‘ପ୍ରିୟଙ୍କା ଚୋପ୍ରାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ, କିନ୍ତୁ କୃଷକଙ୍କୁ ଭେଟିବାର ସମୟ ନାହିଁ’: ତେଜସ୍ୱୀ ଯାଦବ

Published: Feb 16, 2024, 11:11 am IST

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ମଧ୍ୟରେ ବିହାରର ପୂର୍ବତନ ଡେପୁଟି ସିଏମ ତେଜସ୍ୱୀ ଯାଦବ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କାହିଁକି ଅନ୍ନଦାତାଙ୍କୁ ଭେଟିବେ ନାହିଁ? ଆଜି ବିହାରର ସାସରାମରେ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଭେଟିବେ କିନ୍ତୁ ଚାଷୀଙ୍କୁ ଭେଟିବା ପାଇଁ ତାଙ୍କ ପାଖରେ ସମୟ ନାହିଁ।

ତେଜସ୍ୱୀ ଯାଦବ କହିଛନ୍ତି ଯେ, କୃଷକମାନଙ୍କୁ ଏମଏସପି ମିଳିବା ଉଚିତ। ୨୦୨୪ ମସିହାରେ ସେମାନେ (ବିରୋଧୀ) ବିଜେପି ଏବଂ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବେ। ୧୭ ମାସ ମଧ୍ୟରେ, ସେ ୫ ଲକ୍ଷ ସରକାରୀ ଚାକିରୀ (ବିହାରରେ) ଯୋଗାଇବା କାର୍ଯ୍ୟ କରିଛନ୍ତି, କିନ୍ତୁ ନରେନ୍ଦ୍ର ମୋଦୀ ମିଥ୍ୟା କାରଖାନା ଖୋଲିଛନ୍ତି। ଏବେ ସେମାନେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ଉଚିତ୍।

ସେ ଆହୁରି କହିଛନ୍ତିଯେ, ଆମେ କାହାକୁ ଭୟ କରୁନାହୁଁ। ଲାଲୁ ଯାଦବ ଏବଂ ତାଙ୍କ ପୁଅ କାହାକୁ ଭୟ କରନ୍ତି ନାହିଁ।

Related posts