ଅଖିଳେଶ ଯାଦବଙ୍କ ପାର୍ଟୀରେ ବଡ ବିଭାଜନ!, ବିଜେପିରେ ୧୦ ଏବେ କଂଗ୍ରେସରେ ଯୋଗଦେବେ ୩ ଏସପି ବିଧାୟକ

Published: Feb 17, 2024, 2:16 pm IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିରେ ଏକ ବଡ଼ ବିଭାଜନ ହୋଇପାରେ। ସୂଚନାନୁସାରେ, ଅର୍ଦ୍ଧ ଡଜନରୁ ଅଧିକ ଏସପି ବିଧାୟକ ବିଜେପିରେ ଯୋଗ ଦେଇପାରନ୍ତି। ଏସପି ର ଇନ୍ଦ୍ରଜିତ ସରୋଜଙ୍କ ସମେତ ଅଧା ଡଜନରୁ ଅଧିକ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ଯଦି ଆବଶ୍ୟକ ହୁଏ ତେବେ ସେ ରାଜ୍ୟସଭା ନିର୍ବାଚନରେ ​​ବିଜେପି ପାଇଁ କ୍ରସ ଭୋଟିଂ କରିବେ। ଏହାସହ ଅମିତାଭ ବାଜପେୟୀଙ୍କ ସମେତ ୩ ବିଧାୟକ ମଧ୍ୟ କଂଗ୍ରେସ ଦଳକୁ ଯିବେ। ରାଜ୍ୟସଭା ନିର୍ବାଚନ ଦୃଷ୍ଟିରୁ ଏହି ବିଭାଜନ ଅଖିଳେଶ ଯାଦବଙ୍କ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି।

Related posts