Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଏମ୍‌ସ-ଫିଜିଓମିଟ୍‌ କର୍ମଶାଳା ଆୟୋଜିତ
ଆଜିର ଖବର

ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଏମ୍‌ସ-ଫିଜିଓମିଟ୍‌ କର୍ମଶାଳା ଆୟୋଜିତ

February 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବର୍ତ୍ତମାନ ସମାଜରେ ଦେଖାଯାଉଥିବା ଅନିୟନ୍ତ୍ରିତ ତଥା ତ୍ରୁଟିପୂର୍ଣ୍ଣ ଜୀବନଶୈଳୀଜନିତ ନାନା ବ୍ୟାଧି ତଥା ଦିନକୁ ଦିନ ମାନବ ସମାଜ ନିମିତ୍ତ ଆହ୍ବାନ ପାଲଟୁଥିବା ବିଭିନ୍ନ ବୈଶ୍ବିକ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକର ସଫଳ ମୁକାବିଲା କରିବାରେ ଫିଜିଓଲୋଜି(ଶରୀରତତ୍ତ୍ବ ବିଜ୍ଞାନ) ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଅନ୍ତର୍ଜାତୀୟସ୍ତରରେ ଶରୀରତତ୍ତ୍ବ ବିଜ୍ଞାନ ଉପରେ ଅଧିକ ଗବେଷଣା, ମେଡିକାଲ୍‌ ପାଠ୍ୟକ୍ରମରେ ଏହାର ବ୍ୟାପକତା ଆଦି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏନେଇ ଏହି ସନ୍ଦର୍ଭରେ ବ୍ୟାପକ ଗବେଷଣାର ଆବଶ୍ୟକତା ରହିଛି। ଏମ୍‌ସ ଭୁବନେଶ୍ୱର ଫିଜିଓଲୋଜି ବିଭାଗ ଦ୍ୱାରା ଆୟୋଜିତ ଅଭିନବ ଏମ୍‌ସ-ଫିଜିଓମିଟ୍‌ କର୍ମଶାଳାରେ ଏପରି ମତବ୍ୟକ୍ତ କରିଛନ୍ତି ଦେଶର ବିଶିଷ୍ଟ ଶରୀରତତ୍ତ୍ବ ବିଜ୍ଞାନୀଗଣ।

ସମଗ୍ର ଦେଶରେ ଶରୀରତତ୍ତ୍ବ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ସହଭାଗିତା ବୃଦ୍ଧି କରିବା ଏବଂ ଗବେଷଣାକୁ ପ୍ରାଥମିକତା ଦେବା ଲକ୍ଷ୍ୟରେ, ଏହି ଦୁଇଦିନିଆ କର୍ମଶାଳାରେ ଦେଶର ୧୭ଟି ଏମ୍‌ସରୁ ୪୦ ରୁ ଊର୍ଧ୍ବ ଖ୍ୟାତନାମା ଶରୀରତତ୍ତ୍ବ ବିଜ୍ଞାନୀ ଅଂଶଗ୍ରହଣ କରିଥିଲେ।

ଉଦ୍‌ଘାଟନୀ ସମାରୋହରେ ବିଶିଷ୍ଟ ଶରୀରତତ୍ତ୍ବ ବିଜ୍ଞାନୀ ତଥା ଏମ୍‌ସ କଲ୍ୟାଣୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ରାମଜୀ ସିଂ, ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ, ଏମ୍‌ସ ପାଟ୍‌ନା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଜି କେ ପାଲ୍, ଏମ୍‌ସ ଯୋଧପୁର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ମାଧବାନନ୍ଦ କର, ଏମ୍‌ସ ଭୁବନେଶ୍ୱର ଡିନ୍‌ ଡ. ପି ଆର୍‌ ମହାପାତ୍ର, ମେଡିକାଲ୍‌ ଅଧୀକ୍ଷକ ଡ. ଡି କେ ପରିଡ଼ା, ଫିଜିଓଲୋଜି ବିଭାଗ ମୁଖ୍ୟ ଡ. ପ୍ରଣତୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସଙ୍କ ନେତୃତ୍ବରେ ଏହି ଜାତୀୟ ଅନୁଷ୍ଠାନର ଫିଜିଓଲୋଜି ବିଭାଗରେ କୃତ୍ରିମ ବୁଦ୍ଧିମତା(ଏଆଇ)ର ବ୍ୟବହାରପୂର୍ବକ ବହୁ ଗବେଷଣାମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ସମଗ୍ର ଦେଶରେ ଏଆଇର ପ୍ରୟୋଗ ପୂର୍ବକ ଶରୀରତତ୍ତ୍ବ ବିଜ୍ଞାନ ସନ୍ଦର୍ଭରେ ବ୍ୟାପକ ଗବେଷଣା ହେବା ଆବଶ୍ୟକ ବୋଲି ଡ. ବିଶ୍ବାସ ଅନୁଷ୍ଠିତ ଆଲୋଚନା କାଳରେ ମତ ରଖିଥିଲେ।

ଅତିରିକ୍ତ ପ୍ରଫେସର ତଥା ଆୟୋଜନ କମିଟି ସମ୍ପାଦକ ଡ. କଳ୍ପନା ବାରହୱାଲ୍‌ ଏହି ନିଆରା କର୍ମଶାଳା ଏମ୍‌ସ ଭଳି ବିଭିନ୍ନ ଜାତୀୟ ଅନୁଷ୍ଠାନର ଗବେଷକଙ୍କ ପାଇଁ ଏକ ବିଶେଷ ସୁଯୋଗ ଆଣିବା ସହିତ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସୁକ୍ଷ୍ମ ସମ୍ପର୍କ ସ୍ଥାପନରେ ସହାୟକ ହେବାନେଇ ସୂଚନା ଦେଇଥିଲେ।

ଗଭୀର ଜଳ, ପ୍ରଚଣ୍ଡ ତାତି, ଅତ୍ୟନ୍ତ ଉଚ୍ଚତାଯୁକ୍ତ ସ୍ଥାନରେ କାର୍ଯ୍ୟ, କାର୍ଯ୍ୟସ୍ଥଳ ଚାପ ଆଦିକୁ ନିୟନ୍ତ୍ରଣ କରିବା ଏବଂ ମିଲିଟାରୀ ଫିଜିଓଲୋଜିକୁ ସଶକ୍ତ କରିବା ନିମନ୍ତେ ଡିଆର୍‌ଡିଓ ଭଳି ଅନୁଷ୍ଠାନଗୁଡ଼ିକ ସହିତ ଏମ୍‌ସ ଭଳି ପ୍ରସିଦ୍ଧ ଜାତୀୟ ସ୍ବାସ୍ଥ୍ୟ ଅନୁଷ୍ଠାନର ସହଭାଗିତା ଜରୁରୀ। କର୍ମଶାଳାରେ ସାମରିକ ଶରୀରତତ୍ତ୍ବ ବିଜ୍ଞାନ ସମ୍ପର୍କରେ ଅନୁଷ୍ଠିତ ସ୍ବତନ୍ତ୍ର କର୍ମଶାଳାରେ ଏପରି ମତ ରଖିଥିଲେ ଡିଫେନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିଓଲୋଜି ଆଣ୍ଡ ଆଲିଏଡ୍ ସାଇନ୍ସେସ୍ (ଡିଆଇପିଏସ୍‌), ଡିଆର୍‌ଡିଓ ର ନିର୍ଦ୍ଦେଶକ ଡ. ରାଜୀବ ଭାର୍‌ସ୍ନେ।

bhubaneswar
Share. Facebook Twitter LinkedIn Email WhatsApp Copy Link

Related Posts

ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ଢେଙ୍କାନାଳର ସୋରଟ ଗାଁରେ ୨୦ ବର୍ଷ ପରେ ପୁଣି ଚାଷ ଆରମ୍ଭ

February 25, 2026

କେତେ ବଢିଲା ସୁନା ଓ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 25, 2026

କିପରି ପ୍ଲସ୍ ଜୋନ୍‌କୁ ଆସିବ ନେଟ୍ ରନ୍ ରେଟ୍?: ଜାଣନ୍ତୁ ଜିମ୍ବାୱେ ବିପକ୍ଷରେ ଭାରତର ସମୀକରଣ

February 25, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026
Latest News

ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ଢେଙ୍କାନାଳର ସୋରଟ ଗାଁରେ ୨୦ ବର୍ଷ ପରେ ପୁଣି ଚାଷ ଆରମ୍ଭ

February 25, 2026

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026

କେତେ ବଢିଲା ସୁନା ଓ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 25, 2026

କିପରି ପ୍ଲସ୍ ଜୋନ୍‌କୁ ଆସିବ ନେଟ୍ ରନ୍ ରେଟ୍?: ଜାଣନ୍ତୁ ଜିମ୍ବାୱେ ବିପକ୍ଷରେ ଭାରତର ସମୀକରଣ

February 25, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.