Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସପ୍ତମ ଦିନରେ ଶିକ୍ଷକମାନଙ୍କର ଅହୋରାତ୍ର ଗଣଧାରଣା
ଆଜିର ଖବର

ସପ୍ତମ ଦିନରେ ଶିକ୍ଷକମାନଙ୍କର ଅହୋରାତ୍ର ଗଣଧାରଣା

February 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ସପ୍ତମ ଦିବସରେ ଉପନୀତ ହୋଇଛି। ସାତଦିନ ହେଲା ଖରା ବର୍ଷା ଶୀତ କାକରକୁ ଖାତିର ନକରି ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ରାଜଧାନୀର ରାଜଦାଣ୍ଡରେ ଖୋଲା ଆକାଶ ତଳେ ବସି ରହିଛନ୍ତି। ସରକାରଙ୍କ ପକ୍ଷରୁ ନେତୃତ୍ୱ ମାନଙ୍କ ସହିତ କୌଣସି ଆଲୋଚନା ହେବାର ସମ୍ଭାବନା ସୃଷ୍ଟି ହୋଇ ନାହିଁ। ସରକାରଙ୍କ ଏତାଦୃଶ ନୀରବତାକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ନାପସନ୍ଦ କରିବା ସହିତ ତୁରନ୍ତ ସରକାର ହସ୍ତକ୍ଷେପ କରି ଉକ୍ତ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।

ସଂଗଠନର ପ୍ରମୁଖ ଦାବୀ ଗୁଡ଼ିକ ମଧ୍ୟରେ ପଚିଶ ବର୍ଷ ହେଲା ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ନାହିଁ, ସେମାନଙ୍କ ପାଇଁ ତୁରନ୍ତ ଅନୁଦାନର ବ୍ୟବସ୍ଥା କରିବା, ଅବସର ପରେ ବଞ୍ଚିବା ପାଇଁ ପେନସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ କରିବା, ଯେଉଁସବୁ ବିଦ୍ୟାଳୟକୁ ସପ୍ତମ ବେତନରୁ ବଞ୍ଚିତ କରି ରଖାଯାଇଛି ସେମାନଙ୍କ ପାଇଁ ଏହା ଯଥାଶିଘ୍ର ଲାଗୁ କରିବା, ସବୁ ବିଦ୍ୟାଳୟକୁ ସରକାରୀ ଘୋଷଣା କରିବା, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ କରିବା, ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି ସହିତ ନୂତନ ପେନସନ୍ ଯୋଜନା ପ୍ରତ୍ୟାହାର କରି ପୁରୁଣା ପେନସନ୍ ଯୋଜନା ଲାଗୁ କରିବା, ଖାଲିପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା ଇତ୍ୟାଦି।

ଓଷ୍ଟା ତରଫରୁ କୁହାଯାଇଛି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଜଣେ ଅପ୍ରତୀଦ୍ୱନ୍ଦି ନେତା ହୋଇ ଯେମିତି ରେକର୍ଡ କରିଛନ୍ତି ସେମିତି ପଚିଶ ତିରିଶ ବର୍ଷ ଧରି ଶିକ୍ଷକଙ୍କୁ ଅନୁଦାନ ଓ ଚାକିରି ସର୍ତ୍ତାବଳୀ ସହ ଅବସରକାଳୀନ ସୁବିଧା ନ ଦେଇ ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି। ଭାରତବର୍ଷରେ ଏମିତି କୌଣସି ରାଜ୍ୟ ନାହିଁ ଯେଉଁଠାରେ ଶିକ୍ଷକମାନେ ଅବସର ନେବାପରେ ସେମାନଙ୍କ ପାଇଁ କୌଣସି ପେନ୍‌ସନ୍‌ର ବ୍ୟବସ୍ଥା ନାହିଁ। ଅବସର ପରେ ଶିକ୍ଷକ କର୍ମଚାରିଟି ଔଷଧ ଟିକେ ପାଇଁ ପରିଣତ ବୟସରେ ମୂଲ ଲାଗି, ପାନ କିମ୍ବା ଚା ଦୋକାନ ଇତ୍ୟାଦି କରି ଜୀବିକା ନିର୍ବାହର ପନ୍ଥା ଆପଣାଇବା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ। ବିନା ଶିକ୍ଷକରେ ବିଦ୍ୟାଳୟ ବନ୍ଦ ହେବା କଥା ଆଉ କେଉଁଠି ନାହିଁ, କେବଳ ଆମ ରାଜ୍ୟରେ ଅଛି।  ଶିକ୍ଷକ ଅବସର ନେଇଗଲେ ନୂଆ ଶିକ୍ଷକ ଦିଆଯାଏ ନାହିଁ। ଜଣେ ଶିକ୍ଷକ ଥିବା ଯାଏ ବିଦ୍ୟାଳୟ ଚାଲେ। ଶେଷତମ ଶିକ୍ଷକ ଅବସର ନେଇଗଲେ ଆପଣାଛାଏଁ ବିଦ୍ୟାଳୟ ବନ୍ଦ ହୋଇଯାଏ। ଏଭଳି ବ୍ୟବସ୍ଥା କେଉଁଠି ଅଛି ବୋଲି ସଂଘର ସଭାପତି ଅକ୍ଷୟ କୁମାର ମିଶ୍ର ପ୍ରଶ୍ନ କରିଛନ୍ତି।

ଓଷ୍ଟାଦ୍ୱାରା ଆହୂତ ଏହି ଗଣଧାରଣା ଏକ ସପ୍ତାହ ଅତିକ୍ରମ କରିବାକୁ ଯାଉଛି, ଅଥଚ ସରକାରଙ୍କ ପକ୍ଷରୁ ଓଷ୍ଟାର ନେତୃତ୍ୱମାନଙ୍କୁ ଡାକି ଆଲୋଚନା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ସରକାର ତୁରନ୍ତ ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନର ବାଟ ବାହାର କରନ୍ତୁ ବୋଲି ରାଜ୍ୟ ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବୀ ଉପସ୍ଥାପନ କରିଛନ୍ତି।

ଅହୋରାତ୍ର ଗଣଧାରଣା ଓଷ୍ଟା
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.