Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ: ପ୍ରଭାବିତ ହେବେ ଚାଷିକୂଳ
ଆଜିର ଖବର

ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ: ପ୍ରଭାବିତ ହେବେ ଚାଷିକୂଳ

February 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର କ୍ୟାଡର ପୁନର୍ଗଠନ, ଗ୍ରେଡ ପେ ଆଦି ଦାବିକୁ ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନର ଆରମ୍ଭରେ ଅତ୍ୟନ୍ତ ବିନମ୍ରତାର ସହ ଜଣାଉ ଅଛୁ ଯେ, ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି କୃଷି ବିଭାଗର ମୂଳ ମେରୁଦଣ୍ଡ ଭାବରେ କାମ କରୁଥିବା ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀମାନଙ୍କର ମୁଖ୍ୟ ଦାବି କ୍ୟାଡର ପୁନର୍ଗଠନ, ଗ୍ରେଡ ପେ ଆଦି ଅନ୍ୟାନ୍ୟ ଦାବୀର ବିଚାର କରାଗଲା ନାହିଁ। ଦୀର୍ଘ ଏକ ବର୍ଷ ଧରି ସଂଘ ପକ୍ଷରୁ ଶତାଧିକ ପତ୍ର ମାଧ୍ୟମରେ ଅନୁନୟ ବିନୟ କରାଯାଇ ଆସୁଥିଲେ ମଧ୍ୟ କର୍ତ୍ତୁପକ୍ଷ ଏ ଦିଗରେ ସଂପୂର୍ଣ୍ଣ ଉଦାସୀନ ରହି ଆସୁଛନ୍ତି। ଏପରିକି ଆଲୋଚନା ମାଧ୍ୟମରେ ସଂଘ ପକ୍ଷରୁ ଆଗତ କ୍ୟାଡର ପୁନର୍ଗଠନ ପ୍ରସ୍ତାବ ଉପରେ ସାମାନ୍ୟ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଏପରିକି ଆନ୍ତମନ୍ତ୍ରୀ ମଣ୍ଡଳ କମିଟିକୁ କ୍ୟାଡର ପୁନର୍ଗଠନ ପ୍ରସ୍ତାବ ର ସବିଶେଷ ତଥ୍ୟ ପ୍ରଦାନ କରାଗଲା ନାହିଁ।

ଆଉ ମାତ୍ର ଅଳ୍ପ ଦିନ ବ୍ୟବଧାନରେ ସାଧାରଣ ନିର୍ବାଚନ ଓ ଏଥିପାଇଁ ଆଦର୍ଶ ଆଚରଣ ବିଧି ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଦ୍ଵାରା ଜାରିହେବ। ଦୀର୍ଘ ଏକ ବର୍ଷ ଧରି ଏ ଦିଗରେ ସାମାନ୍ୟ ପଦକ୍ଷେପ ଗ୍ରହଣ କରାନଯାଇ ଆମଭଳି ସ୍ୱଳ୍ପ ଦରମାରେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଥିବା ଗ୍ରାମ୍ୟ କୃଷି କର୍ମଚାରୀଙ୍କ ପ୍ରତି ବିଭାଗୀୟ ହେୟଜ୍ଞାନ , ଅବହେଳା ତଥା ନିଷ୍ଠୁରତା କୁ କୃଷି କର୍ମଚାରୀ ମାନେ ଅଧିକ ଦିନ ବରଦାସ୍ତ କରିବାକୁ ଉଚିତ ମାନେ କରୁ ନାହାନ୍ତି।

ଏଣୁ ବାଧ୍ୟ ହୋଇ ନିଜ ପେଟ ପାଟଣା ଓ ଭବିଷ୍ୟତ ର ସୁରକ୍ଷା ଦୃଷ୍ଟିରୁ ସାରା ରାଜ୍ୟର ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ଫେବୃୟାରୀ ୮ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ ମୋବାଇଲକୁ କୌଣସି ସରକାରୀ ସେବା ନିମନ୍ତେ ଆମେ ବ୍ୟବହାର କରି ନାହୁଁ ଓ ଅଧିକାରୀଙ୍କ ଦ୍ଵାରା ଗଠିତ ଗ୍ରୁପ / ଆପ ରୁ ଓହରି ଆସିଛୁ। ଏହା ସତ୍ତ୍ୱେ କର୍ତ୍ତୁପକ୍ଷ ତଥାପି ଆମ ଦାବି ପୁରଣରେ ଉଦାସୀନ ରହିଛନ୍ତି। ତେଣୁ ଆସନ୍ତା ୧୩ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ଜିଲ୍ଲାର ଗ୍ରାମ୍ୟ କୃଷି କର୍ମଚାରୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସରକାରୀ ଦପ୍ତର ସମ୍ମୁଖରେ ସାମୁହିକ ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯିବ।

ଏହା ସତ୍ତ୍ୱେ କର୍ତ୍ତୁପକ୍ଷ ତଥାପି ଆମ ଦାବି ପୁରଣରେ ଯଦି ଉଦାସୀନ ରହନ୍ତି, ତେବେ ଆସନ୍ତା ୨୦ ତାରିଖ ଠାରୁ ଦାବି ପୂରଣ ପର୍ଯ୍ୟନ୍ତ କୃଷି ଭବନ, ଭୁବନେଶ୍ଵର ଠାରେ ଶାନ୍ତି ପୂର୍ଣ୍ଣ ଭାବେ ଅନିର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ଧାରଣାରେ ବସିରହିବୁ।

ଏହି କାର୍ଯ୍ୟକ୍ରମ ପାଇଁ ଯଦି କୃଷି ଓ କୃଷକଙ୍କ ସ୍ଵାର୍ଥରେ ହାନି ଘଟେ ସେଥିପାଇଁ ବିଭାଗ ବା ସରକାର ଦାୟୀ ରହିବେ। କୃଷି ବିଭାଗର ଏହି ଅବହେଳିତ କର୍ମଚାରୀଙ୍କ ପ୍ରତି ନ୍ୟାୟ ପ୍ରଦାନ ନିମନ୍ତେ ସଦୟ ଦୃଷ୍ଠି ଦେବା ସହ ଆମର ବାଞ୍ଛିତ ଓ ପ୍ରତିଖିତ ନ୍ୟାୟୋଚିତ ଦାବି ପୂରଣ ନିମନ୍ତେ କର୍ତ୍ତୁପକ୍ଷ ବଳିଷ୍ଠ ଓ ତତ୍କାଳୀନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ଆଶା ପ୍ରକଟ କରିଛି।

ଆନ୍ଦୋଳନ
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
Latest News

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.