Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଜବରଦଖଲ ବେଳେ ତହସିଲଦାରଙ୍କ ସାମ୍ନାରେ ବିଷ ପିଇଲେ ମହିଳା
ଆଜିର ଖବର

ଖୋର୍ଦ୍ଧା: ଜବରଦଖଲ ବେଳେ ତହସିଲଦାରଙ୍କ ସାମ୍ନାରେ ବିଷ ପିଇଲେ ମହିଳା

February 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଜବର ଦଖଲ ବେଳେ ଅଘଟଣ ଘଟିଛି। ତହସିଲଦାର ଏବଂ ପୋଲିସ ଆଗରେ ବିଷ ପିଇ ଜଣେ ମହିଳା ଗୁରୁତର ହୋଇପଡିଛନ୍ତି। ଏହି ଭଳି ସାଘାଂତିକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ପଚାଂୟତର କୋଚିଆଖାଲ ଗ୍ରାମରେ।

ସୂଚନା ଅନୁଯାୟୀ କୋଚିଆଖାଲ ଗ୍ରାମର କୃଷ୍ଣ ଚନ୍ଦ୍ର ପାଟ୍ଟଶାଣୀ ସରକାରୀ ଗୋଚର ଯାଗାରେ ଦୁଇଟି ଦୋକାନ ଘର କରିଥିଲେ। ଯାହାକୁ ନେଇ ତାଙ୍କ ପଡୋଶୀଙ୍କ ସହ ବାରମ୍ବାର ବିବାଦ ଉପୁଜିଥିଲା। ଏବଂ ପଡୋଶୀ ଏହାକୁ ଭାଗିଂବା ପାଇଁ ଉଚ୍ଚ ନ୍ୟାୟଳୟର ଦ୍ବାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶକ୍ରମେ ଗତ ଦୁଇମାସ ତଳେ କୃଷ୍ଣ ଚନ୍ଦ୍ର ପାଟ୍ଟଶାଣୀଙ୍କ ଏକ ଘରକୁ ପ୍ରଶାସନ ଉଚ୍ଛେଦ କରିଥିଲେ।

ଅନୁରୂପ ଭାବେ ଆଜି ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ କ୍ରମେ ସରକାରୀ ଗୋଚର ଯାଗାରେ କରିଥିବା ଦୋକାନ ଘରଟିକୁ ଉଚ୍ଛେଦ କରିବା ପାଇଁ ତହସିଲଦାର ବେଗୁନିଆ ପୋଲିସ ସହ ସ୍ଥାନୀୟ ଆରଆଇ ଯାଇଥିଲେ। କିନ୍ତୁ ଦୋକାନ ଘରେ କୃଷ୍ଣ ଚନ୍ଦ୍ର ପାଟ୍ଟଶାଣୀ ବେପାର କରି ଚଳୁଥିବାରୁ ଦୋକାନ ଭାଗିଂଲେ ଚଳିବୁ କିପରି କହିବା ସହ ଏପରି ଶହ ଶହ ଲୋକ ସରକାରୀ ଯାଗା ଜବରଦଖଲ କରି ଅଛନ୍ତି କହି ପ୍ରତିବାଦ କରିଥିଲେ।

ସେହିପରି କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ମିତା ପାଟ୍ଟଶାଣୀ ଉଚ୍ଛେଦ କରିବାକୁ ଆସିଥିବା ଅଧିକାରୀଙ୍କ ସାମ୍ନାରେ କୀଟନାଶକ ଔଷଧ ପିଇଥିଲେ। ତହସିଲଦାର, ଡାଳତୋଡା ଆରଆଇ , ବେଗୁନିଆ ଥାନା ଅଧିକାରୀଙ୍କ ଉପସ୍ଥି ରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଯାଇଥିଲା।

ସଗେଂ ସଗେଂ ଖୋର୍ଦ୍ଧା ଏସଡିପିଓ ବେଗୁନିଆ ତହସିଲଦାର ମିତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ରେ ଭତ୍ତି କରିଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ରେଫର କରାଯାଇଛି।

ସେପଟେ ତହସିଲଦାର ତାପସ ବିଶି କହିଛନ୍ତି କୃଷ୍ଣ ଚନ୍ଦ୍ର ଏକ ଗୋଚର ଯାଗାରେ ଦୁଇଟି ଦୋକାନ ଘର କରିଥିଲେ ଏବଂ ଏହାକୁ ନେଇ ତାଙ୍କ ପଡୋଶୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଆମେ ଜବଲଦଖଲ ଉଛେଦ ପାଇଁ ଯାଇଥିଲୁ। ଏବଂ ସେଠାରେ ଏହିଭଳି ଅଭାବନୀୟ ଘଟଣା ଘଟିଛି। ଆମେ ଜବରଦଖଲ କାର୍ଯ୍ୟକୁ ବର୍ତମାନ ପାଇଁ ସ୍ଥଗିତ ରଖିଛୁ। ସେପଟେ କୃଷ୍ଣ ଚନ୍ଦ୍ର ପାଟ୍ଟଶାଣୀ କହିଛନ୍ତି ମୁଁ ଗରିବ ଲୋକ ଗତ ଦୁଇମାସ ତଳେ ଗୋଟିଏ ଘର ଭାଗିଂଥିଲେ ଆଉ ଗୋଟିଏ ଘରେ ଦୋକାନ କରି ଚଳୁଛି ଏବେ କିପରି ଚଳିବି ବୋଲି ଭାରସାମ୍ୟ ହରାଇ ମୋ ସ୍ତ୍ରୀ ବିଷ ପିଇଛି ବୋଲି କହିଛନ୍ତି। ଏହି ଭଳି ଘଟଣା ଆଜି ସାରା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି।

ଖୋର୍ଦ୍ଧା ଜବରଦଖଲ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026

ବଢୁଥିବା ନିଖୋଜ ବ୍ୟକ୍ତି ଘଟଣା ଉପରେ ଏନଏଚଆରସିର ଉଦବେଗ: ଓଡ଼ିଶା ସମେତ ୫ ରାଜ୍ୟକୁ ନୋଟିସ

March 13, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.