Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଞ୍ଚମ ଅଜୟ ଉତ୍ସବ, କୌତୁକ ଓ ନିରୀହତାର ଗୁଣ ଅଜୟଙ୍କ ପାଖରେ ରହିଛି : ହରପ୍ରସାଦ
ଆଜିର ଖବର

ପଞ୍ଚମ ଅଜୟ ଉତ୍ସବ, କୌତୁକ ଓ ନିରୀହତାର ଗୁଣ ଅଜୟଙ୍କ ପାଖରେ ରହିଛି : ହରପ୍ରସାଦ

February 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : “ଯେଉଁମାନେ ଜୀବନକୁ ଭଲ ପାଆନ୍ତି, ସେମାନଙ୍କୁ ସମସ୍ତେ ଭଲ ପାଆନ୍ତି। କୌତୁହଳ, କୌତୁକ ଓ ନିରୀହତାର ଗୁଣ ଅଜୟଙ୍କ ପାଖରେ ରହିଛି। ତେଣୁ ବନ୍ଧୁମାନେ ତାଙ୍କୁ ଭଲ ପାଆନ୍ତି।” ଶନିବାର ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ପଞ୍ଚମ ଅଜୟ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଏକଥା କହିଥିଲେ ବିଶିଷ୍ଟ କବି ତଥା ଚିନ୍ତକ ହରପ୍ରସାଦ ଦାସ।

ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ବିଶିଷ୍ଟ ଲେଖକ ତଥା ଗୀତିକାର ଦେବଦାସ ଛୋଟରାୟ ଅଜୟ ସ୍ୱାଇଁଙ୍କ ବ୍ୟକ୍ତିତ୍ୱ ଓ ସୃଷ୍ଟି ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ। ବିଶିଷ୍ଟ ଔପନ୍ୟାସିକା, ଗାଳ୍ପିକା ବିୟତ୍‌ପ୍ରଜ୍ଞା ତ୍ରିପାଠୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଅଜୟଙ୍କ ସମ୍ପର୍କରେ ନିଜସ୍ୱ ମତ ରଖିଥିଲେ।

ଏହି ଅବସରରେ ଅଜୟଙ୍କ ଦୁଇଟି ପୁସ୍ତକ ‘ଅଜୟ ସମଗ୍ର’, ‘କଲମ୍ବସର କାଗଜ ଡଙ୍ଗା’ ଓ ଉପନ୍ୟାସ ‘ନାବାଳକ’ର ଇଂରାଜୀ ଅନୁବାଦ ଲୋକାର୍ପିତ ହୋଇଥିଲା । ଚଳିତ ବର୍ଷ ଉପଲକ୍ଷେ ଅଜୟ ଗଳ୍ପ ସମ୍ମାନ ଡକ୍ଟର ଲଲାଟେନ୍ଦୁ ସାହୁ ଏବଂ କବିତା ସମ୍ମାନରେ ବିନ୍ଦୁ ନିବେଦିତାଙ୍କୁ ସମ୍ମାନିତ କରାଯାଇଥିଲା।

ସେହିପରି ସାହିତ୍ୟ, ସଂଗୀତ ଓ ନୃତ୍ୟର ତ୍ରିବେଣୀ ସଂଗମ ରୂପକ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୀତ ଗାଇଥିଲେ ଗାୟିକା ଜୟସ୍ମିତା କୁଅଁର ଓ ଜଗନ୍ନାଥ କୁଅଁର, ଗଳ୍ପପାଠ କରିଥିଲେ ଲୀନା ଦାସ, ଅଜୟ ସ୍ୱାଇଁଙ୍କ ସହ ଆଳାପ-ଆଲୋଚନା କରିଥିଲେ କବି କେଦାର ମିଶ୍ର ଓ ଅଜୟ ସ୍ୱାଇଁଙ୍କ ‘ଚିତ୍ରବାଘ’ ଗଳ୍ପକୁ ଉପସ୍ଥାପନା କରିଥିଲେ ସଂଗୀତ ନିର୍ଦ୍ଦେଶକ ଶରତ ନାୟକ। ଅଜୟଙ୍କ ସମ୍ପର୍କରେ ତାଙ୍କର ଅନ୍ତରଙ୍ଗ ବନ୍ଧୁ ତଥା ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ଅନେକ ରୋଚକୀୟ କଥା କହିଥିଲେ।

ଏହି ଉତ୍ସବରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଅଜୟ ଉତ୍ସବ ଟ୍ରଷ୍ଟର ସଭାପତି କବି ଅଶୋକ ପୁହାଣ, ଅତିଥି ପରିଚୟ ପ୍ରଦାନ କରିଥିଲେ ସମ୍ପାଦକ କବି ଅକ୍ଷୟ ସ୍ୱାଇଁ, ଉତ୍ସବ ସମ୍ପର୍କରେ ସୂଚନା ଦେଇଥିଲେ ଅଧ୍ୟକ୍ଷା ସାବିତ୍ରୀ ସାହୁ ଏବଂ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପକ୍ଷୀଘରର ପ୍ରକାଶକ ବନୋଜ ତ୍ରିପାଠୀ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଗାଳ୍ପିକ ଅଜୟ ମହାପାତ୍ର।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Latest News

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.