ନିରବଛିନ୍ନ ହାଇସ୍ପିଡ଼ ବ୍ରଡବ୍ୟାଣ୍ଡ୍‌‌‌‌‍ ଏବଂ ମନୋରଞ୍ଜନର ସମ୍ଭାର ସହ ଗ୍ରାହକମାନଙ୍କ ନିକଟତର ହେଉଛି ଜିଓଏୟାରଫାଇବ‍ର

Published: Feb 18, 2024, 9:42 pm IST

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଘରୋଇ ମୋବାଇଲ ଡାଟା ନେଟୱର୍କ ରିଲାଏନ୍ସ ଜିଓ ପକ୍ଷରୁ ସାରା ଓଡ଼ିଶାରେ ପ୍ରମୁଖ ଛୋଟ ବଡ ସହର ଓ ନଗରରେ ତଥା ଉପକଣ୍ଠ ଅଂଚଳରେ ଆରମ୍ଭ କରାଯାଇଥିବା ବିଶ୍ୱ ମାନର ସର୍ବାଧୁନିକ ଜିଓଏୟାରଫାଇବ‍ର ସେବା ନେଇ ବିଭିନ୍ନ ବର୍ଗର ଗ୍ରାହକମାନଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ପରିଲକ୍ଷିତ ହୋଇଛି । ପ୍ରାରମ୍ଭିକ ଭାବେ ନଭେମ୍ବର ୨୦୨୩ ରେ ଭୁବନେଶ୍ୱର ଓ କଟକ ସହରରେ ଶୁଭାରମ୍ଭ ହୋଇଥିବା ଜିଓଏୟାରଫାଇବ‍ର ସେବା ଜାନୁୟାରୀ ୨୦୨୪ ରେ ରାଜ୍ୟର ୩୦ ରୁ ଉର୍ଦ୍ଧ୍ୱ ସହର ଓ ନଗରକୁ ସମ୍ପ୍ରସାରିତ ହୋଇଥିଲା । ଏବେ ଘରେ ରହି ୱାର୍କ ଫ୍ରମ ହୋମ କରୁଥିବା ଆଇଟି ପ୍ରଫେସନାଲଙ୍କ ଠାରୁ ନେଇ କ୍ଷୁଦ୍ର ବ୍ୟବସାୟ ସଂସ୍ଥା, ଡିଜିଟାଲ ଷ୍ଟୁଡ଼ିଓ, ଛୋଟ ବଡ ଶିକ୍ଷାନୁଷ୍ଠାନ ଓ ହୋଟେଲ ପର୍ଯ୍ୟନ୍ତ ସବୁ ବର୍ଗର ଗ୍ରାହକଙ୍କ ଭରସାଯୋଗ୍ୟ ହାଇସ୍ପିଡ଼ ବ୍ରଡବ୍ୟାଣ୍ଡ୍‌‌‌‌‍ ଆବଶ୍ୟକତା ପୁରଣ କରୁଛି ଜିଓଏୟାରଫାଇବ‍ର ।

ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବା ସହ ଜିଓଏୟାରଫାଇବ‍ର ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍‌‌‌‌‍ ସୁବିଧା ସହିତ ସଂଯୁକ୍ତ କରୁଛି ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‌‌‌‍ ବ୍ରଡବ୍ୟାଣ୍ଡ୍‌‌‌‌‍ ସୁବିଧା ସେମାନଙ୍କ ପରିସରକୁ ଅପ୍‌‌‌‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା ।

ଜିଓଏୟାରଫାଇବର ଟିଭି, ଡିଟିଏଚ ଅଥବା ବ୍ରଡବ୍ୟାଣ୍ଡ୍‌‌‌‌‍ ବ୍ୟବହାରକାରୀଙ୍କୁ ଗୋଟିଏ ସମନ୍ୱିତ ସେବା ଜରିଆରେ ଯୋଗାଇ ଦିଆଯାଉଥିବା ଏକ ବିଶ୍ୱ ମାନର ସର୍ବାଧୁନିକ ହୋମ୍‌‌‌‌‍ ଏଣ୍ଟରଟେନ୍‌‌‌‌‍ମେଣ୍ଟ, ବ୍ରଡବ୍ୟାଣ୍ଡ୍‌‌‌‌‍ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନୀତ ହେବା ସୁଯୋଗ ପ୍ରଦାନ କରୁଛି । ଆକର୍ଷଣୀୟ ମନୋରଞ୍ଜନ ସମ୍ଭାରରେ ଆକୃଷ୍ଟ ହୋଇ ଲକ୍ଷ ଲକ୍ଷ ଡିଟିଏଚ ଗ୍ରାହକ ଏବେ ଫାଇବର ବ୍ରଡବ୍ୟାଣ୍ଡ ଆଧାରିତ ମନୋରଞ୍ଜନ ଆପଣାଉଥିବା ଦେଖିବାକୁ ମିଳୁଛି । ଭାରତୀୟ ଟେଲିକମ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ତଥ୍ୟ ଅନୁଯାୟୀ ତିନି ମାସ ମଧ୍ୟରେ ୧୩.୨୦ ଲକ୍ଷ ଡିଟିଏଚ ଉପଭୋକ୍ତା ଡିଟିଏଚ ସେବାରୁ ମୁହଁ ଫେରାଇ ନେଇଛନ୍ତି ।

ଜିଓଏୟାରଫାଇବର ପ୍ଲାନ୍‌‌‌‌‌ରେ ଗ୍ରାହକଙ୍କୁ ଅସୀମିତ ଡାଟା ସହିତ ୩୦ ଏମ୍‌‌‌‌‌ବିପିଏସ୍ ଓ ୧୦୦ ଏମ୍‌‌‌‌‌ବିପିଏସ୍ ଭଳି ଦୁଇ ପ୍ରକାର ସ୍ପିଡ୍‌‌‌‌‌ର ପ୍ଲାନ୍ ଉପଲବ୍ଧ ହେଉଛି । ପ୍ରାରମ୍ଭିକ ୩୦ ଏମ୍‌‌‌‌‌ବିପିଏସ୍ ପ୍ଲାନ୍‌‌‌‌‌ର ମୂଲ୍ୟ ୫୯୯ ଟଙ୍କା ରହିଛି । ସେହିପରି ୧୦୦ ଏମ୍‌‌‌‌‌ବିପିଏସ୍ ପ୍ଲାନ୍‌‌‌‌‌ର ମୂଲ୍ୟ ୮୯୯ ଟଙ୍କା ରହିଛି । ଉଭୟ ପ୍ଲାନ୍‌‌‌‌‌ରେ ୫୫୦ରୁ ଅଧିକ ଡିଜିଟାଲ୍ ଚ୍ୟାନେଲ୍ ଓ ୧୪ଟି ଲୋକପ୍ରିୟ ମନୋରଞ୍ଜନ ଓଟିଟି ଆପ୍ ଉପଲବ୍ଧ ରହିଛି । ଜିଓଏୟାରଫାଇବର ପ୍ଲାନ୍‌‌‌‌‌ରେ ୧୦୦ ଏମ୍‌‌‌‌‌ବିପିଏସ୍ ସ୍ପିଡ୍ ରହିଥିବା ଏକ ୧୧୯୯ ଟଙ୍କିଆ ପ୍ଲାନ୍ ମଧ୍ୟ ରହିଛି, ଯେଉଁଥିରେ ୫୫୦ ରୁ ଅଧିକ ଡିଜିଟାଲ୍ ଚ୍ୟାନେଲ୍ ଏବଂ ନେଟ୍‌‌‌‌‌ଫ୍ଲିକ୍ସ, ଆମାଜନ ଓ ଜିଓ ସିନେମା ଭଳି ପ୍ରିମିୟମ ଓଟିଟି ସବସ୍କ୍ରିପସନ ସମେତ ୧୬ ରୁ ଅଧିକ ମନୋରଞ୍ଜନ ଓଟିଟି ଆପ୍ ଉପଲବ୍ଧ ରହିଛି ।

ଜିଓଏୟାରଫାଇବ‍ର୍ ସହିତ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଗ୍ରାହକଙ୍କୁ ନିଜ ଘର କିମ୍ବା ବ୍ୟବସାୟ ସ୍ଥଳରେ ନିରବଛିନ୍ନ କଭରେଜ ପାଇଁ ୱାଇ-ଫାଇ ରାଉଟର, ୪କେ ସ୍ମାର୍ଟ ସେଟ-ଅପ ବକ୍ସ ଏବଂ ଭଏସ ଆକ୍ଟିଭ ରିମୋଟ ଭଳି ଡିଭାଇସ ମିଳୁଛି ।

ଡିଜିଟାଲ୍ ମନୋରଞ୍ଜନ କ୍ଷେତ୍ରରେ ୫୫୦ ରୁ ଅଧିକ ପ୍ରମୁଖ ଡିଜିଟାଲ ଟିଭି ଚାନେଲ ହାଇ-ଡ଼େଫିନେସନରେ ଉପଲବ୍ଧ ହେବା ସହିତ ଜିଓଏୟାରଫାଇବ‍ର ଗ୍ରାହକ କ୍ୟାଚ-ଅପ ଟିଭି ମାଧ୍ୟମରେ ସେମାନଙ୍କର ପସନ୍ଦର କାର୍ଯ୍ୟକ୍ରମ ଗୁଡିକୁ ନିଜ ଇଚ୍ଛାମୂତାବକ ପଛକୁ ଯାଇ ପୁଣି ଦେଖିପାରିବେ । ସେହିଭଳି ଜିଓଏୟାରଫାଇବ‍ର ଗ୍ରାହକ ୧୬ ରୁ ଅଧିକ ପ୍ରମୁଖ ଓଟିଟି ଆପ୍ପ ଗୁଡିକର ମାଗଣା ସବସ୍କ୍ରିପସନ ସାଙ୍ଗକୁ ସେହି ସବସ୍କ୍ରିପସନ ବ୍ୟବହାର କରି ନିଜ ପସନ୍ଦର ଡିଭାଇସରେ ଯେପରିକି ଲାପଟପ, ଟିଭି, ମୋବାଇଲ କିମ୍ବା ଟାବଲେଟରେ ଏହାର ମଜା ନେଇପାରିବେ । ଜିଓର ବିଶ୍ୱସନୀୟ ୱାଇଫାଇ ସଂଯୋଗ ଜରିଆରେ ଘର କିମ୍ବା ବ୍ୟବସାୟ ପ୍ରତିଷ୍ଠାନର କୋଣ ଅନୁକୋଣରେ ହାଇ-ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଅନୁଭୂତି ପାଇପାରିବେ ।

ସେହିଭଳି ଜିଓଏୟାରଫାଇବ‍ର୍ ଗ୍ରାହକ ସ୍ମାର୍ଟ ହୋମ ସେବା ଜରିଆରେ ଶିକ୍ଷା ପାଇଁ କ୍ଲାଉଡ଼ ପିସି ଓ ୱାର୍କ ଫ୍ରମ ହୋମ, ସୁରକ୍ଷା ଓ ନିରୀକ୍ଷଣ ସମାଧାନ, ସ୍ୱାସ୍ଥ୍ୟ, ଶିକ୍ଷା, ସ୍ମାର୍ଟ ହୋମ ଆଇଓଟି, ଗେମିଙ୍ଗ ଓ ହୋମ ନେଟୱର୍କିଙ୍ଗ ଭଳି ସେବାର ଉପଯୋଗ କରିପାରିବେ ।

Related posts