୟସସୀମା ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି କରିବା, ଊର୍ଦ୍ଦୁ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ କରିବା ଇତ୍ୟାଦି।

ଜିଲ୍ଲାୱାରୀ ପାଳିରେ ଆଜି କଟକ, ବାଲେଶ୍ୱର, ବଲାଙ୍ଗିର, ବରଗଡ଼, ସୁବର୍ଣ୍ଣପୁର, ଦେଓଗଡ଼ ଜିଲ୍ଲାଗୁଡ଼ିକ ଅଂଶଗ୍ରହଣ କରିଛନ୍ତି। ଜିଲ୍ଲାମାନଙ୍କ ତରଫରୁ ସର୍ବଶ୍ରୀ ସୁଧୀର କୁମାର ନାୟକ, ରମାକାନ୍ତ ମହାପାତ୍ର, ଆଶୁତୋଷ ପ୍ରସାଦ ରଥ, ସଞ୍ଜୟ କୁମାର ସିଂ, ଜଗବନ୍ଧୁ ପଣ୍ଡା, ନିରଞ୍ଜନ ଦାସ, ମଧୁସୂଦନ ଦେ, ରଞ୍ଜନ କୁମାର ବ୍ରହ୍ମା ପ୍ରମୁଖ ଧାରଣାରେ ଉପସ୍ଥିତ ରହି ଶିକ୍ଷକ କର୍ମଚାରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ସରକାର ତୁରନ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମାଧାନ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଆନ୍ଦୋଳନର ନେତୃତ୍ୱ ନେଉଥିବା ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବୀ ଉପସ୍ଥାପନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୧୯ ଦିନରେ ଅହୋରାତ୍ର ଗଣଧାରଣା: ସମସ୍ୟା ସମାଧାନ ସମ୍ପର୍କିତ ବିଜ୍ଞପ୍ତିକୁ ଅପେକ୍ଷା କରି ରହିଲେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋୟର୍ ପି.ଏମ୍‌.ଜି. ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ୧୯ ଦିନରେ ପହଞ୍ଚିଛି। ସମସ୍ୟା ସମାଧାନ ଦିଗରେ ବିଜ୍ଞପ୍ତି ବାହାରିବା ପର୍ଯ୍ୟନ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ପ୍ରତୀକାତ୍ମକ ଧାରଣାରେ ବସିଛନ୍ତି। ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି ଶିକ୍ଷକ  ଓ ଶିକ୍ଷାକର୍ମଚାରୀମାନଙ୍କର ଦାବୀ ପୂରଣ ଦିଗରେ ସରକାର ସହାୟକ ହୁଅନ୍ତୁ ଓ ସମସ୍ୟା ସମାଧାନ ଦିଗରେ ତତ୍‌ପରତା ପ୍ରକାଶ ପୂର୍ବକ ବିଜ୍ଞପ୍ତି ପ୍ରକାଶ କରନ୍ତୁ।

ସୂଚନାଥାଉକି, ୧୯ ଦିନ ଧରି ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ଦାବୀ ହାସଲ ପାଇଁ ଅହୋରାତ୍ର ଧାରଣାରେ ବସି ରହିଛନ୍ତି। ଆଉ କେତେ ଦିନ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ରାଜରାସ୍ତାରେ ଶୁଖିଲା ମୁଁହରେ ବସିଥିବେ ବୋଲି ଓଷ୍ଟା ପକ୍ଷରୁ ପ୍ରଶ୍ନ କରାଯିବା ସହ ସରକାର ତୁରନ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟାକୁ ସମାଧାନ କରି ମାନବିକତାର ପରିଚୟ ଦିଅନ୍ତୁ ବୋଲି କୁହାଯାଇଛି। ଶିକ୍ଷକମାନଙ୍କର ନ୍ୟାର୍ଯ୍ୟ ଦାବୀଗୁଡ଼ିକ ମଧ୍ୟରେ ୨୦୧୩ ଅନୁଦାନ ଆଇନରୁ ବଞ୍ôଚତ ହୋଇଥିବା ଯୋଗ୍ୟ ବିବେଚିତ ବିଦ୍ୟାଳୟଗୁଡ଼ିକ ସମସ୍ତ ମାନଦଣ୍ଡକୁ ପରିପୂର୍ଣ୍ଣ କରିଥିଲେ ମଧ୍ୟ ସେହି  ବିଦ୍ୟାଳୟଗୁଡ଼ିକୁ ଅନୁଦାନ ନମିଳିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ସେହି ବର୍ଗର ଶିକ୍ଷକ ଓ ଶିକ୍ଷାକର୍ମଚାରୀ  ପ୍ରାୟ ୨୫ରୁ ୩୦ ବର୍ଷ ନିଜ ଜୀବନକୁ ଜଳାଞ୍ଜଳି ଦେଇ କାର୍ଯ୍ୟ କଲାପରେ ବିନା ପାରିଶ୍ରମିକରେ ଅବସର ନେଇଛନ୍ତି ଓ ମୃତ୍ୟୁବରଣ କରିଛନ୍ତି। ଏହି ବିଦ୍ୟାଳୟଗୁଡ଼ିକର ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ଅନୁଦାନ ପରିସରଭୁକ୍ତ କରାଯାଉ। ୨୬୦୮ଟି ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଓ ଅବସର ନେଇଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କ ପାଇଁ ପେନ୍‌ସନ୍ ଓ ଅବସରକାଳୀନ ସୁବିଧା ମିଳୁନାହିଁ।

୩୦ବର୍ଷରୁ ଊର୍ଦ୍ଧ୍ୱ କାର୍ଯ୍ୟ କରି ଶିକ୍ଷକଟି ୬୦ ବର୍ଷରେ ଅବସର ନେଲାପରେ ଶୂନ୍ୟହସ୍ତରେ ଅବସର ନେଉଛନ୍ତି ଓ ତାଙ୍କୁ ଅବସରକାଳୀନ ସୁବିଧା ଦବାର ବ୍ୟବସ୍ଥା ନାହିଁ। ତେଣୁ ସରକାରଙ୍କୁ ଅନୁରୋଧ କରି ଜଣାଉଛୁ କି ଅବସର ନେଉଥିବା ଓ ନେବାକୁ ଅପେକ୍ଷା କରିଥିବା ଶିକ୍ଷକମାନଙ୍କ ପାଇଁ ପେନ୍‌ସନ୍ ଓ ଅବସରକାଳୀନ ସୁବିଧା ଯୋଗାଇ ଦିଆଯାଉ।

ସରକାରୀ କର୍ମଚାରୀମାନଙ୍କର ଅବସର ବୟସସୀମା ୫୮ବର୍ଷ ଥିବାବେଳେ ବେସରକାରୀ ତଥା ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ କର୍ମଚାରୀଙ୍କ ଅବସର ବୟସସୀମା ୬୦ ଥିଲା।  ବର୍ତ୍ତମାନ ସରକାର ସରକାରୀ କର୍ମଚାରୀଙ୍କ ବୟସସୀମାକୁ ୬୦କୁ ବୃଦ୍ଧି କରିଥିବା ବେଳେ ବେସରକାରୀ ତଥା ଅନୁଦାନପ୍ରାପ୍ତ କର୍ମଚାରୀମାନଙ୍କର ବୟସସୀମା ୬୨କୁ ବୃଦ୍ଧି କରାଯାଇନାହିଁ। ତେଣୁ ଅବସର ବୟସସୀମାକୁ ୬୦ରୁ ୬୨ ବର୍ଷକୁ ବୃଦ୍ଧି କରାଯାଉ।

ଏତ୍‌ଦବ୍ୟତୀତ ସରକାର ସୁପ୍ରିମକୋର୍ଟ ଓ ହାଇକୋର୍ଟ ନିର୍ଦ୍ଦେଶାନାମାକୁ କାର୍ଯ୍ୟକାରୀ କରି ୪୮ ବର୍ଷରେ ପଦାର୍ପଣ କରିଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟ୍ରେଣ୍ଡ ଗ୍ରାଜୁଏଟ୍ ସ୍କେଲ ପ୍ରଦାନ କରନ୍ତୁ। ନୂତନ ଅନୁଦାନପ୍ରାପ୍ତ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ସରକାରୀକରଣ କରାଯାଉ। ଗ୍ରେଡ଼୍ ପେ ରେ ଥିବା ଅସଙ୍ଗତିକୁ ତୁରନ୍ତ ଦୂରୀକରଣ କରାଯାଉ। ୨୦୦୪ରୁ ୨୦୧୩ ଭିତରେ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ୬ଟି ନୋସ୍‌ନାଲ ଇନ୍‌କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ କରାଯାଉ।

ବି.ଏ.ବି.ପି.ଏଡ଼, ବି.ଏ.ସି.ପି.ଏଡ଼ ଯୋଗ୍ୟତାଧାରୀ ଖେଳ ଶିକ୍ଷକମାନଙ୍କୁ ପଦୋନ୍ନତି ଦିଆଯାଉ। ବର୍ତ୍ତମାନ ନୂତନ ଅନୁଦାନ ପାଉଥିବା ବିଦ୍ୟାଳୟରେ କାର୍ଯ୍ୟରତ ୨ୟ ଓ ୩ୟ ପିଅନ ଏବଂ କିଛି ବିଦ୍ୟାଳୟ ଯଥା- ୩୭, ୪୬, ୬୩ ବିଦ୍ୟାଳୟଙ୍କୁ ୦୧.୦୪.୨୦୦୮ ପରିବର୍ତ୍ତେ ୦୧.୦୧.୨୦୦୪ରୁ ଆଣ୍ଟିଡ଼େସନ୍ ପ୍ରଦାନ କରାଯାଉ। ଆର୍‌.ଏ. ସ୍କିମ୍‌ର ପୁନଃପ୍ରଚଳନ କରାଯାଉ। ସେହିଭଳି ଅଫିସ୍ ସହାୟକମାନଙ୍କୁ ମଧ୍ୟ ଉଚ୍ଚତର ଗ୍ରେଡ଼ପେ ପ୍ରଦାନ କରାଯାଉ। ଊର୍ଦ୍ଦୁ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ କରାଯାଉ। ସରକାର ତୁରନ୍ତ ଏହିସବୁ ନ୍ୟାୟୋଚିତ ଦାବୀଗୁଡ଼ିକ ପ୍ରତି ଦୃଷ୍ଟି ନିକ୍ଷେପ କରି ଏହାର ସମାଧାନର ସୂତ୍ର ବାହାର କରନ୍ତୁ ବୋଲି ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି।

ଜିଲ୍ଲାୱାରୀ ପାଳିରେ ଆଜି କେନ୍ଦ୍ରାପଡ଼ା, କଳାହାଣ୍ଡି, ମୟୁରଭଞ୍ଜ, ଯାଜପୁର, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାଗୁଡ଼ିକ ଅଂଶଗ୍ରହଣ କରିଛନ୍ତି  । ଜିଲ୍ଲାମାନଙ୍କ ତରଫରୁ ସର୍ବଶ୍ରୀ ଜ୍ଞାନରଞ୍ଜନ ପାଣିଗ୍ରାହୀ, ରାଜଲକ୍ଷ୍ମୀ ବେହେରା, ଗୋପୀବଲ୍ଲଭ ଭୁୟାଁ, ନିର୍ମଳ କୁମାର ଜେନା, ରମାକାନ୍ତ ମହାପାତ୍ର, ମୃତ୍ୟୁଞ୍ଜୟ ବେହେରା, ସୁନନ୍ଦ ରାଉତ, ଚିତ୍ତରଞ୍ଜନ ପଳତା, ଦୁର୍ଯ୍ୟୋଧନ ବେହେରା, ପ୍ରଭାତ କୁମାର ରଥ, କିଶୋର ଆଚାର୍ଯ୍ୟ, କେଶବ ନାୟକ  ପ୍ରମୁଖ ଧାରଣାରେ ଉପସ୍ଥିତ ରହି ଶିକ୍ଷକମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ସରକାର ତୁରନ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମ୍ପର୍କରେ ହସ୍ତକ୍ଷେପ କରି ସମାଧାନର ରାସ୍ତା ବାହାର କରନ୍ତୁ ବୋଲି ଆନ୍ଦୋଳନର ନେତୃତ୍ୱ ନେଉଥିବା ଓଷ୍ଟାର ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, ନୀଳମଣି ପୁରୋହିତ, ରଞ୍ଜନ କୁମାର ଦାଶ, ବ୍ରଜକିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷକମାନଙ୍କ ସମସ୍ୟା ସମାଧାନ ଦିଗରେ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇଁ ଦୃଢ଼ ଦାବୀ ଜଣାଇଲା ଓଷ୍ଟା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋୟର୍ ପି.ଏମ୍‌.ଜି. ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ସପ୍ତଦଶ ଦିବସରେ ଉପନୀତ ହୋଇଛି। ସରକାରଙ୍କ ସହ ଆଲୋଚନା ପରେ ବିଜ୍ଞପ୍ତି ବାହାରିବା ପର୍ଯ୍ୟନ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ପ୍ରତୀକ ଧାରଣାର ପଥ ବାଛି ନେଇଛନ୍ତି। ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସରକାରଙ୍କ ହାତରେ, ସରକାର ଚାହିଁଲେ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କ ସମସ୍ୟା ସମାଧାନ କରିବେ। ଦୁଃଖର ସହ ପ୍ରକାଶ କରିବାକୁ ପଡ଼ୁଛି କି ଶିକ୍ଷାନୁଷ୍ଠାନ ପାଇଁ ଏକ ନିର୍ଦ୍ଦିଷ୍ଟ ଅନୁଦାନ ନୀତି ଥିବାବେଳେ ସରକାର ଏହାକୁ କାର୍ଯ୍ୟକାରୀ କରୁ ନାହାଁନ୍ତି। ଶିକ୍ଷକମାନଙ୍କ ସମସ୍ୟା ସମାଧାନ ଦିଗରେ ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ସଂଗଠନ ତରଫରୁ ଦାବୀ କରାଯାଇଛି।

ସୂଚନାଥାଉକି, ୧୭ ଦିନ ଧରି ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଦାବୀ ହାସଲ ପାଇଁ ଅହୋରାତ୍ର ଧାରଣାରେ ବସିଛନ୍ତି। ଏହି ଶିକ୍ଷକ ମାନେ ଓଡ଼ିଶାରେ ମାଧ୍ୟମିକ  ଶିକ୍ଷାର  ପ୍ରାୟ ୭୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ବହନ କରୁଥିବା ବେଳେ ଏମାନଙ୍କ ସମସ୍ୟା ପ୍ରତି ସରକାରଙ୍କର ତିଳେମାତ୍ର ଧ୍ୟାନ ନାହିଁ। ଶିକ୍ଷକ ମାନଙ୍କର ନ୍ୟାର୍ଯ୍ୟ ଦାବୀ ପ୍ରତି ଆଉ ଅଣଦେଖା ନକରି ସେମାନଙ୍କର ମୂଳ ଦାବୀ ଯଥା – ଦୀର୍ଘ ପଚିଶ / ତିରିଶ ବର୍ଷ ଧରି ଟଙ୍କାଟିଏ ଅନୁଦାନ ନପାଇ ଅନୁଦାନ ଯୋଗ୍ୟ ବିଦ୍ୟାଳୟରେ  ପଡ଼ି ରହିଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ନିମନ୍ତେ ତୁରନ୍ତ ଅନୁଦାନ ପ୍ରଦାନର ବ୍ୟବସ୍ଥା କରାଯାଉ। ସରକାର ସେହି ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ଅନୁଦାନ ପ୍ରଦାନର ବ୍ୟବସ୍ଥା କରନ୍ତୁ। ସେହପରି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଇଥିବା ଓ କାର୍ଯ୍ୟରତ ଶିକ୍ଷକ ତଥା ଶିକ୍ଷାକର୍ମଚାରୀଙ୍କ ପାଇଁ ପେନସନ୍ ବ୍ୟବସ୍ଥା ସହିତ  ଅବସରକାଳୀନ ସୁବିଧା ପ୍ରଦାନ କରାଯାଉ। ସେହିପରି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସରକାରୀ ଘୋଷଣା କରିବା, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ, ଦୁଇଟି ପିଅନ ଓ ୩୭, ୪୬, ୬୩ ବିଦ୍ୟାଳୟକୁ ଆଣ୍ଟିଡେସନ, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ୪୮ ବର୍ଷରେ ପଦାର୍ପଣ କରିଥିବା ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କ କ୍ଷେତ୍ରରେ କୋର୍ଟର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି ଟି.ଜି. ମାନ୍ୟତା ପ୍ରଦାନ, ନୂତନ ପେନସନ୍ ଯୋଜନା ପ୍ରତ୍ୟାହାର କରି ପୁରୁଣା ପେନସନ୍ ଯୋଜନା ଲାଗୁ କରିବା, ଆର.ଏ. ସ୍କିମର ପୁନଃ ପ୍ରଚଳନ କରିବା, ଖାଲିପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା, ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ଇତ୍ୟାଦି ଦାବୀ ସାମିଲ ରହିଛି। ସରକାର ତୁରନ୍ତ ଏହିସବୁ ନ୍ୟାୟୋଚିତ ଦାବୀ ପ୍ରତି ଦୃଷ୍ଟି ଦେଇ ଏହାର ସମାଧାନର ସୂତ୍ର ବାହାର କରନ୍ତୁ ବୋଲି ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି।

ଜିଲ୍ଲାୱାରୀ ପାଳିରେ ଆଜି ଅନୁଗୋଳ, ନବରଙ୍ଗପୁର, ଭଦ୍ରକ, ବୌଦ୍ଧ, କେନ୍ଦୁଝର, ମାଲକାନଗିରି ଜିଲ୍ଲାଗୁଡ଼ିକ ଅଂଶଗ୍ରହଣ କରିଛନ୍ତି। ଜିଲ୍ଲାମାନଙ୍କ ତରଫରୁ ସର୍ବଶ୍ରୀ ଶ୍ରୀକାନ୍ତ ସାହୁ, ତ୍ରିଲୋଚନ ଦାସ, ପ୍ରଶାନ୍ତ କୁମାର ମିଶ୍ର, ପ୍ରାକ୍ତନ କାର୍ଯ୍ୟକାରୀ ସଭାପତି ଭିକାରି ଚରଣ ସାହୁ, ରମାକାନ୍ତ ମହାପାତ୍ର  ପ୍ରମୁଖ ଧାରଣାରେ ଉପସ୍ଥିତ ଥିଲେ। ସରକାର ତୁରନ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମାଧାନ ଦିଗରେ ହସ୍ତକ୍ଷେପ କରି ବିଜ୍ଞପ୍ତି ପ୍ରକାଶ କରନ୍ତୁ ବୋଲି ଆନ୍ଦୋଳନର ନେତୃତ୍ୱ ନେଉଥିବା ଓଷ୍ଟାର ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, ନୀଳମଣି ପୁରୋହିତ, ରଞ୍ଜନ କୁମାର ଦାଶ, ବ୍ରଜକିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଦୃଢ଼ ଦାବୀ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସରକାରଙ୍କ ସହ ଆଲୋଚନା ପରେ ଆଜିଠାରୁ ଜିଲ୍ଲାୱାରୀ ପ୍ରତୀକାତ୍ମକ ଧାରଣା: ଓଷ୍ଟା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଡାକରାରେ ବିଧାନ ସଭା ସମ୍ମୁଖରେ ଚାଲିଥିବା ଅହୋରାତ୍ର ଗଣଧାରଣା ଗତକାଲି ସରକାରଙ୍କ ସହ ଆଲୋଚନା ପରେ ପ୍ରତୀକାତ୍ମକ ଭାବରେ ଜିଲ୍ଲାୱାରୀ ଧାରଣା ପାଳି ଚାଲୁ ରହିଛି। ଆଜିଠୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ଚଳିତ ମାଟ୍ରିକ୍ ପରୀକ୍ଷାକୁ ଦୃଷ୍ଟିରେ ରଖି ସରକାର ଓଷ୍ଟାର ନେତୃମଣ୍ଡଳୀଙ୍କ ସହ ଗତକାଲି ଆଲୋଚନା କରିଥିଲେ। ଆଲୋଚନା ସକରାତ୍ମକ ହେବା ପରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଜିଠୁ ଆରମ୍ଭ ହୋଇଥିବା ମାଟ୍ରିକ୍ ପରୀକ୍ଷାରେ ଓଷ୍ଟା ସମ୍ପୂର୍ଣ୍ଣ ସହଯୋଗ କରିଛି ବୋଲି ସଂଗଠନର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି।

ସୂଚନାଥାଉକି, ଗତକାଲି ଆଲୋଚନାରେ ସରକାର ଓଷ୍ଟାର ଦାବିପ୍ରତି ଦୃଷ୍ଟି ନିକ୍ଷେପ କରି ଖୁବ୍ ଶୀଘ୍ର ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ଶିକ୍ଷକମାନଙ୍କର ନ୍ୟାର୍ଯ୍ୟ ଦାବି ଗୁଡ଼ିକ ମଧ୍ୟରେ ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ଅନୁଦାନ ପରିସର ଭୁକ୍ତ କରିବା, ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପରିସର ଭୁକ୍ତ କରାଯିବା, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଇଥିବା ଓ କାର୍ଯ୍ୟରତ ଶିକ୍ଷକ କର୍ମଚାରୀଙ୍କ ପାଇଁ ପେନସନ୍ ବ୍ୟବସ୍ଥା ଓ ଅବସରକାଳୀନ ସୁବିଧା ପ୍ରଦାନ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସରକାରୀ ଘୋଷଣା କରିବା, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ, ଦୁଇଟି ପିଅନ ଓ ୩୭, ୪୬, ୬୩ ବିଦ୍ୟାଳୟକୁ ଆଣ୍ଟିଡେସନ, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ କରିବା, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ୪୮ ବର୍ଷରେ ପଦାର୍ପଣ କରିଥିବା ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କ କ୍ଷେତ୍ରରେ କୋର୍ଟର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି ଟି.ଜି. ମାନ୍ୟତା ପ୍ରଦାନ କରିବା, ନୂତନ ପେନସନ୍ ଯୋଜନା ପ୍ରତ୍ୟାହାର କରି ପୁରୁଣା ପେନସନ୍ ଯୋଜନା ଲାଗୁ କରିବା, ଖାଲିପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା, ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ଇତ୍ୟାଦି ବିଷୟ ଆଲୋଚନା ପରିସରଭୁକ୍ତ ହୋଇଥିଲା।

ଜିଲ୍ଲାୱାରୀ ପାଳିରେ ଆଜି ଖୋର୍ଦ୍ଧା, ଜଗତ୍‌ସିଂହପୁର, ଢେଙ୍କାନାଳ, କୋରାପୁଟ, ରାୟଗଡ଼ା, ଗଜପତି ଜିଲ୍ଲାଗୁଡ଼ିକ ଅଂଶଗ୍ରହଣ କରିଛନ୍ତି। ଜିଲ୍ଲାମାନଙ୍କ ତରଫରୁ ସର୍ବଶ୍ରୀ ରାଜଲକ୍ଷ୍ମୀ ବେହେରା, ରମାକାନ୍ତ ମହାପାତ୍ର, ପ୍ରଦୀପ୍ତ କୁମାର ପ୍ରଧାନ, ମଧୁସୁଦନ ଦେ, ବିଭୂତି ଭୂଷଣ ସାମଲ  ପ୍ରମୁଖ ଧାରଣାରେ ଉପସ୍ଥିତ ଥିଲେ। ଉପରୋକ୍ତ ସମସ୍ୟା ସମାଧାନ ସମ୍ପର୍କିତ ବିଜ୍ଞପ୍ତି ବାହାରିବା ପର୍ଯ୍ୟନ୍ତ ପ୍ରତୀକାତ୍ମକ ଜିଲ୍ଲାୱାରୀ ଧାରଣା ଚାଲୁ ରହିବ ବୋଲି ଆନ୍ଦୋଳନର ନେତୃତ୍ୱ ନେଉଥିବା ଓଷ୍ଟାର ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଗଣମାଧ୍ୟମକୁ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦ୍ୱାଦଶ ଦିନରେ ପହଞ୍ଚିଲା ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ଅହୋରାତ୍ର ଗଣଧାରଣା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ଦ୍ୱାଦଶ ଦିବସରେ ପହଞ୍ଚିଛି। ଶିକ୍ଷକ ଶିକ୍ଷାକର୍ମଚାରୀମାନେ ନିଜର ହକ୍ ପାଇଁ ଦୀର୍ଘ ୧୨ ଦିନ ଧରି ରାଜଧାନୀର ରାଜରାସ୍ତାରେ ପଡ଼ି ରହିଛନ୍ତି। ଏପର୍ଯ୍ୟନ୍ତ ସରକାର କିମ୍ବା ତାଙ୍କ ପ୍ରତିନିଧି ସେମାନଙ୍କ ସମସ୍ୟା ବାବଦରେ ପଦୁଟିଏ ପଚାରୁ ନାହାନ୍ତି।

ସଂଗଠନର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କ୍ଷୋଭର ସହ କହିଛନ୍ତି ସରକାର ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ମୁଣ୍ଡରେ ସମସ୍ୟାର ବୋଝ ଲଦି ସେମାନଙ୍କୁ ଦାଣ୍ଡରେ ଯେମିତି ଠିଆ ହେବାକୁ ବାଧ୍ୟ କରିଛନ୍ତି ତାହା ଆଜି ବିଚାର୍ଯ୍ୟର ବିଷୟ। ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ବାରମ୍ବାର ରାଜରାସ୍ତାକୁ ଆସି ନୟାନ୍ତ ହେଲେଣି। ଓଡ଼ିଶାର ବୁଦ୍ଧିଜୀବୀ ଖବର କାଗଜମାନଙ୍କରେ ବାରମ୍ବାର ଲେଖି ଲେଖି ଅବସ ହେଲେଣି। ମାତ୍ର ଉଭୟ ଶାସକ ଓ ପ୍ରଶାସକମାନଙ୍କର ଚକ୍ରାନ୍ତର ଶେଷ ହେଉ ନାହିଁ।

ସୂଚନାଥାଉକି, ଶିକ୍ଷକ କର୍ମଚାରୀମାନେ ଦୀର୍ଘ ବାର ଦିନ ହେଲା ଶାନ୍ତିପୂର୍ଣ୍ଣ ଭାବରେ ଗାନ୍ଧିମାର୍ଗରେ ଦିନରାତି ଧାରଣରେ ବସି ରହିଛନ୍ତି। କିଛି ନୂଆ ଦାବି ନୁହେଁ ସେହି ପୁରୁଣା ସମସ୍ୟା ପାଇଁ ଏହି ଆନ୍ଦୋଳନ ଚାଲିଛି। ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ଧରି ଖୋଲିଥିବା ବିଦ୍ୟାଳୟ ଅନୁଦାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇ ମଧ୍ୟ ଟଙ୍କାଟିଏ ଅନୁଦାନ ନପାଇ ପଡ଼ି ରହିଛନ୍ତି। ସେମାନଙ୍କ ମଧ୍ୟରୁ କେତେ ଶିକ୍ଷକ ଓ କର୍ମଚାରୀ ଶୂନ୍ୟ ହସ୍ତରେ ଅବସର ନେଇ ଗଲେଣି ଓ ମୃତ୍ୟୁବରଣ ମଧ୍ୟ କରିସାରିଲେଣି। ଏହା ଅତ୍ୟନ୍ତ ଦୁଃଖ ଦାୟକ ଯାହାକୁ ଆଖିରେ ନଦେଖିଲେ ଅନୁଭବ କରିହେବ ନାହିଁ। ସେହିପରି ସରକାର ସପ୍ତମ ବେତନ ପ୍ରଦାନ ନିମନ୍ତେ କ୍ୟାବିନେଟ୍ ନିଷ୍ପତ୍ତି ନେଇ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ପାଇଁ ଲାଗୁ କଲେ। ସେଥିମଧ୍ୟରୁ ୨୨୬ ଓ ୩୯୯ ବିଦ୍ୟାଳୟ ଶତପ୍ରତିଶତ ଅନୁଦାନ ପରିସରଭୁକ୍ତ ହୋଇଥିଲେ ମଧ୍ୟ ସପ୍ତମ ବେତନରୁ ବଞ୍ଚିତ ହୋଇ ରହିଛନ୍ତି। ରାଜ୍ୟରେ ବର୍ତ୍ତମାନ ୬୦୮ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ସରକାରୀକରଣ ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ସେମାନଙ୍କୁ ଏଥିରୁ ବଞ୍ଚିତ କରି ରଖାଯାଇଛି। ଦୀର୍ଘ ବର୍ଷର ଆନ୍ଦୋଳନ ପରେ ସରକାର ନୂତନ ଅନୁଦାନ ନିୟମ ପ୍ରଣୟନ କଲେ। କିନ୍ତୁ ସେହି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷାକର୍ମଚାରୀମାନଙ୍କୁ ପେନ୍‌ସନ, ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ପ୍ରଦାନ କଲେ ନାହିଁ। ଫଳରେ ଏହି ବିଦ୍ୟାଳୟ ଗୁଡ଼ିକରୁ ଅବସର ନେଉଥିବା ଶିକ୍ଷକ କର୍ମଚାରୀଟିର ଅବଶିଷ୍ଟ ଜୀବନ ପରିଣତ ବୟସର ଦୂରାବସ୍ଥା ଅବର୍ଣ୍ଣନୀୟ।

ସେହିପରି ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସ୍‌ନାଲ ଇନ୍‌କ୍ରିମେଣ୍ଟ ଓ ବରିଷ୍ଠତା ପ୍ରଦାନ କରାଗଲା ନାହିଁ। ୨୮୦୦, ୨୨୦୦, ୧୯୦୦ ଗ୍ରେଡ଼୍ ପେ ରେ ଥିବା ଅସଙ୍ଗତି ଦୂର ହୋଇପାରିଲା ନାହିଁ। ବି.ଏ.ବି.ପି.ଏଡ଼, ବି.ଏ.ସି.ପି.ଏଡ଼ ଯୋଗ୍ୟତାଧାରୀ ଖେଳ ଶିକ୍ଷକମାନଙ୍କର ପଦୋନ୍ନତି କରାଯାଉ ନାହିଁ।

ସେହିପରି ୪୮ ବର୍ଷରେ ପଦାର୍ପଣ କରିଥିବା ସମସ୍ତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି. ମାନ୍ୟତା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ଦିଆଯାଉ ନାହିଁ। ବର୍ତ୍ତମାନ ନୂତନ ଅନୁଦାନ ପାଉଥିବା ବିଦ୍ୟାଳରେ କାର୍ଯ୍ୟରତ ୨ୟ ଓ ୩ୟ ପିଅନ ଏବଂ କିଛି ବିଦ୍ୟାଳୟ ଯଥା- ୩୭, ୪୬, ୬୩ ବିଦ୍ୟାଳୟଙ୍କୁ ୦୧.୦୪.୨୦୦୮ ପରିବର୍ତ୍ତେ ୦୧.୦୧.୨୦୦୪ରୁ ଆଣ୍ଟିଡେସନ୍ ପ୍ରଦାନ କରିବା ପାଇଁ ଦାବୀ ଦୀର୍ଘ ଦିନଧରି ହୋଇ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ କରାଯାଉ ନାହିଁ। ଅନ୍ୟାନ୍ୟ ଦାବୀ ମଧ୍ୟରେ ଆର୍‌.ଏ. ସ୍କିମ୍‌ର ପୁନଃ ପ୍ରଚଳନ, ଅଫିସ୍ ସହାୟକମାନଙ୍କୁ ଉଚ୍ଚତର ଗ୍ରେଡ଼ପେ ପ୍ରଦାନ ଏବଂ ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି ଇତ୍ୟାଦିକୁ କାର୍ଯ୍ୟକାରୀ କରିବା ପାଇଁ ସଂଗଠନ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ ତାହା ସରକାରଙ୍କ ଉଦାସୀନତା ପାଇଁ କାର୍ଯ୍ୟକାରୀ ହୋଇପାରୁ ନାହିଁ।

ଦୀର୍ଘଦିନ ଧରି ଏହିସବୁ ଦାବୀ ସରକାରଙ୍କ ନିକଟରେ ବାରମ୍ବାର ଉପସ୍ଥାପନ ହୋଇଛି ଏବଂ ସରକାର ଥରେ ଦୁଇଥର ନୁହେଁ ବହୁବାର ପ୍ରତିଶ୍ରୁତି ଦେଇଛନ୍ତି, କିନ୍ତୁ ପାଳନ ନକରିବା ଯୋଗୁଁ ଯେଉଁ ଅସନ୍ତୋଷର ବହ୍ନି ଜଳୁଛି ତା’ର ରୂପ ନେଇଛି ଆଜିର ଆନ୍ଦୋଳନ। ଓଷ୍ଟାର ପ୍ରାକ୍ତନ ସଭାପତି ଶ୍ରୀଯୁକ୍ତ ଇନ୍ଦୁମାଧବ ମହାନ୍ତି ଓ ପ୍ରାକ୍ତନ ଶିକ୍ଷାପ୍ରଦୀପ ସମ୍ପାଦକ ପ୍ରଫୁଲ ମହାନ୍ତି ଆନ୍ଦୋଳନସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ସଫଳ କରିବା ପାଇଁ ଉଦ୍‌ବୋଧନ ଦେଇଛନ୍ତି ଓ ସରକାର ତୁରନ୍ତ ଦାବିଗୁଡ଼ିକୁ ପୂରଣ କରନ୍ତୁ ବୋଲି କହିଛନ୍ତ। ଦାବି ପୂରଣ ନହେବା ଯାଏ ଅହୋରାତ୍ର ଧାରଣା ଚାଲିବ। ଆଉ ସରକାର ଯଦି ହେୟ ମନେକରି ଶିକ୍ଷକମାନଙ୍କର ଦାବି ପ୍ରତି ଅଣଦେଖା କରନ୍ତି ସେଥିପାଇଁ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସରକାର ନିଜେ ଦାୟୀ ରହିବେ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ଆନ୍ଦୋଳନକାରୀ ଶିକ୍ଷକ ଓ ଶିକ୍ଷାକର୍ମଚାରୀ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ଏକାଦଶ ଦିବସରେ ପହଞ୍ଚିଛି। ଏ ଆନ୍ଦୋଳନ କେବଳ ଶିକ୍ଷକର ବୃତ୍ତିଗତ ସମସ୍ୟା ପାଇଁ ନୁହେଁ, ଏହା ସାଢ଼େ ତିନିହଜାର ଶିକ୍ଷାନୁଷ୍ଠାନର ସୁରକ୍ଷା ସହିତ ଜଡ଼ିତ। ସଂଗଠନର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତି ଓଡ଼ିଶା ବୋଧହୁଏ ଏକମାତ୍ର ରାଜ୍ୟ ଯେଉଁଠାରେ ଶିକ୍ଷକ ଶିକ୍ଷାକର୍ମଚାରୀମାନେ ନିଜର ହକ୍ ପାଇଁ ଦୀର୍ଘ ଦିନ ଧରି ସଂଗ୍ରାମରତ ଥିବାବେଳେ ସରକାର ସମସ୍ୟା ସମାଧାନ ଦିଗରେ ସାମାନ୍ୟତମ ଆନ୍ତରିକତା ପ୍ରଦର୍ଶନ କରୁ ନାହାନ୍ତି। ଏକ ଗଣତାନ୍ତ୍ରିକ ଆନ୍ଦୋଳନକୁ ହାଲୁକା ଭାବେ ଗ୍ରହଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ରାଜ୍ୟବାସୀ ଠିକ୍ ସମୟରେ ଏହାର ଉଚିତ ଜବାବ ଦେବେ।

ସୂଚନାଥାଉକି, ଶିକ୍ଷକ କର୍ମଚାରୀମାନେ ଦୀର୍ଘ ଏଗାର ଦିନ ହେଲା ଶାନ୍ତିପୂର୍ଣ୍ଣ ଭାବରେ ଗାନ୍ଧିମାର୍ଗରେ ଦିନରାତି ଧାରଣରେ ବସି ରହିଛନ୍ତି। ଦୀର୍ଘଦିନ ଧରି ଶିକ୍ଷକ କର୍ମଚାରୀମାନେ ଦାବୀ ହାସଲ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ ପ୍ରତିଶ୍ରୁତି ପାଳନ କରାଯାଉ ନାହିଁ।

ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଅନେକ ସମୟରେ ଶିକ୍ଷକମାନେ ନିଜ ଜିଦ୍‌ରୁ ଓହରି ଯାଇଛନ୍ତି କିନ୍ତୁ ସରକାରଙ୍କର ମନୋବୃତ୍ତିରେ ପରିବର୍ତ୍ତନ ଘଟିଥିବାର ପରିଲକ୍ଷିତ ହେଉ ନାହିଁ। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଆଜି ବି ସରକାର ଖେଳିବାରେ ବ୍ୟସ୍ତ ଅଛନ୍ତି। ଅନେକ ଥର ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ପରେ ଯଦି ସମସ୍ୟା ସମାଧାନର ସୂତ୍ର ବାହାରି ନପାରେ ତା’ଠାରୁ ଦୁର୍ଭାଗ୍ୟର ବିଷୟ କ’ଣ ହୋଇପାରେ ବୋଲି ଓଷ୍ଟା ତରଫରୁ ପ୍ରଶ୍ନ କରାଯିବା ସହ ଅସନ୍ତୋଷ ବ୍ୟକ୍ତ କରାଯାଇଛି।

ସମଗ୍ର ଓଡ଼ିଶାରୁ ପ୍ରାୟ ୩୫୦୦ଟି ବିଦ୍ୟାଳୟ ମଧ୍ୟରୁ ୧୯୪+୪୦=୨୩୪ଟି ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଆଦୌ ଅନୁଦାନ ପ୍ରଦାନ କରାଯାଇ ନାହିଁ। ୩୦ ବର୍ଷ ଧରି ଖୋଲା ଯାଇଥିବା ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କୁ ଅନୁଦାନ ନପାଇ ଶୂନ୍ୟ ହସ୍ତରେ ଅବସର ନେବା ଓ ମୃତ୍ୟୁବରଣ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ତେଣୁ ଅନୁଦାନରୁ ବଞ୍ଚିତ ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ଅନୁଦାନ ପ୍ରଦାନ କରାଯାଉ।

ସରକାର ସପ୍ତମ ବେତନ ପ୍ରଦାନ ନିମନ୍ତେ ତା୩୧.୧୨.୨୦୨୧ରିଖ ରେ କ୍ୟାବିନେଟ୍ ନିଷ୍ପତ୍ତି ନେଇ ତା୦୧.୦୧.୨୦୨୨ରିଖରୁ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ପାଇଁ ଲାଗୁ କଲେ। ୨୬୦୮ ବିଦ୍ୟାଳୟକୁ ସପ୍ତମ ବେତନ କମିଶନ ପ୍ରଦାନ କରାଯିବାର ନିଷ୍ପତ୍ତି ହୋଇଥିଲେ ମଧ୍ୟ ଦୁଃଖର ବିଷୟ ଏଥିମଧ୍ୟରୁ ତା୦୧.୦୧.୨୦୨୨ରେ ଶତପ୍ରତିଶତ ଅନୁଦାନ ପରିସରଭୁକ୍ତ ହୋଇଥିବା ୨୨୬ଟି ଓ ତା୦୧.୧୦.୨୦୨୩ରେ ୩୯୯ଟି ବିଦ୍ୟାଳୟ ମୋଟ୍ ୨୨୬+୩୯୯ = ୬୨୫ ବିଦ୍ୟାଳୟକୁ ସପ୍ତମ ବେତନରୁ ବଞ୍ଚିତ କରି ରଖାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏକକାଳୀନ ୩୨୦୦ ବିଦ୍ୟାଳୟକୁ ସରକାରୀକରଣ କରିଥିଲେ ଓ ପରେ ୬୦୮ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିଥିଲେ। ବର୍ତ୍ତମାନ ୬୦୮ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ସରକାରୀକରଣରୁ ବଞ୍ଚିତ କରି ରଖାଯାଇଛି। ସେହିପରି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ୩୦ ବର୍ଷରୁ ଅଧିକ ସମୟ ଚାକିରି କରି ଶିକ୍ଷକ କିମ୍ବା ଶିକ୍ଷାକର୍ମଚାରୀଟିଏ ଅବସର ନେଲା ପରେ ସେମାନଙ୍କୁ ପେନ୍‌ସନ, ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ପ୍ରଦାନ କରା ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସ୍‌ନାଲ ଇନ୍‌କ୍ରିମେଣ୍ଟ ଦିଆଯାଉ ନାହିଁ କି ବରିଷ୍ଠତା ପ୍ରଦାନ କରାଯାଉ ନାହିଁ। ୨୮୦୦, ୨୨୦୦, ୧୯୦୦ ଗ୍ରେଡ଼୍ ପେ ରେ ଥିବା ଅସଙ୍ଗତି ଦୂର କରାଯାଉ ନାହିଁ। ବି.ଏ.ବି.ପି.ଏଡ଼, ବି.ଏ.ସି.ପି.ଏଡ଼ ଯୋଗ୍ୟତାଧାରୀ ଖେଳ ଶିକ୍ଷକମାନଙ୍କୁ ପଦୋନ୍ନତି ଦିଆଯାଉ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ୪୮ ବର୍ଷରେ ପଦାର୍ପଣ କରିଥିବା ସମସ୍ତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟ୍ରେଣ୍ଡ୍ ଗ୍ରାଜୁଏଟ୍ ମାନ୍ୟତା ପ୍ରଦାନ କରାଯାଉ ନାହିଁ। ବର୍ତ୍ତମାନ ନୂତନ ଅନୁଦାନ ପାଉଥିବା ବିଦ୍ୟାଳରେ କାର୍ଯ୍ୟରତ ୨ୟ ଓ ୩ୟ ପିଅନ ଏବଂ କିଛି ବିଦ୍ୟାଳୟ ଯଥା- ୩୭, ୪୬, ୬୩ ବିଦ୍ୟାଳୟଙ୍କୁ ୦୧.୦୪.୨୦୦୮ ପରିବର୍ତ୍ତେ ୦୧.୦୧.୨୦୦୪ରୁ ଆଣ୍ଟିଡେସନ୍ ଆଇନ ସଙ୍ଗତ ହେଲେ ମଧ୍ୟ ତାହା କରାଯାଉ ନାହିଁ। ଆର୍‌.ଏ. ସ୍କିମ୍‌କୁ ପ୍ରଚଳନ କରି ପୁଣି ଦୁଇବର୍ଷ ପରେ ପ୍ରତ୍ୟାହାର କରିନେବା ଅତ୍ୟନ୍ତ ବେଦନାଦାୟକ। ସେହିଭଳି ଅଫିସ୍ ସହାୟକମାନଙ୍କୁ ମଧ୍ୟ ଉଚ୍ଚତର ଗ୍ରେଡ଼ପେ ପ୍ରଦାନ କରାଯାଉ ନାହିଁ। ଅନ୍ୟାନ୍ୟ ରାଜ୍ୟରେ ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରାଯାଇଥିଲେ ମଧ୍ୟ ଆମ ରାଜ୍ୟରେ ତାହା ଘଟୁ ନାହିଁ। ଏହିସବୁ ସମସ୍ୟାଗୁଡ଼ିକୁ ତୁରନ୍ତ ସମାଧାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି।

ଆଜକୁ ଏଗାର ଦିନ ହେଲା ଶିକ୍ଷକ କର୍ମଚାରୀମାନେ ରାସ୍ତାରେ ଶୋଇଛନ୍ତି। ଅଥଚ ଯେଉଁମାନେ ଦାବୀ ପୂରଣର ପ୍ରତିଶ୍ରୁତି ଦେଇଥିଲେ ସେମାନେ ଏ ବାବଦରେ ପାଟି ଖୋଲୁ ନାହାନ୍ତି । ସରକାର ଆଲୋଚନା ମାଧ୍ୟମରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ । କାଳକ୍ଷେପଣ ନୀତି ପରିତ୍ୟାଗ କରି ସମାଧାନର ରାସ୍ତାକୁ ଆସନ୍ତୁ । ଶିକ୍ଷକ କର୍ମଚାରୀମାନଙ୍କ ଧୈର୍ଯ୍ୟକୁ ଆଉ ପରୀକ୍ଷା ନକରି ଅଧିକାର ଫେରାଇ ଦିଅନ୍ତୁ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବୀ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନବମ ଦିନରେ ଅହୋରାତ୍ର ଗଣଧାରଣା, ଶିକ୍ଷକମାନଙ୍କ ସମସ୍ୟା ତୁରନ୍ତ ସମାଧାନ ପାଇଁ ଦାବି କଲା ଓଷ୍ଟା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ନବମ ଦିବସରେ ଉପନୀତ ହୋଇଛି। ଆଜି ପର୍ଯ୍ୟନ୍ତ ଅନୁଦାନ ପାଇନଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଉଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କ ପାଇଁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି ଚାକିରି ସର୍ତ୍ତାବଳୀ ସହ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ, ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ ଇତ୍ୟାଦି ଦାବିକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ କରୁନଥିବାରୁ ଏହି ଅହୋରାତ୍ର ଗଣଧାରଣା ଆଜକୁ ନଅଦିନ ହେଲା ଚାଲିଛି, ସମସ୍ୟା ସମାଧାନ ନ ହେବା ଯାଏ ଚାଲିବ ବୋଲି ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି। ଏଣୁ ସରକାର ଆଉ କାଳବିଳମ୍ବ ନକରି ଶିକ୍ଷକ କର୍ମଚାରୀମାନଙ୍କର ସମସ୍ୟା ସମାଧାନ କରିବା ପାଇଁ ଆଗେଇ ଆସନ୍ତୁ।

ସୂଚନାଥାଉକି, ଶିକ୍ଷକ ମାନେ ଦୀର୍ଘ ଆଠଦିନ ହେଲା ଶାନ୍ତିପୂର୍ଣ୍ଣ ଭାବରେ ଗାନ୍ଧିମାର୍ଗରେ ଧାରଣରେ ବସି ରହିଛନ୍ତି କିନ୍ତୁ ସରକାର ସମ୍ବେଦନଶୀଳ ହେବା ପରିବର୍ତ୍ତେ ବାରମ୍ବାର ନିଜର ପ୍ରତିଶୃତି ଭଙ୍ଗ କରୁଛନ୍ତି। ଯେତେ ଅଭିଯୋଗ, ଆପତ୍ତି କଲେ ମଧ୍ୟ କର୍ଣ୍ଣପାତ କରୁନାହାଁନ୍ତି। ଇଣ୍ଟର ମିନିଷ୍ଟେରିଆଲ୍ କମିଟିରେ ଏହି ସମସ୍ୟାଗୁଡ଼ିକ ସମ୍ପର୍କରେ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ ନ୍ୟାୟୋଚିତ କାର୍ଯ୍ୟ ଅଦ୍ୟାବଧି ସମାଧାନ ହୋଇନାହିଁ। ସରକାର ତାଙ୍କର ଉତ୍ତରଦାୟିତ୍ୱ ପାଳନ କରନ୍ତୁ। ଯୋଗ୍ୟ ବିବେଚିତ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଅଦ୍ୟାବଧି ଅନୁଦାନ ନପାଇ ଶୂନ୍ୟ ହସ୍ତରେ ଅବସର ନେଉଛନ୍ତି ଓ ମୃତ୍ୟୁବରଣ କରୁଛନ୍ତି।

ତେଣୁ ଅନୁଦାନରୁ ବାଦ୍ ପଡ଼ିଥିବା ବିଦ୍ୟାଳୟଗୁଡ଼ିକୁ ଅନୁଦାନ ଦେଇ ସେମାନଙ୍କ ମୁହଁରେ ଆହାର ଦିଅନ୍ତୁ। ସରକାର ସପ୍ତମ ବେତନ ପ୍ରଦାନ ନିମନ୍ତେ ତା୩୧.୧୨.୨୦୨୧ରିଖ ରେ କ୍ୟାବିନେଟ୍ ନିଷ୍ପତ୍ତି ନେଇ ତା୦୧.୦୧.୨୦୨୨ରିଖରୁ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ପାଇଁ ଲାଗୁ କଲେ। ଦୁଃଖର ବିଷୟ ଏହିକି ତା୦୧.୦୧.୨୦୨୨ରେ ଶତପ୍ରତିଶତ ଅନୁଦାନ ପରିସରଭୁକ୍ତ ହୋଇଥିବା ୨୨୬ଟି ଓ ତା୦୧.୧୦.୨୦୨୩ରେ ୩୯୯ଟି ବିଦ୍ୟାଳୟ ସପ୍ତମ ବେତନ କମିଶନ ପାଇବାରୁ ବଞ୍ôଚତ ହୋଇଥିଲେ। ସେହି ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ କରାଯାଉ। ୩୦ ବର୍ଷରୁ ଊର୍ଦ୍ଧ୍ୱକାଳ ଶିକ୍ଷାଦାନ କରିବା ପରେ ରିକ୍ତ ହସ୍ତରେ ଅବସର ନେଉଥିବା ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା ଓ ଚାକିରି ସର୍ତ୍ତାବଳୀ ଲାଗୁ କରାଯାଉ। ଇତିମଧ୍ୟରେ ପ୍ରାୟ ଚାରି ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଶୂନ୍ୟ ହସ୍ତରେ ଅବସର ନେଇଗଲେଣି । ତେଣୁ ଏହି ବିଦ୍ୟାଳୟ ଗୁଡ଼ିକରେ ସରକାର ତୁରନ୍ତ ନିଯୁକ୍ତିର ବ୍ୟବସ୍ଥା କରନ୍ତୁ। ନଚେତ୍ ଏହି ୫-ଟି ବିଦ୍ୟାଳୟ ଗୁଡ଼ିକ ଆଉ କିଛି ଦିନ ପରେ ଶିକ୍ଷକ ଶୂନ୍ୟ ହୋଇଯିବ। ସମସ୍ତ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ସରକାରୀକରଣ କରାଯାଉ। ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସ୍‌ନାଲ ଇନ୍‌କ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ କରନ୍ତୁ। ୨୮୦୦, ୨୨୦୦, ୧୯୦୦ ଗ୍ରେଡ଼୍ ପେ ରେ ଥିବା ଅସଙ୍ଗତି ଦୂର କରିବା ସହିତ ବି.ଏ.ବି.ପି.ଏଡ଼, ବି.ଏ.ସି.ପି.ଏଡ଼ ଯୋଗ୍ୟତାଧାରୀ ଖେଳ ଶିକ୍ଷକମାନଙ୍କର ପଦୋନ୍ନତି କରାଯାଉ। ୪୮ ବର୍ଷରେ ପଦାର୍ପଣ କରିଥିବା ସମସ୍ତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟ୍ରେଣ୍ଡ୍ ଗ୍ରାଜୁଏଟ୍ ମାନ୍ୟତା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଦାନ କରାଯାଉ। ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରାଯାଉ। ୨ଟି ପିଅନ ଓ ୩୭, ୪୬, ୬୩ ବିଦ୍ୟାଳୟଙ୍କୁ ୨୦୦୮ ପରିବର୍ତ୍ତେ ୨୦୦୪ରୁ ଆଣ୍ଟିଡେସନ୍ ପ୍ରଦାନ କରାଯାଉ। ଆର୍‌.ଏ. ସ୍କିମ୍‌ର ପୁନଃ ପ୍ରଚଳନ କରାଯାଉ। ଅଫିସ୍ ସହାୟକ ମାନଙ୍କୁ ଉଚ୍ଚତର ଗ୍ରେଡ଼ପେ ପ୍ରଦାନ କରାଯାଉ। କେତେକ ରାଜ୍ୟରେ ସମସ୍ତ ବର୍ଗର ଶିକ୍ଷକ କର୍ମଚାରୀମାନଙ୍କର ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି ହୋଇଥିଲା ବେଳେ ତାହା ଆମ ରାଜ୍ୟରେ ଲାଗୁ କରାଯାଉ। ନୂତନ ପେନ୍‌ସେନ୍ ବ୍ୟବସ୍ଥାକୁ ପ୍ରତ୍ୟାହାର କରି ପୁରାତନ ପେନ୍‌ସନ୍ ବ୍ୟବସ୍ଥା ପ୍ରଚଳିତ କରାଯାଉ। ଏହିସବୁ ଦାବୀ ଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି।

ସମସ୍ୟା ସମାଧାନ ନକଲେ ସଂଗଠନ ଯେକୌଣସି ପରିସ୍ଥିତିକୁ ସମ୍ମୁଖୀନ ହେବାକୁ ବାଧ୍ୟ ହେବ। ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅଷ୍ଟମ ଦିବସରେ ଅହୋରାତ୍ର ଗଣଧାରଣା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ଅଷ୍ଟମ ଦିବସରେ ଉପନୀତ ହୋଇଛି। ସାରା ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନରେ ମା’ ସରସ୍ୱତୀଙ୍କ ପୂଜା ଆନନ୍ଦ ଉଲ୍ଲାସ ସହିତ ପାଳନ କରାଯାଉଥିଲା ବେଳେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନେ ବିଦ୍ୟାଳୟ ଛାଡ଼ି ରାଜଧାନୀର ଗାନ୍ଧିମାର୍ଗରେ ଖୋଲା ଆକାଶ ତଳେ ଭୋକ ଉପାସରେ ପଡ଼ିରହି ସରସ୍ୱତୀ ପୂଜା କରିବା ଦୁଃଖ ଓ ପରିତାପର ବିଷୟ। ପ୍ରତିଶ୍ରୁତି ଦେଇ ପାଳନ ନକରିବା ଓ ସରକାରୀ ଉଦାସୀନତା ଯୋଗୁଁ ହଜାର ହଜାର ଶିକ୍ଷକ ଶିକ୍ଷାକର୍ମଚାରୀଙ୍କ ଭାଗ୍ୟ ଓ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇ ଯାଉଛି ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିବା ସହିତ ସମସ୍ତ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।

ସଂଗଠନର ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ପଚିଶରୁ ତିରିଶ ବର୍ଷ ଧରି ନିରନ୍ତର ଶିକ୍ଷାଦାନ କରି ଆସୁଥିବା ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ତୁରନ୍ତ ଅନୁଦାନର ବ୍ୟବସ୍ଥା କରିବା, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷିକା, ଓ ଶିକ୍ଷାକର୍ମଚାରୀମାନଙ୍କୁ ଅବସର ପରେ ବଞ୍ଚିବା ପାଇଁ ପେନସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ କରିବା, ଯେଉଁସବୁ ବିଦ୍ୟାଳୟକୁ ସପ୍ତମ ବେତନରୁ ବଞ୍ଚିତ କରି ରଖାଯାଇଛି ସେମାନଙ୍କ ପାଇଁ ଏହା ଯଥାଶୀଘ୍ର ଲାଗୁ କରିବା, ସମସ୍ତ ବିଦ୍ୟାଳୟକୁ ସରକାରୀ ଘୋଷଣା କରିବା, ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷିକାମାନଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ କରିବା, ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି ସହିତ ନୂତନ ପେନସନ୍ ଯୋଜନା ପ୍ରତ୍ୟାହାର କରି ପୁରୁଣା ପେନସନ୍ ଯୋଜନା ଲାଗୁ କରିବା, ଖାଲିପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା ଇତ୍ୟାଦି।

ଏହି ସମସ୍ତ ଦାବି ପୂରଣ ନିମନ୍ତେ ସରକାର ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି ନେଇ ପଦକ୍ଷେପ ଗ୍ରହଣ ନିମେନ୍ତ ବାରମ୍ବାର ପ୍ରତିଶ୍ରୁତି ଦେଇ ଆସିଛନ୍ତି। ମାତ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଶିକ୍ଷାନୀତି ଓ ଉଦାସୀନତା ଯୋଗୁଁ ଶିକ୍ଷକ କର୍ମଚାରୀମାନଙ୍କ ସମସ୍ୟା ସମାଧାନର ବାଟ ଫିଟୁ ନାହିଁ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି। ପବିତ୍ର ଶ୍ରୀପଞ୍ଚମୀ ଅବସରରେ ଶିକ୍ଷକ, ଶିକ୍ଷିକା ଓ ଶିକ୍ଷାକର୍ମଚାରୀମାନେ ଭୁବନେଶ୍ୱରର ଗାନ୍ଧିମାର୍ଗରେ ପୂଜା କରି ମା ସରସ୍ୱତୀଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି, ସରକାରଙ୍କର ସଦ୍‌ବୁଦ୍ଧି ଉଦୟ ହେଉ ଏବଂ ସେମାନଙ୍କର ସମସ୍ତ ଦାବିକୁ ସକରାତ୍ମକ ଭାବେ ସରକାର ବିଚାର କରି ସମାଧାନ କରନ୍ତୁ।

ସରକାର ଶିକ୍ଷାକୁ ଏକ ଅଣ ଉତ୍ପାଦିତ କ୍ଷେତ୍ର ବୋଲି ଧରିନେଇ କ୍ରମାଗତ ଅବହେଳା କରି ଚାଲିଛନ୍ତି। ଶିକ୍ଷକ ମାନଙ୍କୁ ବିଭିନ୍ନ ବର୍ଗରେ ବିଭକ୍ତ କରିବା ସହିତ ଏମାନଙ୍କର ଶ୍ରମକୁ ଶୋଷଣ କରି ଚାଲିଛନ୍ତି। ଶିକ୍ଷକ ମାନଙ୍କର ଦାବି ଯୁକ୍ତିଯୁକ୍ତ ଏବଂ ପୂରଣହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି। ବାରମ୍ବାର ଶିକ୍ଷକମାନେ ରାଜରାସ୍ତାକୁ ଆସିବାକୁ ଚାହୁଁନାହାନ୍ତି ବରଂ ରାଜ୍ୟ ସରକାର ଶିକ୍ଷକମାନଙ୍କୁ ରାଜରାସ୍ତାକୁ ଆସିବା ପାଇଁ ବାଧ୍ୟ କରୁଛନ୍ତି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଭାରତବର୍ଷର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ ଚବିଶ ବର୍ଷ ଶାସନ କ୍ଷମତାରେ ଥାଇ ବାହାବା ନେଉଥିବା ସରକାର ରାଜ୍ୟର ଶିକ୍ଷକ କର୍ମଚାରୀମାନଙ୍କର ଏଭଳି ସ୍ଥିତିକୁ ସୁଧାରିବା ପରିବର୍ତ୍ତେ ଅନ୍ଧକାର ମଧ୍ୟକୁ ଠେଲି ଦେଉଛନ୍ତି।

ଓଷ୍ଟାଦ୍ୱାରା ଆହୂତ ଏହି ଗଣଧାରଣା ଏକ ସପ୍ତାହ ଅତିକ୍ରମ କରିସାରିଲାଣି। ସରକାରଙ୍କ ପକ୍ଷରୁ ସମସ୍ୟା ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ସ୍କୁଲ ବଞ୍ଚିଲେ ଶିକ୍ଷା ବଞ୍ଚିବ। ଶିକ୍ଷା ବଞ୍ଚିଲେ ଗାଁର ବିକାଶ ହେବ। ଆଗକୁ ପରୀକ୍ଷା, ଏଥିପାଇଁ ଯାହା କ୍ଷତି ହେବ ସରକାର ଦାୟୀ ରହିବେ ବୋଲି ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସପ୍ତମ ଦିନରେ ଶିକ୍ଷକମାନଙ୍କର ଅହୋରାତ୍ର ଗଣଧାରଣା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ସପ୍ତମ ଦିବସରେ ଉପନୀତ ହୋଇଛି। ସାତଦିନ ହେଲା ଖରା ବର୍ଷା ଶୀତ କାକରକୁ ଖାତିର ନକରି ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ରାଜଧାନୀର ରାଜଦାଣ୍ଡରେ ଖୋଲା ଆକାଶ ତଳେ ବସି ରହିଛନ୍ତି। ସରକାରଙ୍କ ପକ୍ଷରୁ ନେତୃତ୍ୱ ମାନଙ୍କ ସହିତ କୌଣସି ଆଲୋଚନା ହେବାର ସମ୍ଭାବନା ସୃଷ୍ଟି ହୋଇ ନାହିଁ। ସରକାରଙ୍କ ଏତାଦୃଶ ନୀରବତାକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ନାପସନ୍ଦ କରିବା ସହିତ ତୁରନ୍ତ ସରକାର ହସ୍ତକ୍ଷେପ କରି ଉକ୍ତ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।

ସଂଗଠନର ପ୍ରମୁଖ ଦାବୀ ଗୁଡ଼ିକ ମଧ୍ୟରେ ପଚିଶ ବର୍ଷ ହେଲା ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ନାହିଁ, ସେମାନଙ୍କ ପାଇଁ ତୁରନ୍ତ ଅନୁଦାନର ବ୍ୟବସ୍ଥା କରିବା, ଅବସର ପରେ ବଞ୍ଚିବା ପାଇଁ ପେନସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ କରିବା, ଯେଉଁସବୁ ବିଦ୍ୟାଳୟକୁ ସପ୍ତମ ବେତନରୁ ବଞ୍ଚିତ କରି ରଖାଯାଇଛି ସେମାନଙ୍କ ପାଇଁ ଏହା ଯଥାଶିଘ୍ର ଲାଗୁ କରିବା, ସବୁ ବିଦ୍ୟାଳୟକୁ ସରକାରୀ ଘୋଷଣା କରିବା, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ କରିବା, ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି ସହିତ ନୂତନ ପେନସନ୍ ଯୋଜନା ପ୍ରତ୍ୟାହାର କରି ପୁରୁଣା ପେନସନ୍ ଯୋଜନା ଲାଗୁ କରିବା, ଖାଲିପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା ଇତ୍ୟାଦି।

ଓଷ୍ଟା ତରଫରୁ କୁହାଯାଇଛି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଜଣେ ଅପ୍ରତୀଦ୍ୱନ୍ଦି ନେତା ହୋଇ ଯେମିତି ରେକର୍ଡ କରିଛନ୍ତି ସେମିତି ପଚିଶ ତିରିଶ ବର୍ଷ ଧରି ଶିକ୍ଷକଙ୍କୁ ଅନୁଦାନ ଓ ଚାକିରି ସର୍ତ୍ତାବଳୀ ସହ ଅବସରକାଳୀନ ସୁବିଧା ନ ଦେଇ ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି। ଭାରତବର୍ଷରେ ଏମିତି କୌଣସି ରାଜ୍ୟ ନାହିଁ ଯେଉଁଠାରେ ଶିକ୍ଷକମାନେ ଅବସର ନେବାପରେ ସେମାନଙ୍କ ପାଇଁ କୌଣସି ପେନ୍‌ସନ୍‌ର ବ୍ୟବସ୍ଥା ନାହିଁ। ଅବସର ପରେ ଶିକ୍ଷକ କର୍ମଚାରିଟି ଔଷଧ ଟିକେ ପାଇଁ ପରିଣତ ବୟସରେ ମୂଲ ଲାଗି, ପାନ କିମ୍ବା ଚା ଦୋକାନ ଇତ୍ୟାଦି କରି ଜୀବିକା ନିର୍ବାହର ପନ୍ଥା ଆପଣାଇବା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ। ବିନା ଶିକ୍ଷକରେ ବିଦ୍ୟାଳୟ ବନ୍ଦ ହେବା କଥା ଆଉ କେଉଁଠି ନାହିଁ, କେବଳ ଆମ ରାଜ୍ୟରେ ଅଛି।  ଶିକ୍ଷକ ଅବସର ନେଇଗଲେ ନୂଆ ଶିକ୍ଷକ ଦିଆଯାଏ ନାହିଁ। ଜଣେ ଶିକ୍ଷକ ଥିବା ଯାଏ ବିଦ୍ୟାଳୟ ଚାଲେ। ଶେଷତମ ଶିକ୍ଷକ ଅବସର ନେଇଗଲେ ଆପଣାଛାଏଁ ବିଦ୍ୟାଳୟ ବନ୍ଦ ହୋଇଯାଏ। ଏଭଳି ବ୍ୟବସ୍ଥା କେଉଁଠି ଅଛି ବୋଲି ସଂଘର ସଭାପତି ଅକ୍ଷୟ କୁମାର ମିଶ୍ର ପ୍ରଶ୍ନ କରିଛନ୍ତି।

ଓଷ୍ଟାଦ୍ୱାରା ଆହୂତ ଏହି ଗଣଧାରଣା ଏକ ସପ୍ତାହ ଅତିକ୍ରମ କରିବାକୁ ଯାଉଛି, ଅଥଚ ସରକାରଙ୍କ ପକ୍ଷରୁ ଓଷ୍ଟାର ନେତୃତ୍ୱମାନଙ୍କୁ ଡାକି ଆଲୋଚନା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ସରକାର ତୁରନ୍ତ ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନର ବାଟ ବାହାର କରନ୍ତୁ ବୋଲି ରାଜ୍ୟ ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବୀ ଉପସ୍ଥାପନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଷଷ୍ଠ ଦିବସରେ ଶିକ୍ଷକମାନଙ୍କ ଅହୋରାତ୍ର ଗଣଧାରଣା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ଷଷ୍ଠ ଦିବସରେ ଉପନୀତ ହୋଇଛି। ଶୀତ କାକରକୁ ଖାତିର ନକରି ସମଗ୍ର ଓଡ଼ିଶାରୁ ଅନେକ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ରାଜଧାନୀର ରାଜଦାଣ୍ଡରେ ଅହୋରାତ୍ର ଧାରଣରେ ବସି ରହିଛନ୍ତି। ସଂଗଠନର ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ପଚିଶ ବର୍ଷ ହେଲା ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ନାହିଁ, ସେମାନଙ୍କ ପାଇଁ ତୁରନ୍ତ ଅନୁଦାନର ବ୍ୟବସ୍ଥା କରିବା, ଅବସର ପରେ ବଞ୍ଚିବା ପାଇଁ ପେନସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ କରିବା, ଯେଉଁସବୁ ଯୋଗ୍ୟ ବିଦ୍ୟାଳୟକୁ ସପ୍ତମ ବେତନରୁ ବଞ୍ଚିତ କରି ରଖାଯାଇଛି ସେମାନଙ୍କ ପାଇଁ ଏହା ଯଥାଶିଘ୍ର ଲାଗୁ କରିବା, ସବୁ ବିଦ୍ୟାଳୟକୁ ସରକାରୀ ଘୋଷଣା କରିବା, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ କରିବା, ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି ସହିତ ନୂତନ ପେନସନ୍ ଯୋଜନା ପ୍ରତ୍ୟାହାର କରି ପୁରୁଣା ପେନସନ୍ ଯୋଜନା ଲାଗୁ କରିବା, ଖାଲିପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା ଇତ୍ୟାଦି।

ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି- ସରକାର ଶିକ୍ଷକମାନଙ୍କୁ ସମସ୍ୟା ଭିତରେ ବୁଡ଼ାଇ ରଖି ଶିକ୍ଷାବ୍ୟବସ୍ଥାକୁ ସଜାଡ଼ିବାର ସ୍ୱପ୍ନ ଯଦି ଦେଖୁଥାନ୍ତି ତେବେ ତାହା ଦିବା ସ୍ୱପ୍ନରେ ପରିଣତ ହେବ। ଶିକ୍ଷକଙ୍କୁ ମାନସିକ ଯନ୍ତ୍ରଣା ଦେଇ ଗୁଣାତ୍ମକ ଶିକ୍ଷାର ସ୍ଲୋଗାନ୍ ଦେବା ରାଜ୍ୟବାସୀଙ୍କ ପାଇଁ ଛଳନା ଓ ପ୍ରତାରଣା ଛଡ଼ା ଆଉ କିଛି ନୁହେଁ। ଅହୋରାତ୍ର ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଲାଣି, ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଘରଦ୍ୱାର ଛାଡ଼ି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରାଜରାସ୍ତାରେ ପଡ଼ି ରହିଛନ୍ତି। ସରକାର ଆନ୍ଦୋଳନସ୍ଥଳକୁ ଆସୁ ନାହାନ୍ତି କି ଆଲୋଚନା କରୁ ନାହାନ୍ତି। ଆମ ରାଜ୍ୟର ଶାସନ ବ୍ୟବସ୍ଥା ରାଜତନ୍ତ୍ରର ଶାସନ ବ୍ୟବସ୍ଥାଠାରୁ ମଧ୍ୟ ବଳି ଗଲାଣି। ସରକାର ଡାକି ଆଲୋଚନା କରିବେ କି କରିବେ ନାହିଁ, ଦାବି ପୂରଣ କରିବେ କି ନାହିଁ ଏହିସବୁ ସରକାରଙ୍କ ଉପରେ ନିର୍ଭର କରେ। ବିଦ୍ୟାଳୟ ଗୁଡ଼ିକ ସବୁ ବନ୍ଦ ହୋଇ ଯାଉ, ରାଜ୍ୟର ୭୦ ଭାଗରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯେଉଁମାନେ ଏହିସବୁ ବିଦ୍ୟାଳୟରେ ପଢ଼ୁଛନ୍ତି ସେମାନଙ୍କର ପାଠପଢ଼ା ଠପ୍ ହୋଇଯାଉ ବୋଧହୁଏ ସରକାରଙ୍କର ଏହା ଏକାନ୍ତ ଇଚ୍ଛା। ତେଣୁ ଆମେ ନାଚାର। ସରକାରଙ୍କର ଶିକ୍ଷା ଓ ଶିକ୍ଷକମାରଣ ନୀତି ବିରୁଦ୍ଧରେ ପ୍ରଚାର ଅଭିଯାନ ଚାଲିବ।

ସରକାର ତୁରନ୍ତ ଏହି ସମସ୍ତ ନ୍ୟାୟୋଚିତ ଦାବିକୁ ମାନିନେବା ଉଚିତ। ସରକାର ରାଜ୍ୟର ମାଧ୍ୟମିକ ବିଦ୍ୟାଳୟ ମାନଙ୍କର ଭିତ୍ତିଭୂମିର ବିକାଶ କରିଛନ୍ତି। କେବଳ ଭିତ୍ତିଭୂମିର ବିକାଶ କରିଦେଇ ଶିକ୍ଷକମାନଙ୍କୁ ନାନା ସମସ୍ୟାରେ ଉବୁଟୁବୁ କରି ଯଦି ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ଚାହୁଁଥାନ୍ତି ତାହା ଅବାସ୍ତବ। ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କ ମଧ୍ୟରେ ଥିବା ସମସ୍ୟାକୁ ଆନ୍ତରିକତାର ସହ ସମାଧାନ କରନ୍ତୁ ବୋଲି ରାଜ୍ୟ ଓଷ୍ଟାର ନେତୃତ୍ୱ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି।