Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସକରାତ୍ମକ ହେଲା ସରକାରଙ୍କ ସହ ଆଲୋଚନା: ମାଟ୍ରିକ୍ ପରୀକ୍ଷାରେ ସମ୍ପୂର୍ଣ୍ଣ ସହଯୋଗ କରିବ ଓଷ୍ଟା 
ଆଜିର ଖବର

ସକରାତ୍ମକ ହେଲା ସରକାରଙ୍କ ସହ ଆଲୋଚନା: ମାଟ୍ରିକ୍ ପରୀକ୍ଷାରେ ସମ୍ପୂର୍ଣ୍ଣ ସହଯୋଗ କରିବ ଓଷ୍ଟା 

February 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଡାକରାରେ ବିଧାନ ସଭା ସମ୍ମୁଖରେ ଚାଲିଛି ଅହୋରାତ୍ର ଗଣଧାରଣା। ଆଜକୁ ତେର ଦିନ ଧରି ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଶୀତ, କାକର, ଖରାକୁ ସହି ବସିଛନ୍ତି ରାଜରାସ୍ତାରେ। ଆସନ୍ତା କାଲିଠାରୁ ମାଟ୍ରିକ୍ ବୋର୍ଡ଼ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ଆଗକୁ ମାଟ୍ରିକ୍ ପରୀକ୍ଷା ଥିବାରୁ ଅହୋରାତ୍ର ଆନ୍ଦୋଳନର ତେର ଦିନରେ ଆଜି ସନ୍ଧ୍ୟାରେ ସରକାରଙ୍କ ତରଫରୁ ଆଲୋଚନା ପାଇଁ ଡାକରା ଆସିଥିଲା। ଏହି ଆଲୋଚନାରେ ଓଷ୍ଟା ପକ୍ଷରୁ ଛଅ ଜଣିଆ ଟିମ୍ ଯୋଗ ଦେଇଥିଲେ। ସରକାରଙ୍କ ପକ୍ଷରୁ ଗଣଶିକ୍ଷା ସଚିବ ଆଶ୍ୱସ୍ତି ଏସ୍‌., ଅତିରିକ୍ତ ଶାସନ ସଚିବ, ଗଣଶିକ୍ଷା ନିର୍ଦ୍ଦେଶକ ଭାଗ ନେଇଥିଲେ । ଏହା ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କ ତତ୍ତ୍ୱାବଧାନରେ ସଂପାଦନ ହୋଇଥିଲା। ଆଲୋଚନା ସକରାତ୍ମକ ଥିଲା। ସରକାର ଓଷ୍ଟାର ଦାବିପ୍ରତି ଦୃଷ୍ଟି ନିକ୍ଷେପ କରି ଖୁବ୍ ଶୀଘ୍ର ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ଓଷ୍ଟା ପକ୍ଷରୁ ଆଭିମୁଖ୍ୟ ସ୍ପଷ୍ଟ କରାଯାଇଥିଲା। ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ପରୀକ୍ଷା ଡ୍ୟୁଟି ରହିଛି ସେମାନେ ଆସନ୍ତା କାଲିଠାରୁ ପରୀକ୍ଷା କାର୍ଯ୍ୟରେ ସହଯୋଗ କରିବେ । ମାତ୍ର ବିଜ୍ଞପ୍ତି ବାହାରିବା ପର୍ଯ୍ୟନ୍ତ ପ୍ରତୀକାତ୍ମକ ଜିଲ୍ଲାୱାରୀ ଧାରଣା ଚାଲୁ ରହିବ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି ।

ଆଲୋଚନାଟି ସୌହାର୍ଦ୍ଦ୍ୟପୂର୍ଣ୍ଣ ହୋଇଥିଲା। ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ଅନୁଦାନ ପରିସର ଭୁକ୍ତ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପରିସର ଭୁକ୍ତ କରାଯିବା ପ୍ରସ୍ତାବକୁ ସରକାର ଗ୍ରହଣ କରିଛନ୍ତି। ପେନସନ୍ ପ୍ରଦାନ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଛି। ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସରକାରୀ ଘୋଷଣା କରିବା, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ, ଦୁଇଟି ପିଅନ ଓ ୩୭, ୪୬, ୬୩ ବିଦ୍ୟାଳୟକୁ ଆଣ୍ଟିଡେସନ, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ କରିବା, ନୂତନ ପେନସନ୍ ଯୋଜନା ପ୍ରତ୍ୟାହାର କରି ପୁରୁଣା ପେନସନ୍ ଯୋଜନା ଲାଗୁ କରିବା, ଖାଲିପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା, ଅବସର ବୟସ ୬୦ ରୁ ୬୨କୁ ବୃଦ୍ଧି କରିବା ଇତ୍ୟାଦି ବିଷୟ ଆଲୋଚନା ପରିସରଭୁକ୍ତ ହୋଇଥିଲା। ଏହି ଆଲୋଚନାରେ ଓଷ୍ଟା ନେତୃମଣ୍ଡଳୀ ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜ କିଶୋର ବିଶ୍ୱାଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ସୁରେଶ ଚନ୍ଦ୍ର ଦାଶ ପ୍ରମୁଖ ଭାଗନେଇଥିଲେ।

ଉପରୋକ୍ତ ସମସ୍ୟା ସମାଧାନ ସମ୍ପର୍କିତ ବିଜ୍ଞପ୍ତି ବାହାରିବା ପର୍ଯ୍ୟନ୍ତ ପ୍ରତୀକାତ୍ମକ ଜିଲ୍ଲାୱାରୀ ଧାରଣା ଚାଲୁ ରହିବ ବୋଲି ଓଷ୍ଟା ନେତୃତ୍ୱ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି।

matric exam OSSTA ଓଷ୍ଟା
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ଦଳର ଆତଙ୍କବାଦୀ ପ୍ରେମ!: ମାସୁଦ ଆଝାରଙ୍କ ପରିବାରକୁ ଦାନ କରିବ ମ୍ୟାଚ୍ ଫିସ୍

September 29, 2025

କାହିଁକି ଏସିଆ କପ୍ ଟ୍ରଫି ଗ୍ରହଣ କଲା ନାହିଁ ଟିମ୍ ଇଣ୍ଡିଆ?: ସାମ୍ନାକୁ ଆସିଲା ପ୍ରକୃତ କାରଣ

September 29, 2025

ନୂଆପଡା ଦଖଲ ପାଇଁ କଂଗ୍ରେସ ଖୋଲିଲା ୱାର ରୁମ୍, ଘାସିରାମ ମାଝୀଙ୍କ ପ୍ରାର୍ଥୀତ୍ବକୁ ଭକ୍ତଙ୍କ ସ୍ବୀକୃତି

September 29, 2025

ଶାରଦୀୟ ନବରାତ୍ରିରେ କରିନାହାନ୍ତି କି ଉପବାସ?: କରନ୍ତୁ ଏହି ୫ ଟି ଉପଚାର, ମିଳିବ ଆଶୀର୍ବାଦ

September 29, 2025
Latest News

ପାକିସ୍ତାନ ଦଳର ଆତଙ୍କବାଦୀ ପ୍ରେମ!: ମାସୁଦ ଆଝାରଙ୍କ ପରିବାରକୁ ଦାନ କରିବ ମ୍ୟାଚ୍ ଫିସ୍

September 29, 2025

ବିବାହ ପାଇଁ ରାସ୍ତାରେ ହୋର୍ଡିଂ ଲଗାଇଲେ କନ୍ୟା, ଅନଲାଇନରେ ଆବେଦନ କରିବାକୁ ବରମାନଙ୍କୁ ଆହ୍ବାନ

September 29, 2025

କାହିଁକି ଏସିଆ କପ୍ ଟ୍ରଫି ଗ୍ରହଣ କଲା ନାହିଁ ଟିମ୍ ଇଣ୍ଡିଆ?: ସାମ୍ନାକୁ ଆସିଲା ପ୍ରକୃତ କାରଣ

September 29, 2025

କୁଲଦୀପ ଯାଦବଙ୍କ ବିଶ୍ୱ ରେକର୍ଡ, ପାକିସ୍ତାନକୁ ସର୍ବଦା ଯନ୍ତ୍ରଣା ଦେବ ଏହି ଭାରତୀୟ ବୋଲରଙ୍କ ଆକ୍ରମଣ

September 29, 2025

ନୂଆପଡା ଦଖଲ ପାଇଁ କଂଗ୍ରେସ ଖୋଲିଲା ୱାର ରୁମ୍, ଘାସିରାମ ମାଝୀଙ୍କ ପ୍ରାର୍ଥୀତ୍ବକୁ ଭକ୍ତଙ୍କ ସ୍ବୀକୃତି

September 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.