ଭୁବନେଶ୍ବର: ପ୍ରତିରକ୍ଷା ମନ୍ତ୍ରୀ ରଜାନଥ ସିଂ ଓଡିଶା ଆସୁଛନ୍ତି। ସେ ଆସନ୍ତା ୨୨ ତାରିଖରେ ଓଡିଶା ପହଞ୍ଚିବେ। ସେ ୩ ଟି ଜିଲ୍ଲା ନବରଙ୍ଗପୁର, ଗଂଜାମ ଓ ମୟୂରଭଂଜରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ନବରଙ୍ଗପୁର ଓ ମୟୂରଭଂଜରେ କୋର କମିଟି ବୈଠକରେ ଯୋଗ ଦେବେ।
ସେହିପରି ଗଂଜାମରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ ୨୦୨୪ ନିର୍ବାଚନ ରଣନୀତି ବାବଦରେ ସମ୍ବୋଧନ କରିବେ। ଏ ନେଇ ରାଜ୍ୟ ବିଜେପି ବେଶ ଚଳଚଞ୍ଚଳ ହୋଇ ଉଠିଛି। ନିକଟରେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆସିଥିଲେ।
ସେହିପରି ନୀତିନ ଗଡକରୀ ପୁରୀ ଆସିବାର ଥିଲେ ମଧ୍ୟ ଶେଷ ମୂହୁର୍ତ୍ତରେ ସେ ଭିସି ମାଧ୍ୟମରେ ଯୋଡି ହୋଇଥିଲୋ।