Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଷ୍ଟମ ଦିବସରେ ଅହୋରାତ୍ର ଗଣଧାରଣା
ଆଜିର ଖବର

ଅଷ୍ଟମ ଦିବସରେ ଅହୋରାତ୍ର ଗଣଧାରଣା

February 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ଅଷ୍ଟମ ଦିବସରେ ଉପନୀତ ହୋଇଛି। ସାରା ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନରେ ମା’ ସରସ୍ୱତୀଙ୍କ ପୂଜା ଆନନ୍ଦ ଉଲ୍ଲାସ ସହିତ ପାଳନ କରାଯାଉଥିଲା ବେଳେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନେ ବିଦ୍ୟାଳୟ ଛାଡ଼ି ରାଜଧାନୀର ଗାନ୍ଧିମାର୍ଗରେ ଖୋଲା ଆକାଶ ତଳେ ଭୋକ ଉପାସରେ ପଡ଼ିରହି ସରସ୍ୱତୀ ପୂଜା କରିବା ଦୁଃଖ ଓ ପରିତାପର ବିଷୟ। ପ୍ରତିଶ୍ରୁତି ଦେଇ ପାଳନ ନକରିବା ଓ ସରକାରୀ ଉଦାସୀନତା ଯୋଗୁଁ ହଜାର ହଜାର ଶିକ୍ଷକ ଶିକ୍ଷାକର୍ମଚାରୀଙ୍କ ଭାଗ୍ୟ ଓ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇ ଯାଉଛି ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିବା ସହିତ ସମସ୍ତ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।

ସଂଗଠନର ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ପଚିଶରୁ ତିରିଶ ବର୍ଷ ଧରି ନିରନ୍ତର ଶିକ୍ଷାଦାନ କରି ଆସୁଥିବା ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ତୁରନ୍ତ ଅନୁଦାନର ବ୍ୟବସ୍ଥା କରିବା, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷିକା, ଓ ଶିକ୍ଷାକର୍ମଚାରୀମାନଙ୍କୁ ଅବସର ପରେ ବଞ୍ଚିବା ପାଇଁ ପେନସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ କରିବା, ଯେଉଁସବୁ ବିଦ୍ୟାଳୟକୁ ସପ୍ତମ ବେତନରୁ ବଞ୍ଚିତ କରି ରଖାଯାଇଛି ସେମାନଙ୍କ ପାଇଁ ଏହା ଯଥାଶୀଘ୍ର ଲାଗୁ କରିବା, ସମସ୍ତ ବିଦ୍ୟାଳୟକୁ ସରକାରୀ ଘୋଷଣା କରିବା, ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷିକାମାନଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ କରିବା, ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି ସହିତ ନୂତନ ପେନସନ୍ ଯୋଜନା ପ୍ରତ୍ୟାହାର କରି ପୁରୁଣା ପେନସନ୍ ଯୋଜନା ଲାଗୁ କରିବା, ଖାଲିପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା ଇତ୍ୟାଦି।

ଏହି ସମସ୍ତ ଦାବି ପୂରଣ ନିମନ୍ତେ ସରକାର ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି ନେଇ ପଦକ୍ଷେପ ଗ୍ରହଣ ନିମେନ୍ତ ବାରମ୍ବାର ପ୍ରତିଶ୍ରୁତି ଦେଇ ଆସିଛନ୍ତି। ମାତ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଶିକ୍ଷାନୀତି ଓ ଉଦାସୀନତା ଯୋଗୁଁ ଶିକ୍ଷକ କର୍ମଚାରୀମାନଙ୍କ ସମସ୍ୟା ସମାଧାନର ବାଟ ଫିଟୁ ନାହିଁ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି। ପବିତ୍ର ଶ୍ରୀପଞ୍ଚମୀ ଅବସରରେ ଶିକ୍ଷକ, ଶିକ୍ଷିକା ଓ ଶିକ୍ଷାକର୍ମଚାରୀମାନେ ଭୁବନେଶ୍ୱରର ଗାନ୍ଧିମାର୍ଗରେ ପୂଜା କରି ମା ସରସ୍ୱତୀଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି, ସରକାରଙ୍କର ସଦ୍‌ବୁଦ୍ଧି ଉଦୟ ହେଉ ଏବଂ ସେମାନଙ୍କର ସମସ୍ତ ଦାବିକୁ ସକରାତ୍ମକ ଭାବେ ସରକାର ବିଚାର କରି ସମାଧାନ କରନ୍ତୁ।

ସରକାର ଶିକ୍ଷାକୁ ଏକ ଅଣ ଉତ୍ପାଦିତ କ୍ଷେତ୍ର ବୋଲି ଧରିନେଇ କ୍ରମାଗତ ଅବହେଳା କରି ଚାଲିଛନ୍ତି। ଶିକ୍ଷକ ମାନଙ୍କୁ ବିଭିନ୍ନ ବର୍ଗରେ ବିଭକ୍ତ କରିବା ସହିତ ଏମାନଙ୍କର ଶ୍ରମକୁ ଶୋଷଣ କରି ଚାଲିଛନ୍ତି। ଶିକ୍ଷକ ମାନଙ୍କର ଦାବି ଯୁକ୍ତିଯୁକ୍ତ ଏବଂ ପୂରଣହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି। ବାରମ୍ବାର ଶିକ୍ଷକମାନେ ରାଜରାସ୍ତାକୁ ଆସିବାକୁ ଚାହୁଁନାହାନ୍ତି ବରଂ ରାଜ୍ୟ ସରକାର ଶିକ୍ଷକମାନଙ୍କୁ ରାଜରାସ୍ତାକୁ ଆସିବା ପାଇଁ ବାଧ୍ୟ କରୁଛନ୍ତି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଭାରତବର୍ଷର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ ଚବିଶ ବର୍ଷ ଶାସନ କ୍ଷମତାରେ ଥାଇ ବାହାବା ନେଉଥିବା ସରକାର ରାଜ୍ୟର ଶିକ୍ଷକ କର୍ମଚାରୀମାନଙ୍କର ଏଭଳି ସ୍ଥିତିକୁ ସୁଧାରିବା ପରିବର୍ତ୍ତେ ଅନ୍ଧକାର ମଧ୍ୟକୁ ଠେଲି ଦେଉଛନ୍ତି।

ଓଷ୍ଟାଦ୍ୱାରା ଆହୂତ ଏହି ଗଣଧାରଣା ଏକ ସପ୍ତାହ ଅତିକ୍ରମ କରିସାରିଲାଣି। ସରକାରଙ୍କ ପକ୍ଷରୁ ସମସ୍ୟା ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ସ୍କୁଲ ବଞ୍ଚିଲେ ଶିକ୍ଷା ବଞ୍ଚିବ। ଶିକ୍ଷା ବଞ୍ଚିଲେ ଗାଁର ବିକାଶ ହେବ। ଆଗକୁ ପରୀକ୍ଷା, ଏଥିପାଇଁ ଯାହା କ୍ଷତି ହେବ ସରକାର ଦାୟୀ ରହିବେ ବୋଲି ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି ରଖିଛନ୍ତି।

OSSTA ଅହୋରାତ୍ର ଗଣଧାରଣା ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026
Latest News

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.