Categories
ଆଜିର ଖବର ଜାତୀୟ ଖବର

ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚୀନ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ: ସୁରକ୍ଷା ପରିସ୍ଥିତିର କଲେ ସମୀକ୍ଷା

ଦିଲ୍ଲୀ: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚୀନ ଗସ୍ତ କରି ସୁରକ୍ଷା ସ୍ଥିତିର ପ୍ରତ୍ୟକ୍ଷ ଆକଳନ କରିଛନ୍ତି। ଅତ୍ୟଧିକ ପ୍ରତିକୂଳ ପରିବେଶ ଏବଂ କଠିନ ଅଞ୍ଚଳରେ ନିୟୋଜିତ ସୈନିକମାନଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ। ରକ୍ଷାମନ୍ତ୍ରୀଙ୍କ ସହ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ; ଜେନେରାଲ ଅଫିସର କମାଣ୍ଡିଂ-ଇନ୍‌- ଚିଫ୍‌, ଉତ୍ତର କମାଣ୍ଡ ଲେଫ୍ଟନାଣ୍ଟ ଜେନେରାଲ ଏମ୍‌ଭି ସୁଚିନ୍ଦ୍ର କୁମାର; ଏବଂ ଜେନେରାଲ ଅଫିସର କମାଣ୍ଡିଂ, ୧୪ କର୍ପସ୍ ଲେଫ୍ଟନାଣ୍ଟ ଜେନେରାଲ ରଶିମ ବାଲି ମଧ୍ୟ ଉପସ୍ଥିତ ଥିଲେ।

ଆକାଶ ମାର୍ଗରୁ ଅନୁଧ୍ୟାନ ପରେ ପ୍ରତିରକ୍ଷା ମନ୍ତ୍ରୀ ୧୫,୧୦୦ ଫୁଟ ଉଚ୍ଚତାରେ ଥିବା ଏକ ଫରୱାର୍ଡ ପୋଷ୍ଟରେ ଅବତରଣ କରିଥିଲେ ଏବଂ ତାଙ୍କୁ ସିଆଚୀନ ଗ୍ଳାସିୟରରେ ଅପରେସନ୍ ସମ୍ବନ୍ଧୀୟ ପ୍ରସ୍ତୁତି ଏବଂ ପ୍ରଚଳିତ ସୁରକ୍ଷା ପରିସ୍ଥିତି ବିଷୟରେ ବିଶଦ ବିବରଣୀ ଦିଆଯାଇଥିଲା।  ସେ ସ୍ଥଳ ଭାଗରେ କମାଣ୍ଡରମାନଙ୍କ ସମ୍ମୁଖରେ ଥିବା ପରିଚାଳନାଗତ ଆହ୍ୱାନ ସହିତ ଜଡ଼ିତ ଦିଗ ଗୁଡିକ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ସୈନିକମାନଙ୍କୁ ସମ୍ବୋଧିତ କରି ଶ୍ରୀ ରାଜନାଥ ସିଂହ ଅତ୍ୟନ୍ତ କଠିନ ପରିସ୍ଥିତିରେ ସାହସିକତା ଏବଂ ଦୃଢ଼ ସଂକଳ୍ପର ସହିତ ମାତୃଭୂମିର ସୁରକ୍ଷାର ପୁଣ୍ୟ ପଥରେ ସେମାନେ ଚାଲୁଥିବାରୁ ସେମାନଙ୍କୁ ପ୍ରଶଂସା କରିଥିଲେ। ସଶସ୍ତ୍ର ବାହିନୀ ଯବାନଙ୍କ ନିକଟରେ ଦେଶ ସର୍ବଦା ଋଣୀ ରହିବ , କାରଣ ସେମାନଙ୍କ ବଳିଦାନ ଯୋଗୁଁ ପ୍ରତ୍ୟେକ ନାଗରିକ ସୁରକ୍ଷିତ ଅନୁଭବ କରୁଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଆମର ବୀର ସୈନିକମାନେ ସୀମାରେ ଦୃଢ଼ତାର ସହ ଠିଆ ହୋଇ ଥିବାରୁ ଆମେ ଶାନ୍ତିପୂର୍ଣ୍ଣ ଜୀବନ ବିତାଉଛୁ ବୋଲି ସେ ଉଲ୍ଲେଖ କରିଥିଲେ। ଆଗାମୀ ଦିନରେ ଯେତେବେଳେ ଜାତୀୟ ନିରାପତ୍ତାର ଇତିହାସ ଲେଖାଯିବ, ବରଫ ଆଚ୍ଛାଦିତ ଅତ୍ୟଧିକ ଥଣ୍ଡା ଗ୍ଳାସିୟରରେ ଆମ ସୈନିକ ମାନଙ୍କର ସାହସିକତା ଏବଂ ଦୃଢ଼ ଇଚ୍ଛାଶକ୍ତିକୁ ସେତେବେଳେ ଗର୍ବର ସହ ସ୍ମରଣ କରାଯିବ ବୋଲି ସେ କହିଥିଲେ। ଏହା ଭବିଷ୍ୟତ ପିଢ଼ିଙ୍କ ନିମନ୍ତେ ସବୁ ଦିନ ପାଇଁ ଏକ ପ୍ରେରଣା ହୋଇ ରହିବ’  ବୋଲି ସେ କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ସିଆଚୀନକୁ ଏକ ସାଧାରଣ ଭୂମି ନୁହେଁ, ବରଂ ଭାରତର ସାର୍ବଭୌମତ୍ୱ ଏବଂ ସଂକଳ୍ପର ପ୍ରତୀକ ବୋଲି ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଯେଉଁଭଳି ଦିଲ୍ଲୀ ଭାରତର ଜାତୀୟ ରାଜଧାନୀ, ମୁମ୍ବାଇ ହେଉଛି ଆର୍ଥିକ ରାଜଧାନୀ ଏବଂ ବେଙ୍ଗାଲୁରୁ ହେଉଛି ପ୍ରଯୁକ୍ତିର ରାଜଧାନୀ; ସେହିଭଳି ସିଆଚୀନ ହେଉଛି ସାହସ, ଧୈର୍ଯ୍ୟ ଓ ସଂକଳ୍ପର ରାଜଧାନୀ ।

ଦେଶ ନିକଟ ଅତୀତରେ ଅପରେସନ ମେଘଦୂତର ସଫଳତାର ୪୦ ତମ ବାର୍ଷିକୀ ପାଳନ କରିଛି । ୧୯୮୪ ଏପ୍ରିଲ ୧୩ ତାରିଖରେ ସିଆଚୀନ ଠାରେ ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଏହି ଅପରେସନକୁ ଦେଶର ସାମରିକ ଇତିହାସର ଏକ ସୁବର୍ଣ୍ଣ ଅଧ୍ୟାୟ ବୋଲି ଶ୍ରୀ ରାଜନାଥ ସିଂହ କହିଛନ୍ତି । “ଅପରେସନ ମେଘଦୂତର ସଫଳତା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ’ ବୋଲି ସେ କହିଛନ୍ତି ।

ମାତୃଭୂମିର ସେବାରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରକ୍ଷାମନ୍ତ୍ରୀ ସିଆଚୀନ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଉଲ୍ଲେଖଯୋଗ୍ୟ, ୨୦୨୪ ମାର୍ଚ୍ଚ ୨୪ ତାରିଖରେ ରାଜନାଥ ସିଂହ ଲେହ ଗସ୍ତ କରି ଯବାନଙ୍କ ସହ ହୋଲି ପାଳନ କରିଥିଲେ। ସେ ସିଆଚୀନ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ପ୍ରତିକୂଳ ପାଗ ଯୋଗୁଁ ଏହାକୁ ସ୍ଥଗିତ ରଖା ଯାଇଥିଲା। ଲେହରୁ ରକ୍ଷାମନ୍ତ୍ରୀ ସିଆଚୀନରେ ମୁତୟନ ଥିବା ଯବାନଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ଏବଂ ସେମାନଙ୍କୁ କହିଥିଲେ ଯେ ସେ ଖୁବ୍ ଶୀଘ୍ର ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ପରିଦର୍ଶନ କରିବେ ଏବଂ ସେମାନଙ୍କ ସହ ଆଲୋଚନା କରିବେ। ଏହିଭଳି ଭାବେ ଆଜି ସିଆଚୀନ ଗସ୍ତ କରି ରାଜନାଥ ସିଂହ ନିଜର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ସତ୍ତ୍ୱେ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ତିନୋଟି ଜିଲ୍ଲା କାର୍ଯ୍ୟକ୍ରମରେ ଦେବେ ଯୋଗ

ଭୁବନେଶ୍ବର: ପ୍ରତିରକ୍ଷା ମନ୍ତ୍ରୀ ରଜାନଥ ସିଂ ଓଡିଶା ଆସୁଛନ୍ତି। ସେ ଆସନ୍ତା ୨୨ ତାରିଖରେ ଓଡିଶା ପହଞ୍ଚିବେ। ସେ ୩ ଟି ଜିଲ୍ଲା ନବରଙ୍ଗପୁର, ଗଂଜାମ ଓ ମୟୂରଭଂଜରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ନବରଙ୍ଗପୁର ଓ ମୟୂରଭଂଜରେ କୋର କମିଟି ବୈଠକରେ ଯୋଗ ଦେବେ।

ସେହିପରି ଗଂଜାମରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ ୨୦୨୪ ନିର୍ବାଚନ ରଣନୀତି ବାବଦରେ ସମ୍ବୋଧନ କରିବେ। ଏ ନେଇ ରାଜ୍ୟ ବିଜେପି ବେଶ ଚଳଚଞ୍ଚଳ ହୋଇ ଉଠିଛି। ନିକଟରେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆସିଥିଲେ।

ସେହିପରି ନୀତିନ ଗଡକରୀ ପୁରୀ ଆସିବାର ଥିଲେ ମଧ୍ୟ ଶେଷ ମୂହୁର୍ତ୍ତରେ ସେ ଭିସି ମାଧ୍ୟମରେ ଯୋଡି ହୋଇଥିଲୋ।

Categories
ଆଜିର ଖବର ଜାତୀୟ ଖବର

ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୩.୦: ଦକ୍ଷିଣ ବ୍ଲକର ମନ୍ତ୍ରଣାଳୟ ସଚିବାଳୟରେ ସ୍ୱଚ୍ଛତା ନିରୀକ୍ଷଣ କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ସ୍ୱଚ୍ଛତାକୁ ଦୈନନ୍ଦିନ ଅଭ୍ୟାସ ଭାବରେ ଗ୍ରହଣ କରିବା ପାଇଁ ସରକାରଙ୍କ ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅକ୍ଟୋବର ୨୬, ୨୦୨୩ରେ ନୂଆଦିଲ୍ଲୀର ସାଉଥ୍ ବ୍ଲକରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସଚିବାଳୟରେ ସ୍ୱଚ୍ଛତା ଯାଞ୍ଚ୍ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ କର୍ମଚାରୀମାନଙ୍କ ସହ ଆଲୋଚନା କରି କର୍ମକ୍ଷେତ୍ରରେ ଅତ୍ୟନ୍ତ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପ୍ରତି ସପ୍ତାହରେ କିଛି ଘଣ୍ଟା ଶ୍ରମଦାନ କରିବାକୁ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଥିଲେ। ସ୍ୱଚ୍ଛ ଓ ଶୃଙ୍ଖଳିତ କର୍ମକ୍ଷେତ୍ର ଦ୍ୱାରା ଉତ୍ପାଦକତା ବୃଦ୍ଧି ପାଇଥାଏ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସେ ସ୍ୱଚ୍ଛତା ବୀରମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ, ଯେଉଁମାନଙ୍କର ଅକ୍ଳାନ୍ତ ପ୍ରୟାସ ଏମଓଡିରେ ସ୍ୱଚ୍ଛତା ଅଭିଯାନର ସଫଳ ପରିଚାଳନାରେ ସହାୟକ ହୋଇଛି।

ଏହି ମନ୍ତ୍ରଣାଳୟ ସର୍ବଭାରତୀୟ ସ୍ୱଚ୍ଛତା ଅଭିଯାନ ସହିତ ସ୍ୱତନ୍ତ୍ର ଅଭିଯାନ ୩.୦ର ଚତୁର୍ଥ ତଥା ଅନ୍ତିମ ସପ୍ତାହରେ ରହିଛି। ଉପଲବ୍ଧ ସମ୍ବଳର ଲାଭଦାୟକ ଉପଯୋଗ ଏବଂ ସ୍କ୍ରାପ୍ ନିଷ୍କାସନରୁ ରାଜସ୍ୱ ଆଦାୟ ଉପରେ ଏହି ଅଭିଯାନର ମୁଖ୍ୟ ଗୁରୁତ୍ୱ ରହିଛି। ସୂଚନାଯୋଗ୍ୟ, ସାଉଥ୍ ବ୍ଲକରେ ଆସବାବପତ୍ର ସ୍କ୍ରାପ୍ ଏବଂ ଫଟୋକପି ମେସିନ୍ ଭଳି ପୁରୁଣା ଓ ଅଦରକାରୀ ଆଇଟି ଉପକରଣର ନିଷ୍କାସନ କରି ମନ୍ତ୍ରଣାଳୟ ୫.୩୪ ଲକ୍ଷ ଟଙ୍କା ରାଜସ୍ବ ଆଦାୟ କରିଛି। ଗାଡ଼ି ନିଲାମ ମାଧ୍ୟମରେ ୫୫ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଛି।

ସ୍ବଚ୍ଛତାର ଭାବନାକୁ ଦୃଷ୍ଟିରେ ରଖି ଚାଲିଥିବା ସ୍ବତନ୍ତ୍ର ଅଭିଯାନ ୩.୦ ରେ ଏକ ଅବ୍ୟବହୃତ କୋଠରୀକୁ ଅଳିଆମୁକ୍ତ କରାଯାଇ ନବୀକରଣ କରାଯାଇ ‘ଲେଡିଜ୍ ରୁମ୍’ରେ ପରିଣତ କରାଯାଇଥିଲା, ଯେଉଁଠାରେ କର୍ମଚାରୀମାନେ ନିଜ ସୁବିଧା ଅନୁଯାୟୀ ନିଜକୁ ସତେଜ କରିପାରିବେ। ସାଉଥ୍ ବ୍ଲକର ଦ୍ବିତୀୟ ମହଲାରେ ଥିବା ଏହି କୋଠରୀକୁ ରକ୍ଷାମନ୍ତ୍ରୀ ଉଦଘାଟନ କରିଥିଲେ। ଏହି ସକାରାତ୍ମକ ହସ୍ତକ୍ଷେପ ପାଇଁ ମହିଳା କର୍ମଚାରୀମାନେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯାହା ଅନ୍ୟମାନଙ୍କ ଦ୍ୱାରା ଅନୁକରଣ ଯୋଗ୍ୟ।

ରାଜନାଥ ସିଂହ ତଳ ମହଲାରେ ଥିବା ସ୍ଥାନ ପରିଦର୍ଶନ କରିଥିଲେ ଯାହା ପୂର୍ବରୁ ଅଚଳ ହୋଇପଡ଼ିଥିବା ବିଭାଗୀୟ କ୍ୟାଣ୍ଟିନ୍ ଥିଲା ଯେଉଁଠାରେ ଅଳିଆ ପକାଯାଉଥିଲା। ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ୩.୦ ରେ ଅଳିଆ ସଫା କରାଯାଇଛି ଏବଂ ଜାଗାର ନବୀକରଣ ଚାଲିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହଟାଇବାକୁ ଚୀନ୍ ର ଘୋଷଣା: ଦୀର୍ଘ ଦିନ ଧରି ଥିଲେ ନିଖୋଜ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ନିଖୋଜ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କୁ ସରକାରୀ ଭାବେ ହଟାଇବାକୁ ଚୀନ୍ ଘୋଷଣା କରିଛି। ଏପି ଏହାର ରିପୋର୍ଟରେ ଏହି ସୂଚନା ଦେଇଛି। ସୂଚନାଯୋଗ୍ୟ ଯେ, ଜାପାନରେ ଆମେରିକାର ରାଷ୍ଟ୍ରଦୂତ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀଙ୍କ ନିଖୋଜ ଖବର ପ୍ରଥମେ ସାର୍ବଜନୀନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

“ଦେଶ ଆପଣଙ୍କ ପାଇଁ ଗର୍ବିତ”: LAC ରେ ଦଶହରା ପାଳନ କଲେ ପ୍ରତିରକ୍ଷା ମନ୍ତ୍ରୀ, ସୈନିକମାନଙ୍କୁ କଲେ ଉତ୍ସାହିତ

ନୂଆଦିଲ୍ଲୀ: ବିଜୟାଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତୱାଙ୍ଗରେ ସୈନିକମାନଙ୍କ ସହ ଶସ୍ତ୍ର ପୂଜା କରିଛନ୍ତି। ପୂଜା ପରେ ସେ କହିଛନ୍ତି ଯେ, ମନ୍ଦ ଉପରେ ଭଲର ବିଜୟର ପ୍ରତୀକ ଅଟେ ଦଶହରା। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ସାହସୀ ସଶସ୍ତ୍ର ବାହିନୀର ଯବାନଙ୍କ ଧାର୍ମିକତା ଏବଂ ଧର୍ମ ହେଉଛି ବିଜୟାଦଶମୀ ପର୍ବର ନୈତିକତାର ଜୀବନ୍ତ ପ୍ରମାଣ। ପ୍ରତିରକ୍ଷା ମନ୍ତ୍ରୀ ଅରୁଣାଚଳ ପ୍ରଦେଶର ଫରୱାର୍ଡ ପୋଷ୍ଟ ପରିଦର୍ଶନ କରି ଫରୱାର୍ଡ ପୋଷ୍ଟରେ ସେନାର ପ୍ରସ୍ତୁତି ଉପରେ ନଜର ରଖିଥିଲେ।

ସଶସ୍ତ୍ର ବାହିନୀଙ୍କ ପାଇଁ ସମଗ୍ର ଦେଶ ଗର୍ବିତ

ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ଯଥା LAC ରେ ନିୟୋଜିତ ସୈନିକମାନଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ କଥା ହୋଇଥିଲେ। କଠିନ ପରିସ୍ଥିତିରେ ସୀମାରେ ଦୃଢ ଭାବରେ ଠିଆ ହୋଇଥିବା ସୈନିକମାନଙ୍କର ନିରନ୍ତର ମନୋବଳ, ଅଦମ୍ୟ ପ୍ରତିବଦ୍ଧତା ଏବଂ ଅଦମ୍ୟ ସାହସ ପାଇଁ ପ୍ରତିରକ୍ଷା ମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି। ଦେଶ ଏବଂ ଏହାର ନାଗରିକମାନେ କିପରି ସୁରକ୍ଷିତ ରହିବେ, ସେନେଇ କଠିନ ପରିସ୍ଥିତିରେ ନିୟୋଜିତ ସୈନିକମାନେ ସର୍ବଦା ନିଶ୍ଚିତ। ରାଜନାଥ ସିଂ ଏହା ମଧ୍ୟ କହିଛନ୍ତି ଯେ, ସମଗ୍ର ଦେଶ ସଶସ୍ତ୍ର ବାହିନୀ ପାଇଁ ଗର୍ବିତ ଏବଂ ସେମାନଙ୍କ ସହ ଛିଡା ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଚୀନ୍‌ର ବୈଦେଶିକ ମନ୍ତ୍ରୀ ପରେ ଏବେ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ନିଖୋଜ, ଗତ ଦୁଇ ସପ୍ତାହ ଧରି ମିଳୁନି ସନ୍ଧାନ

ନୂଆଦିଲ୍ଲୀ: ଚାଇନାରେ ସବୁକିଛି ଠିକ୍ ଚାଲିନାହିଁ। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଅସୁବିଧାରେ ପଡିଛନ୍ତି। ସେଥିପାଇଁ ଚୀନରୁ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଖବର ଆସୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଦାବି ହେଉଛି ଯେ, ଚୀନ୍‌ର ବୈଦେଶିକ ମନ୍ତ୍ରୀ ପରେ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ମଧ୍ୟ ନିଖୋଜ ହୋଇଯାଇଛନ୍ତି। ବାସ୍ତବରେ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ଗତ କିଛି ଦିନ ହେବ ସର୍ବସାଧାରଣରେ ଦେଖାଯାଇନଥିଲେ, ତେଣୁ ତାଙ୍କର ନିଖୋଜ ଖବର ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକାଶ ଯେ, ଏହା ପୂର୍ବରୁ ଚୀନ୍ ସେନାର ଶକ୍ତିଶାଳୀ ରକେଟ୍ ଫୋର୍ସର ଜେନେରାଲ୍ ମଧ୍ୟ ନିଖୋଜ ହୋଇଯାଇଥିଲେ।

ଏଥର ଜାପାନରେ ଆମେରିକାର ରାଷ୍ଟ୍ରଦୂତ ରହମ୍ ଇମାନୁଏଲ୍ ଦାବି କରିଛନ୍ତି ଯେ, ଗତ ଦୁଇ ସପ୍ତାହ ଧରି ଚୀନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳିନାହିଁ। ସେ ସୋସିଆଲ ମିଡିଆ ୱେବସାଇଟ୍ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ନିଜର ଉଦ୍ବେଗ ପ୍ରକାଶ କରିଛନ୍ତି। ଏହାପୂର୍ବରୁ ଚୀନ୍ ନ୍ୟୁଜ୍ ଏଜେନ୍ସି କହିଛି ଯେ, ସି ଜିନପିଙ୍ଗ ପ୍ରତିରକ୍ଷା ମନ୍ତ୍ରୀଙ୍କ ସାମ୍ନାରେ ସୁରକ୍ଷା ଏବଂ ସ୍ଥିରତା ନେଇ ପ୍ରସଙ୍ଗ ଉଠାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବୁଲଢାଣା ବସ୍ ଦୁର୍ଘଟଣାରେ ୩ ସମେତ ୨୫ ମୃତ୍ୟୁ: ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ଶୋକ

ମୁମ୍ବାଇ: ଶୁକ୍ରବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନି ପିଲାଙ୍କ ସମେତ ୨୫ ଜଣ ପ୍ରାଣ ହରାଇଛନ୍ତି। ପୋଲିସର ସୂଚନାନୁସାରେ ନାଗପୁରରୁ ଔରଙ୍ଗାବାଦ ରାସ୍ତାରେ ବସ୍ ପ୍ରଥମେ ଏକ ଲୁହା ପୋଲକୁ ଧକ୍କା ଦେଇଥିଲା ଏବଂ ନିୟନ୍ତ୍ରଣ ହରାଇବା ପରେ ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡିଥିଲା। ଏହି ବୁଲଢାଣା ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପର୍ଯ୍ୟନ୍ତ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଖୁବ୍ ଶୀଘ୍ର ଦୁର୍ଘଟଣା ସ୍ଥଳକୁ ଯିବେ।

Categories
ଆଜିର ଖବର ଜାତୀୟ ଖବର

ନିୟନ୍ତ୍ରଣ ରେଖା ନିକଟରେ ପ୍ରାଦେଶିକ ସେନା ମହିଳା ଅଧିକାରୀମାନେ ହେବେ ମୁତୟନ: ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂଗଠନାତ୍ମକ ଆବଶ୍ୟକତା ଅନୁରୂପ ପ୍ରାଦେଶିକ ସେନା ବା ଟେରିଟୋରିଆଲ ଆର୍ମୀ (ଟିଏ)ର ମହିଳା ଅଧିକାରୀମାନଙ୍କୁ ନିୟନ୍ତ୍ରଣ ରେଖା ନିକଟରେ ମୁତୟନ କରିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ସାମରିକ ବ୍ୟାପାର ବିଭାଗ ପକ୍ଷରୁ ଏକ ଐତିହାସିକ ନିଷ୍ପତ୍ତି କ୍ରମେ ପ୍ରାଦେଶିକ ସେନାର ମହିଳା ଅଧିକାରୀଙ୍କ ପାଇଁ ରହିଥିବା ବର୍ତ୍ତମାନର କ୍ୟାଡର ପରିଚାଳନା ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

୨୦୧୯ ପରଠାରୁ ପ୍ରାଦେଶିକ ସେନାରେ ମହିଳା ଅଧିକାରୀମାନଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ମହିଳା ଅଧିକାରୀମାନେ ଇକୋଲୋଜିକାଲ ଟାସ୍କ ଫୋର୍ସ ୟୁନିଟ, ଟିଏ ତୈଳ କ୍ଷେତ୍ର ୟୁନିଟ ଏବଂ ଟିଏ ରେଳ ଇଞ୍ଜିନିୟର ରେଜିମେଣ୍ଟରେ କାର୍ଯ୍ୟ କରିବାକୁ ସକ୍ଷମ ହୋଇଛନ୍ତି । ଏହି ଅବଧି ମଧ୍ୟରେ ସେମାନେ ହାସଲ କରିଥିବା ଅଭିଜ୍ଞତାକୁ ଆଧାର କରି, ମହିଳା ଅଧିକାରୀମାନଙ୍କର ନିଯୁକ୍ତି ପରିସରକୁ ବଢ଼ାଇବା ଲାଗି ଏକ ବିଚାର ପ୍ରସ୍ତାବ ପ୍ରସ୍ତୁତ କରାଯାଇଥିଲା। ଚଳିତ ଏପ୍ରିଲ ମାସରେ ମାନନୀୟ ପ୍ରତିରକ୍ଷା ମନ୍ତ୍ରୀ ଏହି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି।

ଏଣିକି ପ୍ରାଦେଶିକ ସେନାର ମହିଳା ଅଧିକାରୀମାନଙ୍କୁ ନିୟନ୍ତ୍ରଣ ରେଖା ନିକଟରେ ଥିବା ପ୍ରାଦେଶିକ ସେନାର ଇଞ୍ଜିନିୟରିଂ ରେଜିମେଣ୍ଟରେ ନିଯୁକ୍ତି ଦିଆଯିବ । ସେହିପରି ଏମାନଙ୍କୁ ନୂଆଦିଲ୍ଲୀସ୍ଥିତ ଟିଏ ଗ୍ରୁପ ମୁଖ୍ୟାଳୟ/ପ୍ରାଦେଶିକ ସେନାର ମହାନିର୍ଦ୍ଦେଶାଳୟରେ କାର୍ମିକ ଅଧିକାରୀ ଭାବେ ସଂଗଠନାତ୍ମକ ଆବଶ୍ୟକତା ଅନୁଯାୟୀ ନିଯୁକ୍ତି ଦିଆଯିବ ।

ମହିଳା ଅଧିକାରୀମାନଙ୍କର ନିଯୁକ୍ତି ସୁଯୋଗ ଓ ପରିସର ବଢ଼ାଇବା ପାଇଁ ଏହି ପ୍ରଗତିଶୀଳ ନୀତିଗତ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସେମାନଙ୍କର ବୃତ୍ତିଗତ ଆକାଂକ୍ଷାକୁ ପୂରଣ କରିବ । କାରଣ ସେମାନଙ୍କୁ ଏବେ ସୁଦ୍ଧା ନିଜର ପୁରୁଷ ସହକର୍ମୀଙ୍କ ଭଳି ସମାନ ପରିସ୍ଥିତିରେ ପ୍ରଶିକ୍ଷଣ ନେଇଛନ୍ତି ଏବଂ ସେମାନଙ୍କ ଭଳି ଦେଶ ସେବା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ମହିଳା ଅଧିକାରୀମାନେ ପୁରୁଷ ଅଧିକାରୀମାନଙ୍କ ଭଳି ବିଭିନ୍ନ ୟୁନିଟ୍‌, ପଦପଦବୀରେ ତଥା ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ମିକ ପଦବୀରେ କାର୍ଯ୍ୟ କରିବା ଲାଗି ସକ୍ଷମ ଅଟନ୍ତି।

ପ୍ରାଦେଶିକ ସେନା ‘ନାଗରିକ ସୈନିକ’ ସେନା ଅବଧାରଣା ଉପରେ ଆଧାରିତ ଏବଂ ଏହାର ଅଧିକାରୀ ନାଗରିକ ଜୀବନରେ ଲାଭକରୀ ରୂପରେ କାର୍ଯ୍ୟରତ ରହି ମୌଳିକ ସୈନ୍ୟ ପ୍ରଶିକ୍ଷଣ ସମ୍ବନ୍ଧୀୟ ବାର୍ଷିକ ପ୍ରଶିକ୍ଷଣ ପ୍ରାପ୍ତ କରିପାରିବେ ।

********

P.S.

 

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ପଜିଟିଭ୍ ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ: ନିଜକୁ କଲେ ସଙ୍ଘରୋଧ

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୋନାଭାଇରସରେ ସଂକ୍ରମିତ ହୋଇଛନ୍ତି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ରାଜନାଥ ସିଂଙ୍କର ସାମାନ୍ୟ ଲକ୍ଷଣ ଅଛି, ଯାହା ପରେ ସେ ନିଜକୁ କ୍ଵାରେଣ୍ଟିନ୍ କରିଛନ୍ତି।

ଏଥିସହିତ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଡାକ୍ତରମାନେ ରାଜନାଥ ସିଂଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ମନ୍ତ୍ରଣାଳୟ କହିଛି ଯେ, ରାଜନାଥ ଆଜି ଦିଲ୍ଲୀରେ ହେବାକୁ ଥିବା ଭାରତୀୟ ବାୟୁସେନା କମାଣ୍ଡର୍ସ ସମ୍ମିଳନୀରେ ଯୋଗଦେବାକୁ ସ୍ଥିର ହୋଇଥିଲା। କିନ୍ତୁ କରୋନା ଜୀବାଣୁ ସଂକ୍ରମିତ ହେତୁ ସେ ତାହା କରି ପାରିବେ ନାହିଁ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କାହିଁକି ଜରୁରୀ ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ : ଆଜି ଏକ ଜରୁରୀ ବୈଠକ ଡାକିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏଥିରେ ସିଡିଏସ୍ ଜେନେରାଲ ଅନୀଲ ଚୌହ୍ୱାନଙ୍କ ସମେତ ୩ ସେନାର ମୁଖ୍ୟ ଓ ପ୍ରତିରକ୍ଷା ସଚିବ ଉପସ୍ଥିତ ରହିବେ । ଏଥି ସହିତ ବୈଦେଶିକ ମନ୍ତ୍ରୀ ଓ ସଚିବ ମଧ୍ୟ ଉପସ୍ଥିତ ରହିବେ।

ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ଭାରତ- ଚୀନ୍ ସେନା ମୁହାଁମୁହିଁ ପ୍ରସଙ୍ଗରେ ଏହି ଜରୁରୀ ବୈଠକ ଡକାଯାଇଛି ବୋଲି ଜଣାପଡିଛି। ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ଚୀନ୍‌ ସେନା ପକ୍ଷରୁ ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା ବେଳେ ଭାରତୀୟ ସେନା ପକ୍ଷରୁ ଜବାବ ଦିଆଯାଇଛି।

ଗତ ଶୁକ୍ରବାର ୟାଙ୍ଗସି ଅଞ୍ଚଳକୁ ପ୍ରାୟ ୩୦୦ ପିଏଲଏ ଯବାନ ପ୍ରସ୍ତୁତି ସହ ଅନୁପ୍ରବେଶ ଉଦ୍ୟମ କରିଥିଲେ।

Categories
ବିଶେଷ ଖବର

୭୫ ଟି ବିଆର୍‌ଓ ଭିତ୍ତିଭୂମି ପ୍ରକଳ୍ପ ଗୁଡିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରତିରକ୍ଷା ମନ୍ତ୍ରୀ

ଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅକ୍ଟୋବର ୨୮, ୨୦୨୨ ରେ ଲଦାଖର ଡି – ଏସ୍ – ଡିବିଓ ରୋଡ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୀମା ସଡକ ସଂଗଠନ (ବିଆର୍‌ଓ) ଦ୍ୱାରା ନିର୍ମିତ ହୋଇଥିବା ୭୫ ଟି  ଭିତ୍ତିଭୂମି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ୭୫ ଟି ପ୍ରକଳ୍ପ ଗୁଡିକ ମଧ୍ୟରେ ୪୫ ଟି ସେତୁ, ୨୭ ଟି ରାସ୍ତା, ଦୁଇଟି ହେଲିପ୍ୟାଡ୍ ଏବଂ ଗୋଟିଏ ଅଙ୍ଗାରକ ନିରପେକ୍ଷ ବାସସ୍ଥାନ ରହିଛି, ଯାହା ୬ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ (ୟୁଟି) ରେ ରହିଛି। ଏହି ପ୍ରକଳ୍ପ ଗୁଡିକ ମଧ୍ୟରୁ କୋଡିଏ (୨୦)ଟି ଜାମ୍ମୁ କାଶ୍ମୀରରେ ରହିଥିବା ବେଳେ ଲଦାଖ  ଏବଂ ଅରୁଣାଚଳ ପ୍ରଦେଶରେ ପ୍ରତ୍ୟେକ ୧୮ଟି ଲେଖାଏଁ ରହିଛି। ଉତ୍ତରାଖଣ୍ଡ ରାଜ୍ୟରେ ପାଂଚଟି  ପ୍ରକଳ୍ପ ଏବଂ ଅନ୍ୟ ସୀମାନ୍ତ ରାଜ୍ୟ ଗୁଡିକରେ, ଯଥା: ସିକ୍କିମ୍‌, ହିମାଚଳ ପ୍ରଦେଶ, ପଞ୍ଜାବ  ଏବଂ ରାଜସ୍ଥାନରେ ୧୪ ଟି ପ୍ରକଳ୍ପ ରହିଛି।

ଏହି ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଗୁଡିକ ରେକର୍ଡ ସମୟ ମଧ୍ୟରେ ବିଆର୍‌ଓ ଦ୍ୱାରା ମୋଟ ୨,୧୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି, ଯାହା ମଧ୍ୟରୁ ଅନେକ ପ୍ରକଳ୍ପ କାର୍ଯ୍ୟ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଗୋଟିଏ କାର୍ଯ୍ୟ ଋତୁରେ ସମ୍ପୂର୍ଣ୍ଣ କରା ଯାଇଛିି। ଆହ୍ୱାନପୂର୍ଣ୍ଣ ଜଳବାୟୁ ସ୍ଥିତି ସତ୍ତ୍ୱେ ଏହି ସଫଳତା ହାସଲ କରିବା ପାଇଁ  ବିଆର୍‌ଓର ଧୈର୍ଯ୍ୟ ଏବଂ ଦୃଢ଼ ସଙ୍କଳ୍ପକୁ ଭୁରି ଭୁରି ପ୍ରଶଂସା କରି ପ୍ରତିରକ୍ଷା ମନ୍ତ୍ରୀ ଦର୍ଶାଇ ଥିଲେ ଯେ , ଏହି ପ୍ରକଳ୍ପ ଗୁଡିକ ଦେଶର ପ୍ରତିରକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବ ଏବଂ ସୀମା ଅଂଚଳର ଆର୍ଥିକ ବିକାଶକୁ ସୁନିଶ୍ଚିତ କରିବ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା, ୧୪,୦୦୦ ଫୁଟ ଉଚ୍ଚତାରେ ଡି – ଏସ୍ – ଡିବିଓ ରୋଡ୍‌ରେ ରହିଥିବା ୧୨୦ ମିଟର ଲମ୍ବ କ୍ଲାସ୍ ୭୦ ଶ୍ୟୋକ ସେତୁର ଅନସାଇଟ୍ ଉଦ୍‌ଘାଟନ। ଏହି ସେତୁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେବ,  କାରଣ ଏହା ସଶସ୍ତ୍ର ସେବା ବାହିନୀର ଲଜିଷ୍ଟିକ୍ ଗତିବିଧିକୁ ସହଜ କରିବ। ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ଭାବେ ଉଦ୍‌ଘାଟିତ ହୋଇଥିବା ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକ ମଧ୍ୟରେ ଦୁଇଟି ହେଲିପ୍ୟାଡ୍ ଅନ୍ତର୍ଭୁକ୍ତ, ସେଥିରୁ ଗୋଟିଏ ପୂର୍ବ ଲଦାଖର ହାନଲେ ଠାରେ ରହିଥିବା ବେଳେ ଅନ୍ୟଟି ଠାକୁଙ୍ଗରେ ରହିଛି। ଏହି ହେଲିପ୍ୟାଡ୍ ଗୁଡିକ ଏହି ଅଂଚଳରେ ଭାରତୀୟ ବାୟୁସେନାର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବ।

ବିଆର୍‌ଓ କର୍ମଚାରୀଙ୍କ ପାଇଁ ୧୯,୦୦୦ ଫୁଟ ଉଚ୍ଚରେ ଥିବା ପ୍ରଥମ ଅଙ୍ଗାରକ ନିରପେକ୍ଷ ବାସସ୍ଥାନ ମଧ୍ୟ ହାନଲେ ଠାରେ ଉଦ୍‌ଘାଟିତ ହୋଇଥିଲା। ଦେଶର ପ୍ରଥମ ଅଙ୍ଗାରକ ନିରପେକ୍ଷ କେନ୍ଦ୍ରଶାସିତ ଅଂଚଳ ହେବା ନିମନ୍ତେ ଲଦାଖର ସଂକଳ୍ପରେ ଅବଦାନ ନିମନ୍ତେ ଏହା ହେଉଛି ବିଆର୍‌ଓର ପ୍ରୟାସ। ଏହି କମ୍ପେକ୍ଲର ମୁଖ୍ୟ ବୈଶିଷ୍ଟ୍ୟ ଗୁଡିକ ଭିତରେ ୫୭ କର୍ମଚାରୀଙ୍କ ରହିବା ନିମନ୍ତେ ସୁବିଧା ଏବଂ ଅତ୍ୟଧିକ ଥଣ୍ଡା ପାଗ ସମୟରେ ତାପଜ ଆରାମ ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଏହା ଶୀତ ଋତୁର ଅଧିକାଂଶ ସମୟରେ ବିଆର୍‌ଓକୁ ଦକ୍ଷତାର ସହିତ କାର୍ଯ୍ୟ କରିବା ନିମନ୍ତେ ସକ୍ଷମ କରିବ।

ଏହି ଅବସରରେ ଯୋଗ ଦେଇ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦେଶର ସୁରକ୍ଷା ଆବଶ୍ୟକତା ପୂରଣ କରିବା ପାଇଁ ଦୂରଦୂରାନ୍ତ ଅଂଚଳର ଅଗ୍ରଗତିକୁ ସୁନିଶ୍ଚିତ କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ପୁନଃ ପ୍ରମାଣିତ କରି କହିଥିଲେ ଯେ, ସଶସ୍ତ୍ର ବାହିନୀର ବୀରତ୍ୱ ସହିତ ଭିତ୍ତିଭୂମି ସରଂଚନାର ବିକାଶ କରିବା ଭାରତର ଉତ୍ତର କ୍ଷେତ୍ରରେ ସାମ୍ପ୍ରତିକ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟ କାରଣ ଅଟେ। ସେ ଏହି ୭୫ଟି ନୂତନ ପ୍ରକଳ୍ପ ଗୁଡିକ ଏହାର ପ୍ରମାଣ ବୋଲି କହିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଏହି ସେତୁ, ସଡକ ଏବଂ ହେଲିପ୍ୟାଡ୍ ଗୁଡିକ ଦେଶର ପଶ୍ଚିମ, ଉତ୍ତର ଏବଂ ଉତ୍ତର – ପୂର୍ବ କ୍ଷେତ୍ରର ଦୂରଦୂରାନ୍ତ ଅଂଚଳରେ ସାମରିକ ତଥା ନାଗରିକ ପରିବହନକୁ ସୁଗମ କରିବ। ସେ ସୀମାବର୍ତ୍ତୀ  ଅଂଚଳ ସହ ସଂଯୋଗ ଦେଶର ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ଏକ ପ୍ରମୁଖ କ୍ଷେତ୍ର ବୋଲି ବର୍ଣ୍ଣନା କରିଥିଲେ।

“ସ୍ୱାଧୀନତା ପରେ ଅନେକ ଦଶନ୍ଧି ଧରି ଜାମ୍ମୁ କାଶ୍ମୀରରେ ଭିତ୍ତିଭୂମି କ୍ଷେତ୍ରରେ ବିକାଶର ଅଭାବ ଏହି କେନ୍ଦ୍ର ଶାସିତ ଅଂଚଳରେ ଆତଙ୍କବାଦ ବୃଦ୍ଧି ହେବାର ଅନ୍ୟତମ କାରଣ ଥିଲା। ଏହି ଆଭ୍ୟନ୍ତରୀଣ ବିଶୃଙ୍ଖଳା ଗୁଡିକ ଯୋଗୁ ପର୍ଯ୍ୟଟକଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ଘଟିଥିଲା, ଯାହା ଲଦାଖକୁ ତଥା ସମଗ୍ର ଦେଶକୁ ମଧ୍ୟ ପ୍ରଭାବିତ କରିଥିଲା। ବର୍ତ୍ତମାନ, ସରକାରଙ୍କ ବିଭିନ୍ନ ଉଦ୍ୟମ ଯୋଗୁଁ, ଏହି ଅଂଚଳରେ ଶାନ୍ତି ଏବଂ ପ୍ରଗତିର ଏକ ନୂଆ ସକାଳ ଦେଖିବାକୁ ମିଳୁଛି। ଆମର ଲକ୍ଷ୍ୟ ହେଉଛି ଦେଶର ସମସ୍ତ ରାଜ୍ୟ ଗୁଡିକର ତଥା କେନ୍ଦ୍ର ଶାସିତ ଅଂଚଳ ଗୁଡିକର ବିକାଶକୁ ଜାରି ରଖିବା। ଖୁବ୍ ଶୀଘ୍ର, ସମସ୍ତ ଦୁର୍ଗମ ଅଂଚଳ ଦେଶର ବାକି ଅଂଚଳ ସହିତ ସଂଯୁକ୍ତ ହେବ ଏବଂ ମିଳିତ ଭାବରେ ଆମେ ଦେଶକୁ ପ୍ରଗତିର ନୂତନ ଶିଖରକୁ ନେଇଯିବା। ଏହି ଲକ୍ଷ୍ୟ ହାସଲ କରିବାରେ ବିଆର୍‌ଓର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି” ବୋଲି ରାଜନାଥ ସିଂହ କହିଥିଲେ।

ଏହି ଅବସରରେ ରାଜନାଥ ସିଂହ ଚଣ୍ଡିଗଡ଼ରେ ନିର୍ମିତ ହିମାଙ୍କ ଏୟାର ଡେସପ୍ୟାଚ୍ କମ୍ପେ୍ଲକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ଲେହ ଠାରେ ଏକ ବିଆର୍‌ଓ ସଂଗ୍ରହାଳୟର ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଶୀତଦିନ ଆରମ୍ଭ ହେବା ପରେ, ପ୍ରବଳ ତୁଷାରପାତ ହେତୁ ପାସ୍ ବନ୍ଦ ହୋଇଗଲେ, ବିଆର୍‌ଓ କର୍ମଚାରୀ ମାନଙ୍କୁ, ଯନ୍ତ୍ରପାତି ଗୁଡିକୁ ଏବଂ ସାମଗ୍ରୀ ଗୁଡିକୁ ଦୂର ସ୍ଥାନକୁ ନେଇ ଯିବା ପାଇଁ ଆକାଶ ପଥକୁ ବହୁଳ ଭାବରେ ବ୍ୟବହାର କରିଥାଏ। ଚଣ୍ଡିଗଡ଼ରେ ଅବସ୍ଥିତ ଏୟାର ଡେସପ୍ୟାଚ୍ ସବ୍ ୟୁନିଟ୍‌ରେ ସୈନ୍ୟ ପରିବହନ ପାଇଁ ଏବଂ ଭୂମିରେ କାର୍ଯ୍ୟ କରିବା ପାଇଁ ଅତ୍ୟାବଶ୍ୟକ ଷ୍ଟୋର ଏବଂ ଯନ୍ତ୍ରପାତିର କୁଶଳତାପୂର୍ଣ୍ଣ ତଥା ନିରବଚ୍ଛିନ୍ନ ବିତରଣକୁ ସୁନିଶ୍ଚିତ କରିବା ପାଇଁ ନବୀକରଣ କରା ଯାଉଛି। ଅତ୍ୟାଧୁନିକ ଥ୍ରୀ – ଡି ପ୍ରିଂଟିଂ ଟେକ୍ନୋଲୋଜିକୁ ବ୍ୟବହାର କରି ଚଣ୍ଡିଗଡ଼ରେ ନୂତନ କମ୍ପେ୍ଲକ୍ସର ନିର୍ମାଣ କାର୍ଯ୍ୟ ବିଆର୍‌ଓ କରିବ ଏବଂ ଥରେ ନିର୍ମାଣ ହେବା ପରେ ଏହି ସୌଧ ବିଶ୍ୱର ସର୍ବବୃହତ ଥ୍ରୀ – ଡି ପ୍ରିଂଟେଡ୍ କମ୍ପେ୍ଲକ୍ସ ହେବାର ସୌଭାଗ୍ୟ ଲାଭ କରିବ।

ବିଆର୍‌ଓର କର୍ମଚାରୀଙ୍କ ବଳିଦାନକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏବଂ ସଫଳତା ଗୁଡିକୁ ଅନୁଷ୍ଠାନିକ କରିବା ନିମନ୍ତେ ଏବଂ ରେକର୍ଡ କରିବା ପାଇଁ ଲେହରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରା ଯାଉଛି, ଯାହା ସୂଚନା ଏବଂ ପ୍ରେରଣାର ଉତ୍ସ ହେବ। ଏହି ସଂଗ୍ରହାଳୟ ସୌଧ  ଥ୍ରୀ – ଡି ପ୍ରିଂଟିଂ ଟେକ୍ନୋଲୋଜି ବ୍ୟବହାର କରି ନିର୍ମାଣ କରାଯିବ ଏବଂ ସମ୍ପୂର୍ଣ୍ଣ ହେବା ପରେ ଏହା ବିଶ୍ୱର ସର୍ବୋଚ୍ଚ ଥ୍ରୀ – ଡି ପ୍ରିଂଟେଡ୍ ସୌଧ ହେବ।

Categories
ଆଜିର ଖବର ଜାତୀୟ ଖବର

ଭାରତ ଏକ ଶାନ୍ତି ପ୍ରିୟ ଦେଶ, ଖରାପ ନଜର ରଖୁଥିବା ଲୋକଙ୍କୁ ଉଚିତ ଜବାବ ମିଳିବ: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ୍ ସହିତ ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତ କୌଣସି ଦେଶକୁ ଆଘାତ କରିବାକୁ ଚେଷ୍ଟା କରି ନାହିଁ, କିନ୍ତୁ ଯଦି କେହି ଭାରତ ଉପରେ ଖରାପ ନଜର ପକାଏ, ତେବେ ସେମାନଙ୍କୁ ଉପଯୁକ୍ତ ଜବାବ ଦିଆଯିବ। ଏକ ଭର୍ଚୁଆଲ୍ ଇଭେଣ୍ଟରେ ରାଜନାଥ ସିଂ କହିଛନ୍ତି ଯେ, ସୀମା ଉପରେ ତୀକ୍ଷ୍ଣ ନଜର ରଖାଯାଉଛି ଏବଂ ଦେଶ ସମସ୍ତ ଆହ୍ଵାନର ମୁକାବିଲା ପାଇଁ ପ୍ରସ୍ତୁତ ଅଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସଶସ୍ତ୍ର ବାହିନୀକୁ ସ୍ୱଦେଶୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ସଶକ୍ତ କରିବା ଦ୍ୱାରା ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ହେଉଛି ସରକାରଙ୍କ ପ୍ରାଥମିକତା।

ରାଜନାଥ ସିଂ କହିଛନ୍ତି ଯେ କ୍ଷେତ୍ର, ଧର୍ମ, ଜାତି ଏବଂ ଭାଷାର ପ୍ରତିବନ୍ଧକରୁ ଉପରକୁ ଉଠି ସଶସ୍ତ୍ର ବାହିନୀର ସୈନିକମାନେ ନିଃସ୍ୱାର୍ଥପର ଭାବରେ ଦେଶ ସେବା କରନ୍ତି। ଭାରତର ଏହି ସାହସୀ ସୈନିକମାନେ ଦେଶକୁ ଅନେକ ପ୍ରକାରର ବିପଦରୁ ରକ୍ଷା କରନ୍ତି। ଏଭଳି ପରିସ୍ଥିତିରେ ଆମର ସ୍ୱାଧୀନତା ସଂଗ୍ରାମୀ ଏବଂ ସୈନିକମାନଙ୍କ ଆଦର୍ଶର ସଂକଳ୍ପ ଆଣିବା ଏବଂ ଦେଶର ଏକତା, ଅଖଣ୍ଡତା ଏବଂ ସାର୍ବଭୌମତ୍ଵ ରକ୍ଷା କରିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ।

Categories
ବିଶେଷ ଖବର

ଭାରତ ଏବଂ ଇଜିପ୍‌ଟ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ କାଇରୋରେ ଦ୍ବିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୧୯, ସେପ୍ଟେମ୍ବର ୨୦୨୨ ରେ କାଇରୋରେ ଇଜିପ୍‌ଟର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ମହମ୍ମଦ ଜାକିଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ରାଜନାଥ ସିଂ ବର୍ତ୍ତମାନ ଇଜିପ୍‌ଟ ଗସ୍ତରେ ରହିଛନ୍ତି। ତାଙ୍କୁ ଦ୍ବିପାକ୍ଷିକ ଆଲୋଚନା ଆରମ୍ଭ ହେବା ପୂର୍ବରୁ କାଇରୋ ସ୍ଥିତ ପ୍ରତିରକ୍ଷା ମନ୍ତ୍ରଣାଳୟରେ ସେରିମୋନିଆଲ୍ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଛି। ବୈଠକ ସମୟରେ ଉଭୟ ପକ୍ଷ ପ୍ରତିରକ୍ଷା ସମ୍ପର୍କକୁ ମଜବୁତ୍ କରିବା ଦିଗରେ ମିଳିତ ସୈନ୍ୟାଭ୍ୟାସ ବଢ଼ାଇବା ଏବଂ ପ୍ରଶିକ୍ଷଣ, ବିଶେଷ କରି ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପ କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ସୈନ୍ୟକର୍ମୀମାନଙ୍କର ଆଦାନ ପ୍ରଦାନ ଉପରେ ସହମତି ପ୍ରକାଶ କରିଛନ୍ତି।

ଉଭୟ ମନ୍ତ୍ରୀ ଭାରତ ଏବଂ ଇଜିପ୍‌ଟର ରକ୍ଷା ଉଦ୍ୟୋଗ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟ ଅବଧିରେ ସହଯୋଗ ବଢ଼ାଇବା ପାଇଁ ପ୍ରସ୍ତାବ ଉପରେ ଧ୍ୟାନ ପ୍ରଦାନ କରିବା ଉପରେ ସହମତି ପ୍ରଦାନ କରିଛନ୍ତି। ସେମାନେ କ୍ଷେତ୍ରୀୟ ସୁରକ୍ଷା ଉପରେ ବିଚାରର ଆଦାନ ପ୍ରଦାନ କରିଛନ୍ତି ତଥା ବିଶ୍ବରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାରେ ଭାରତ ତଥା ଇଜିପ୍‌ଟର ଯୋଗାଦାନକୁ ରେଖାଙ୍କିତ କରିଛନ୍ତି। ଉଭୟ ପକ୍ଷ ଏହି ବିଷୟ ଉପରେ ଖୁସି ପ୍ରକାଶ କରିଛନ୍ତି ଯେ କୋଭିଡ୍ ୧୯ ମହାମାରୀ ସତ୍ତ୍ବେ ଗତ ବର୍ଷ ସମୟରେ ଉଭୟ ଦେଶ ମଧ୍ୟରେ ରକ୍ଷା କାର୍ଯ୍ୟକାରୀତା ଓ ଆଦାନ-ପ୍ରଦାନର ଗତି ତୀବ୍ର ରହିଛି।

ଇଜିପ୍‌ଟର ରାଷ୍ଟ୍ରପତି ଆବଦେଲ୍ ଫତାହ-ଅଲ୍ –ସିସି ଙ୍କ ସହିତ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ସାକ୍ଷାତ ପରେ ଉଭୟ ରକ୍ଷା ମନ୍ତ୍ରୀ ଦ୍ବିପାକ୍ଷୀୟ ସହଯୋଗ ବିଷୟରେ ସୁରକ୍ଷା ଏବଂ ରକ୍ଷା ପକ୍ଷର ବୃଦ୍ଧି ଉପରେ ସହମତି ବ୍ୟକ୍ତ କରିଛନ୍ତି। ଉଭୟ ରକ୍ଷା ମନ୍ତ୍ରୀ ରକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣା ରାଜିନାମା ଉପରେ ସ୍ବାକ୍ଷର କରିଛନ୍ତି। ଏହି ବୁଝାମଣା ରାଜିନାମା ପାରସ୍ପରିକ ହିତର ସମସ୍ତ କ୍ଷେତ୍ରରେ ରକ୍ଷା ସହଯୋଗ ବଢ଼ାଇବାର ମାର୍ଗକୁ ପ୍ରଶସ୍ତ କରିବ।

ରାଜନାଥ ସିଂ ଭାରତ-ଆଫ୍ରିକା ରକ୍ଷା ସମ୍ବାଦ ଏବଂ ଆଇଓଆର ରକ୍ଷା ମନ୍ତ୍ରୀମାନଙ୍କର ସମ୍ମିଳନୀରେ ଭାଗ ନେବା ପାଇଁ ଇଜିପ୍ଟ ସମକକ୍ଷଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ୧୨ଶ ଡେଫ୍‌ ଏକ୍ସପୋର ଭାଗ ରୂପେ ଗୁଜରାଟର ଗାନ୍ଧୀନଗରରେ ୧୮-୨୨ ଅକ୍ଟୋବର ୨୦୨୨ ମଧ୍ୟରେ ଆୟୋଜିତ ହେବ।

ଦିନ ବ୍ୟାପି ନିଜର କାର୍ଯ୍ୟକ୍ରମ ସମୟରେ ରକ୍ଷା ମନ୍ତ୍ରୀ କାଇରୋରେ ଅଜ୍ଞାତ ସୈନ୍ୟ ସ୍ମାରକ ଏବଂ କାଇରୋର ପୂର୍ବ ରାଷ୍ଟ୍ରପତି ଅନୱର-ଅଲ-ସାଦାତ୍ ଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।

Categories
ବିଶେଷ ଖବର

ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ୱାରା ୭୫ଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାମଗ୍ରୀ/ପ୍ରଯୁକ୍ତି ଉଦ୍‌ଘାଟିତ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅନୁଷ୍ଠିତ ପ୍ରଥମ “ଏ ଆଇ ଇନ୍‌’ ଡିଫେନ୍ସ” ସମ୍ମିଳନୀ ଓ ପ୍ରଦର୍ଶନୀରେ ୭୫ଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାମଗ୍ରୀ/ପ୍ରଯୁକ୍ତି (ଟେକ୍‌ନୋଲୋଜି)କୁ ଉଦ୍‌ଘାଟନ କରିଛନ୍ତି। ଏହି ସମ୍ମିଳନୀ ଓ ପ୍ରଦର୍ଶନୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହୋଇଛି। ଆଜାଦିର ଅମୃତ ମହୋତ୍ସବ ପାଳନର ଅଂଶସ୍ୱରୂପ ଏସବୁ ସାମଗ୍ରୀର ପ୍ରଚଳନ/ପ୍ରବର୍ତ୍ତନ ଆରମ୍ଭ କରାଯାଇଛି । ଏଥିରେ ରହିଛି ଏଆଇ ପ୍ଳାର୍ଟଫର୍ମ ଅଟୋମେସନ/ଅନ୍‌ମ୍ୟାନ୍‌ଡ/ ରୋବୋଟିକ୍ସ ସିଷ୍ଟମ୍ସ; ବ୍ଲକଚେନ ବେସ୍‌ଡ୍ ଅଟୋମେସନ; ସାଇବର ସିକ୍ୟୁରିଟି, କମ୍ୟୁନିକେସନ, କମ୍ପ୍ୟୁଟର ଆଣ୍ଡ ଇଣ୍ଟେଲିଜେନ୍ସ, ସର୍ଭେଲାନ୍ସ ଆଣ୍ଡ ରେକଇସାନ୍ସ;  ହ୍ୟୁମାନ ବିହେଭିହରାଲ ଆନାଲିସିସ୍‌, ଇଣ୍ଟେଲିଜେନ୍ସଣ୍ଟ ମନିଟରିଂ ସିଷ୍ଟମ; ଲିଥାଲ ଅଟୋନମସ୍ ଉଇପନ ସିଷ୍ଟମ, ଲଜିଷ୍ଟିକ୍ ଆଣ୍ଡ ସପ୍ଲାଏ ଚେନ ମ୍ୟାନେଜମେ, ଅପରେସନାଲ ଡାଟା ଆନାଲିଟିକସ୍‌, ମାନୁଫ୍ୟାକରିଙ୍ଗ ଆଣ୍ଡ ମେଣ୍ଟିନାନ୍ସ; ସିମୁଲେଟର୍ସ /ଟେଷ୍ଟ ଇକ୍ୟୁପମେଣ୍ଟ ଏବଂ ନାଚୁରାଲ ଲାଙ୍ଗୁଏଜ୍ ପ୍ରସେସିଂ ବ୍ୟବହାର କରି ଭଏସ୍‌/ସ୍ପିଚ୍ ଆନାଲିସିସ୍  ଆଦି।

ଡିପିଏସ୍‌୍‌ଗୁଡିକ ଦ୍ୱାରା ବିକଶିତ ତିନିଟି ଏଆଇ ପ୍ରଡକ୍ଟର ଡୁଆଲ ୟୁଜ୍ ଆପ୍ଲିକେସନ ସୁବିଧା ଓ ଉତ୍ତମ ବଜାର ଚାହିଦା ରହିଛି। ଏଗୁଡିକ  ହେଲା-ଏଆଇ ପରିଚାଳିତ ଭଏସ୍ ଟ୍ରାନ୍ସକ୍ରିପସନ୍‌/ଆନାଲିସିସ୍ ସପ୍ଟଓୟାର, ଡ୍ରାଇଭର ଫଟିଗ୍ ମନିଟରିଂ ସିଷ୍ଟମ ଏବଂ ଏଆଇ ପରିଚାଳିତ ଅଣବିଧ୍ୱଂସକାରୀ ସାମଗ୍ରୀ ଏକ୍ସ-ରେ ଥିବା ୱେଲ୍‌ଡିଂ ତ୍ରୁଟିର ମୂଲ୍ୟାୟନ ସିଷ୍ଟମ। ଏଥିମଧ୍ୟରୁ ପ୍ରଥମଟି ଭାରତ ଇଳେକ୍‌ଟ୍ରୋନିକ୍ସ ଲିମିଟେଡ, ଦ୍ୱିତୀୟଟି ଭାରତ ଆର୍ଥ ମୁଭର୍ସ ଲିମିଟେଡ ଓ ତୃତୀୟଟି ଗାର୍ଡେନରିଚ ସ୍ଥିତ ସିପ୍ ବିଲ୍‌ଡରସ୍ ଆଣ୍ଡ ଇଞ୍ଜିନିୟରିଂ ସଂସ୍ଥା ଦ୍ୱାରା ବିକଶିତ ହୋଇଛି। ଆଜିର କାର୍ଯ୍ୟକ୍ରମରେ ଏହି ତିନିଟି ଟେକ୍‌ନୋଲୋଜି ପ୍ରଦର୍ଶିତ ହୋଇଥିଲା। ଏସବୁ ସାମଗ୍ରୀ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକାରୀ ରାଷ୍ଟ୍ରାୟତ୍ତଉଦ୍ୟୋଗଗୁଡିକର ବ୍ୟାବସାୟିକ କାରବାର ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି।

ପ୍ରତିରକ୍ଷାମନ୍ତ୍ରୀ ଏହି ଅବସରରେ ଏହି ୭୫ଟି ଯାକ ସାମଗ୍ରୀର ତଥ୍ୟ ସମ୍ବଳିତ ପୁସ୍ତକ ଓ ଏହାର ଇଲେକ୍‌ଟ୍ରୋନିକ୍ସ ପ୍ରତିଲିପିକୁ ଆଜି ମଧ୍ୟ ଉନ୍ମୋଚନ କରିଥିଲେ। ଏଥିରେ ଡିଆରଡିଓ, ବିଭିନ୍ନ ପ୍ରତିରକ୍ଷା ପିଏସ୍‌ୟୁ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ସଂସ୍ଥାଙ୍କ  ଏ କ୍ଷେତ୍ରରେ ଉଦ୍ୟମ ଓ ସହଯୋଗ ସମ୍ପର୍କରେ ମଧ୍ୟ ଉଲ୍ଲେଖ ଅଛି। ଏହି ଉଦ୍ୟମକୁ ଉଚ୍ଚ ପ୍ରଶଂସା କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଭାଷଣରେ କହିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମଗ୍ର ମାନବଜାତିର କଲ୍ୟାଣ ଦିଗରେ ଏକ ବୈପ୍ଳବିକ ପଦକ୍ଷେପ। ଏହା ପ୍ରମାଣିତ କରୁଛି ଯେ ମଣିଷ ବିଶ୍ୱର ସବୁଠୁ ଅଧିକ ବୁଦ୍ଧିମାନ ଓ ବିକଶିତ ପ୍ରାଣୀ। ମଣିଷର ମସ୍ତିଷ୍କ ଜ୍ଞାନର ସୃଷ୍ଟି/ପୁନଃ ସର୍ଜନା କରିବା ସହିତ ବୌଦ୍ଧିକତାକୁ  ବିକଶିତ କରି କିପରି ଜ୍ଞାନ ସୃଷ୍ଟି କରିପାରୁଛି ତାହା ଜାଣି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଥିଲେ ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୌଦ୍ଧିକତା ଏବେ ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ଭେଷଜ, କୃଷି, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସମେତ ପ୍ରାୟ ସବୁ କ୍ଷେତ୍ରରେ ପ୍ରବେଶ କରି ନୂଆ ବିପ୍ଳବ ଆଣିଛି। ଏସବୁ କ୍ଷେତ୍ରରେ ମଣିଷର ଚେତନା ଓ ଏଆଇର ଦକ୍ଷତାକୁ ମିଳିତଭାବେ ବ୍ୟବହାର କରି ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ସେ ପ୍ରତିରକ୍ଷା କ୍ଷେତ୍ର ସହିତ  ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ଆହ୍ୱାନ ଜଣାଇଥିଲେ। ସେ କହିଥିଲେ ଯେ ଯୁଦ୍ଧରେ ଯେତେବେଳେ ସମ୍ପୂର୍ଣ୍ଣ ମାନବିକ ସମ୍ପୃକ୍ତି ରହୁଛି ସେତେବେଳେ ନୂଆ ଅଟୋନମସ୍ ଉଇପନ/ସିଷ୍ଟମ ସବୁ ଏଆଇ ଆପ୍ଲିକେସନ ଦ୍ୱାରା ବିକଶିତ ହେଉଛି। ତେଣୁ ମଣିଷର ନିୟନ୍ତ୍ରଣ ବିନା ଏହା ମାଧ୍ୟମରେ ଶତ୍ରୁର ଘାଟିଗୁଡିକୁ ଅନାୟସରେ ନଷ୍ଟ କରାଯାଇପାରିବ। ଏଆଇ ପରିଚାଳିତ ସାମରିକ ଉପକରଣ ବିପୁଳ ପରିମାଣରେ ଡାଟା ପରିଚାଳନା କରିବାକୁ ସକ୍ଷମ। ସୈନିକମାନଙ୍କ ତାଲିମରେ ଏହା ବିଶେଷ ସହାୟକ ହୋଇ ପାରି। ଆଗାମୀ ଦିନରେ ଅଗମେଣ୍ଟେଡ ଓ ଭର୍ଚୁଆଲ ରିୟଲିଟି ଟେକ୍‌ନୋଲୋଜିକୁ ସଫଳତାର ସହିତ ପ୍ରୟୋଗ କରାଯିବ ବୋଲି ସେ କହିଛନ୍ତି।

ପ୍ରତିରକ୍ଷାମନ୍ତ୍ରୀ ଆହୁରି କହିଛନ୍ତି ଯେ ଭବିଷ୍ୟତରେ ସାମରିକ ଆବଶ୍ୟକତା ପୂରଣ ପାଇଁ ପ୍ରତିରକ୍ଷା ବାହିନୀର ଆଧୁନିକୀକରଣ କରାଯାଉଛି ଏବଂ ଏଥିରେ ନୂଆ ଟେକ୍‌ନୋଲୋଜିର ପ୍ରୟୋଗ ଅଧିକରୁ ଅଧିକ ହେଉଛି। ଭାରତ ବସୁଧୈବ କୁଟୁମ୍ବକମ୍  ନୀତିରେ ବିଶ୍ୱାସ କରେ ଏବଂ ଅନ୍ୟ ଉପରେ ପ୍ରଭୁତ୍ୱ ବିସ୍ତାର କରିବାକୁ ଚାହେଁ ନାହିଁ। ତେବେ ନିଜର ସାମରିକ ଆବଶ୍ୟକତା ପୂରଣ ସହିତ ଭବିଷ୍ୟତରେ ଯୁଦ୍ଧ ଓ ଆକ୍ରମଣ ଧମକରୁ ନିଜକୁ ସୁରକ୍ଷିତ ରଖିବାକୁ ନିଜର ସାମରିକ ବାହିନୀର ଆଧୁନିକୀକରଣ ଉପରେ ଭାରତ ଗୁରୁତ୍ୱ ଦେଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦେଶର ସାମରିକ ଶକ୍ତି ଓ ଦକ୍ଷତାକୁ ବଢାଇବାରେ ବିଶେଷ ସହାୟକ ହେଉଛି। ଆମ ପ୍ରସ୍ତୁତି ଓ ସାମର୍ଥ୍ୟ ଏମିତି ଶକ୍ତିଶଶଳୀ ଓ ପ୍ରଭାବୀ ହେବା ଉଚିତ, ଯଦ୍ୱାରା କେହି ଆମ ଉପରେ ଆକ୍ରମଣ କରିବାକୁ ସାହସ କରିବେ ନାହିଁ।

ସେ ଆହୁରି କହିଥିଲେ ଯେ ଟେକ୍‌ନୋଲୋଜିର ବିକାଶ ସହିତ ତାଳ ମିଳାଇ ଚାଲିବାକୁ ହେଲେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ ଓ ବିଗ୍ ଡାଟା ଭଳି ଟେକ୍ନୋଲୋଜିର ଉପଯୋଗ ଠିକ୍ ସମୟରେ କରିବାକୁ ପଡିବ ଏବଂ ଏହା ସମୟର ଆହ୍ୱାନ।

ସେ କହିଥିଲେ ଯେ ମାନବ ସମାଜର ପ୍ରଗତି ଓ ଶାନ୍ତି ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କେବଳ ବ୍ୟବହୃତ ହେବା ଉଚିତ। ଏହି ନୂଆ ଟେକ୍‌ନୋଲୋଜିର ବ୍ୟବହାର ଗଣତାନ୍ତ୍ରିକ ଓ କଲ୍ୟାଣକାରୀ ହେବାର ଆବଶ୍ୟକତା ରହିଛି।

ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ପ୍ରତିରକ୍ଷାରେ ଏଆଇର ପ୍ରୟୋଗ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ, ନୌବାହିନୀ ମୁଖ୍ୟ ଆଡମିରାଲ ଆର୍ ହରି କୁମାର, ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡୀ, ବାୟୁସେନାର ଉପମୁଖ୍ୟ ଏୟାର ମାର୍ଶାଲ ସଂଦୀପ ସିଂହ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।

ଏହି ଅବସରରେ ରାଷ୍ଟ୍ରାୟତ୍ତ ଭାରତ ଇଲେକ୍‌ଟ୍ରୋନିକ୍ସ ଲିମିଟେଡ ଓ ଘରୋଇ ସଂସ୍ଥା ଇଣ୍ଡୋ-ଏମ୍‌ଆଇଏମ୍‌କୁ “ରକ୍ଷା ନିର୍ଯାତ୍ ରତ୍ନ” ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୨୫ ସୁଦ୍ଧା ଭାରତ ବାର୍ଷିକ ୩୫ହଜାର କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ରପ୍ତାନୀ କରିବାକୁ ଲକ୍ଷ୍ୟ ରଖିଛି। ଏ କ୍ଷେତ୍ରରେ ଭଲ କାମ କରୁଥିବା ସଂସ୍ଥା ଓ ଉଦ୍ୟୋଗଙ୍କୁ ପ୍ରୋତ୍ସାହିତ କରିବାକୁ “ରକ୍ଷା ନିର୍ଯାତ୍ ରତ୍ନ” ପୁରସ୍କାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଉଛି।

Categories
ବିଶେଷ ଖବର

‘ଅଗ୍ନିପଥ’ ଯୋଜନା: ଆଜି ତିନି ସେନା ମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରତିରକ୍ଷା ମନ୍ତ୍ରୀ, ନେଇପାରିନ୍ତି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ରର ଅଗ୍ନିପଥ ଯୋଜନା ବିରୋଧରେ ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଦିନ ତିନି ସେନା ମୁଖ୍ୟଙ୍କ ମଧ୍ୟରେ ଏକ ବୈଠକ କରିବେ। ଏହି ବୈଠକରେ ଏହି ଯୋଜନା କାର୍ଯ୍ୟକାରୀ କରିବା ଏବଂ ଆନ୍ଦୋଳନକାରୀଙ୍କୁ ଶାନ୍ତ କରିବା ପାଇଁ ତିନୋଟି ସେବାର ମୁଖ୍ୟଙ୍କ ସହ ଆଲୋଚନା କରାଯାଇପାରେ। ଦୁଇ ଦିନ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ଵାରା ଏହା ହେଉଛି ଦ୍ୱିତୀୟ ବୈଠକ।

କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଏବଂ ଆସାମ ରାଇଫଲ୍ସରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯିବ ବୋଲି ଗୃହ ମନ୍ତ୍ରଣାଳୟ ଶନିବାର ଘୋଷଣା କରିଛି। ଏଥିପାଇଁ ୧୦ ପ୍ରତିଶତ ଖାଲି ସ୍ଥାନ ସଂରକ୍ଷଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

“ଗୃହ ବିଭାଗ ମନ୍ତ୍ରଣାଳୟ ମଧ୍ୟ CAPF ଏବଂ ଆସାମ ରାଇଫଲରେ ନିଯୁକ୍ତି ପାଇଁ ନିର୍ଦ୍ଧାରିତ ଉପର ବୟସ ସୀମା ଠାରୁ ଅଗ୍ନିବୀରଙ୍କୁ ୩ ବର୍ଷର କୋହଳ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଏଥିସହ ପ୍ରଥମ ବ୍ୟାଚ୍ ପାଇଁ ବୟସ ସୀମା ନିର୍ଦ୍ଦିଷ୍ଟ ବୟସ ସୀମା ମଧ୍ୟରେ ଦିଆଯିବ। ଏହା ଧ୍ୟାନ ଦେବା ପ୍ରଯୁଜ୍ୟ ଯେ, ତାଙ୍କର ଚାରି ବର୍ଷ କାର୍ଯ୍ୟକାଳ ଶେଷ ହେବା ପରେ ଆସାମ ରାଇଫଲ୍ସ (ଆର୍), ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ସମେତ ସମସ୍ତ ସାତୋଟି ବିଭିନ୍ନ ସୁରକ୍ଷା ବାହିନୀ CAPF ଅଧୀନରେ ଚୟନରେ ଅଗ୍ନିବୀର ପ୍ରାଥମିକତା ପାଇବେ। ଫୋର୍ସ (ବିଏସଏଫ), ସିଏସଏଫ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF), ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି), ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ଏବଂ ଶାସ୍ତ୍ରୀ ସୀମା ବଲ (ଏସଏସବି) ଏଥିରେ ଅନ୍ତର୍ଭୁକ୍ତ।

‘ଅଗ୍ନିବୀର’ଙ୍କ ପାଇଁ ରୋଜଗାରର ସୁଯୋଗ ବିଷୟରେ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ, ଚାରି ବର୍ଷ ପୂର୍ଣ୍ଣ ହେବାପରେ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ (ପିଏସୟୁ) ଏବଂ କର୍ପୋରେସନ୍ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ରାଜ୍ୟ ସରକାର ସେମାନଙ୍କୁ ଚାକିରୀକୁ ପ୍ରାଧାନ୍ୟ ଦେବେ।

Categories
ଆଜିର ଖବର ଜାତୀୟ ଖବର

ଅଗ୍ନିପଥ: ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ପ୍ରସ୍ତାବକୁ ମଞ୍ଜୁର କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ଆବଶ୍ୟକ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ଅଗ୍ନିବୀରମାନଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଖାଲି ପଦବୀରେ ନିଯୁକ୍ତି ନିମନ୍ତେ ୧୦% ସଂରକ୍ଷଣ ସୁବିଧା ମିଳିବ। ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ମଞ୍ଜୁର କରିଛନ୍ତି। ଭାରତୀୟ ତଟରକ୍ଷୀ ବାହିନୀ, ପ୍ରତିରକ୍ଷା ବେସାମରିକ ପଦବୀ ଏବଂ ସମସ୍ତ ୧୬ଟି ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗ (ଡିପିଏସୟୁ)ରେ ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ ସୁବିଧା ସହିତ ଚାକିରି ଦେବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଯେଉଁ ୧୬ଟି ଡିପିଏସୟୁରେ ଅଗ୍ନିବୀରମାନଙ୍କୁ ନିଯୁକ୍ତି ଦିଆଯିବ ସେଗୁଡ଼ିକ ମଧ୍ୟରେ ରହିଛି – ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ଏଚଏଏଲ), ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ), ଭାରତ ଅର୍ଥ ମୁଭର୍ସ ଲିମିଟେଡ (ବିଇଏମଏଲ), ଭାରତ ଡାଇନାମିକ୍ସ ଲିମିଟେଡ (ବିଡିଏଲ), ଗାର୍ଡନ ରିଚ୍‌ ଶିପବିଲ୍ଡର୍ସ ଏଣ୍ଡ ଇଞ୍ଜିନିଅର୍ସ (ଜିଆରଏସଇ) ଲିମିଟେଡ, ଗୋଆ ଶିପୟାର୍ଡ ଲିମିଟେଡ (ଜିଏସଏଲ), ହିନ୍ଦୁସ୍ତାନ ଶିପୟାର୍ଡ ଲିମିଟେଡ (ଏଚଏସଏଲ), ମଝଗାଓଁ ଡକ୍‌ ଶିପବିଲ୍ଡର୍ସ (ଏମଡିଏଲ), ମିଶ୍ରା ଧାତୁ ନିଗମ (ମିଧାନି) ଲିମିଟେଡ, ଆର୍ମରର୍ଡ ବାହନ ନିଗମ ଲିମିଟେଡ (ଏଭିଏନଏଲ) ଆଡଭାନ୍ସ ୱେପନ୍ସ ଏଣ୍ଡ ଇକ୍ୟୁପମେଣ୍ଟ ଇଣ୍ଡିଆ ଲିମିଟେଡ (ଏଡବ୍ଲୁ ଏଣ୍ଡ ଇଆଇଏଲ), ମୁନିଶନ୍ସ ଇଣ୍ଡିଆ ଲିମିଟେଡ୍ (ଏସଆଇଏଲ), ୟନ୍ତ୍ର ଇଣ୍ଡିଆ ଲିମିଟେଡ୍ (ୱାଇଆଇଏଲ), ଗ୍ଲାଇଡର୍ସ ଇଣ୍ଡିଆ ଲିମିଟେଡ (ଜିଆଇଏଲ), ଇଣ୍ଡିଆ ଅପ୍ଟେଲ ଲିମିଟେଡ (ଆଇଓଏଲ) ଏବଂ ଟ୍ରୁପ୍‌ କମ୍ଫୋର୍ଟସ ଲିମିଟେଡ (ଟିସିଏଲ)। ଅବସରପ୍ରାପ୍ତ ସୈନିକମାନଙ୍କୁ ମିଳୁଥିବା ସଂରକ୍ଷଣ ଅତିରିକ୍ତ ଏହି ସଂରକ୍ଷଣ ସୁବିଧା ମିଳିବ।

ଏହି ବ୍ୟବସ୍ଥାକୁ ଲାଗୁ କରିବା ଲାଗି ପ୍ରାସଙ୍ଗିକ ନିଯୁକ୍ତି ନିୟମରେ ଆବଶ୍ୟକ ସଂଶୋଧନ ଲାଗୁ କରାଯିବ। ନିଜର ନିଯୁକ୍ତି ନିୟମରେ ସମାନ ସଂଶୋଧନ କରିବା ଲାଗି ଡିପିଏସୟୁମାନଙ୍କୁ ପରାମର୍ଶ ଦିଆଯିବ। ଉପରୋକ୍ତ ଚାକିରିରେ ଅଗ୍ନିବୀରମାନଙ୍କ ନିଯୁକ୍ତି ପାଇଁ ଆବଶ୍ୟକ ବୟସ ସୀମାକୁ କୋହଳ କରିବାର ବ୍ୟବସ୍ଥା ମଧ୍ୟ କରାଯିବ।

Categories
ବିଶେଷ ଖବର

ଅଗ୍ନିପଥ ଯୋଜନାକୁ ନେଇ ରାଜନାଥ ସିଂଙ୍କ ଆସିଲା ବୟାନ: ଯୁବପିଢୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଆଯାଇଛି ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଗ୍ନିପଥ ଯୋଜନା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, “ଗତ ୨ ବର୍ଷ ଧରି ଯୁବକମାନେ ସଶସ୍ତ୍ର ବାହିନୀରେ ଯୋଗଦେବା ପାଇଁ ସୁଯୋଗ ପାଇ ନଥିଲେ। ତେଣୁ ସରକାର ଉପର ବୟସ ସୀମାକୁ ୨୧ ବର୍ଷରୁ ୨୩ ବର୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।” ଯୁବବର୍ଗଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରାଜନାଥ ସିଂ କହିଛନ୍ତି ଏବଂ ନୂତନ ଯୋଜନା ଅଧୀନରେ ଅଧିକ ଲୋକ ଚାକିରି ପାଇବେ।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ବିରୋଧ କରି ଆଜି ଉତ୍ତର ପ୍ରଦେଶର ବାଲିଆରେ ଯୁବକମାନଙ୍କ ଭିଡ଼ ଜମିବା ସହ ଅନେକ ଟ୍ରେନ୍ ଭଙ୍ଗାରୁଜା କରିଛନ୍ତି।

ଲଗାତାର ତୃତୀୟ ଦିନ ପାଇଁ ସେନାରେ ନୂତନ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ ବିରୋଧରେ ତୀବ୍ର ପ୍ରଦର୍ଶନ କରାଯାଇଛି। ଆଜି ସକାଳେ ବିହାରର ସମସ୍ତିପୁରରେ ଜମ୍ମୁତୱି-ଗୁଆହାଟି ଏକ୍ସପ୍ରେସ ଟ୍ରେନରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଟ୍ରେନର ଦୁଇଟି ବଗି ପୋଡି ପାଉଁଶ ହୋଇଯାଇଛି। ହାଜିପୁର-ବରୋନି ରେଳ ବିଭାଗର ମୋହିଉଦ୍ଦିନଗର ଷ୍ଟେସନର ଏହି ଘଟଣା ଘଟିଛି। ଅନ୍ୟ ପଟେ ଦୁର୍ବୃତ୍ତମାନେ ଦରଭଙ୍ଗା ଠାରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି।

Categories
ବିଶେଷ ଖବର

ଭାରତ-ଆମେରିକା ୨+୨ ମନ୍ତ୍ରିସ୍ତରୀୟ ଆଲୋଚନା: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପକ୍ଷରୁ ଜାରି ହେଲା ପ୍ରେସ୍‌ ବିବୃତ୍ତି

ନୂଆଦିଲ୍ଲୀ: ଆଜି ଭାରତ-ଆମେରିକା ମଧ୍ୟରେ ୨+୨ ମନ୍ତ୍ରିସ୍ତରୀୟ ଆଲୋଚନା ହୋଇଛି। ବୈଠକ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପକ୍ଷରୁ ପ୍ରେସ୍‌ ବିବୃତ୍ତି ଜାରି କରାଯାଇଛି।  ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆମ ଦୁଇ ଦେଶ ମଧ୍ୟରେ ଅତି ଅର୍ଥପୂର୍ଣ୍ଣ ଏବଂ ଗଭୀର ଆଲୋଚନା ଅନୁଷ୍ଠିତ ହୋଇଛି। ଏହା ଭାରତ-ଆମେରିକା ସମ୍ପର୍କର ବେଗକୁ ବଜାୟ ରଖିବା ଏବଂ ଆମର କାର୍ଯ୍ୟାବଳୀକୁ ଆହୁରି ଆଗକୁ ଆଗେଇ ନେବା ଦିଗରେ ସହାୟକ ହେବ। ଆମର ଦୁଇ ମହାନ ରାଷ୍ଟ୍ର ସଦାବେଳେ ପରସ୍ପରର ସ୍ୱାର୍ଥର ପରିପୂରକ ଭାବେ ରହିଆସିଛନ୍ତି ଏବଂ ପାରସ୍ପରିକ ଲକ୍ଷ୍ୟ ହାସଲ କରିବା ଦିଗରେ ଆମେ ଏଥିରେ ସହଭାଗୀ ହେବା ସକାଶେ ଆଗ୍ରହୀ।

ଆମେ ଆଜି  ଅନେକ ଦ୍ୱିପାକ୍ଷିକ, ପ୍ରତିରକ୍ଷା ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିଛୁ। ମୋତେ ଏକଥା ପ୍ରକାଶ କରିବାରେ ଖୁସି ଲାଗୁଛି ଯେ ବିଶ୍ୱର ଦୁଇ ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଏହିସବୁ ପ୍ରସଙ୍ଗ ଉପରେ ଆମ ଦୁଇ ରାଷ୍ଟ୍ରଙ୍କ ମତରେ ସାଦୃଶ୍ୟ ରହିଛି। ଉଭୟ ଭାରତ ଏବଂ ଆମେରିକା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପ୍ରସଙ୍ଗରେ ମୁକ୍ତ, ଅବାଧ, ସମାବେଶୀ ଏବଂ ନୀତି ଆଧାରିତ କାର୍ଯ୍ୟପନ୍ଥାରେ ବିଶ୍ୱାସୀ। ଆମର ସହଭାଗୀତା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଭାରତ ମହାସାଗର କ୍ଷେତ୍ର ନିମନ୍ତେ ଅତୀବ ଗୁରୁତ୍ୱପୂର୍ଣ୍ଣ ମହତ୍ତ୍ୱ ବହନ କରେ।

ଏହି ଆଲୋଚନା ଅବସରରେ ଆମେ ଆମର ପ୍ରତିବେଶୀକ କ୍ଷେତ୍ର ଏବଂ ଭାରତ ମହାସାଗରୀୟ କ୍ଷେତ୍ରର ସ୍ଥିତି ସମ୍ପର୍କରେ ମଧ୍ୟ ଆମେ ନିଜ ନିଜର ମତ ପୋଷଣ କରିଛୁ। ଆତଙ୍କବାଦକୁ ଭାରତ ବିରୋଧରେ ରାଷ୍ଟ୍ରର ଅସ୍ତ୍ର ଭାବେ ଉପଯୋଗ କରାଯାଉଥିବା ପ୍ରସଙ୍ଗ ମଧ୍ୟ ଏହି କଥାବାର୍ତ୍ତା ବେଳେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।

ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ହେଉଥିବା ବିସ୍ତୃତ ଆଲୋଚନାରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସୁଫଳ ମିଳିପାରିଛି। ସେଥି ମଧ୍ୟରୁ କେତେଗୋଟି ପ୍ରସଙ୍ଗ ହେଲା ‘ସ୍ପେସ୍‌ ସିଚୁଏସନାଲ ଆୱେରନେସ୍‌ ଏଗ୍ରିମେଣ୍ଟ’ ଯାହା ଭାରତର ମହାକାଶ ବିଭାଗ ଏବଂ ଆମେରିକାର ପ୍ରତିରକ୍ଷା ବିଭାଗ ମଧ୍ୟରେ ସ୍ୱାକ୍ଷରିତ ହୋଇଛି। ନିକଟ ଭବିଷ୍ୟତରେ ପ୍ରତିରକ୍ଷା ମହାକାଶ ଏବଂ ପ୍ରତିରକ୍ଷା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ପ୍ରସଙ୍ଗରେ ଆଲୋଚନା ଅନୁଷ୍ଠିତ ହେବ। ସେହିଭଳି ଅନ୍ୟାନ୍ୟ ଉପକ୍ରମଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ପରିଲକ୍ଷିତ ହୋଇଛି ଏବଂ ଏଥିଘେନି ରାଜିନାମା ସ୍ୱାକ୍ଷରିତ ହୋଇଛି ଓ କଥାବାର୍ତ୍ତା ଚାଲିଛି। ଉଭୟ ରାଷ୍ଟ୍ର ମଧ୍ୟରେ ସାମରିକ ଅଭ୍ୟାସର ସୁଯୋଗ ଏବଂ ଏ ଦିଗରେ ଥିବା ସମସ୍ୟାବଳୀକୁ ଦୂର କରିବା ନିମନ୍ତେ ମଧ୍ୟ ଉଭୟ ପକ୍ଷ ସେମାନଙ୍କର ଇଚ୍ଛା ପ୍ରକଟ କରିଛନ୍ତି।

କରୋନା ମହାମାରୀର ପ୍ରଭାବ ସତ୍ତ୍ୱେ ଉଭୟ ଦେଶ ମଧ୍ୟରେ ସାମରିକ ସହଯୋଗ ଜାରି ରହିଛି । ଆମେ ମଧ୍ୟ ଖୁସି ଯେ ଭାରତ ବାହାରିନସ୍ଥିତ ବିବିଧ ସମନ୍ୱିତ ସାମୁଦ୍ରିକ ଫୋର୍ସ (ସିଏମଏଫ)ରେ ଏକ ସହଯୋଗୀ ସଦସ୍ୟ ଭାବେ ଭାରତ ସାମିଲ ହୋଇଛି । ଭାରତ ମହାସାଗରର ପଶ୍ଚିମ କ୍ଷେତ୍ରରେ ଏହା କ୍ଷେତ୍ରୀୟ ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ସହଯୋଗକୁ ଆହୁରି ମଜଭୁତ କରିବ। ଆମେ  COMCASAକୁ ସକ୍ରିୟ ଭାବେ ପ୍ରବର୍ତ୍ତନ କରିବା ଦିଗରେ ପ୍ରୟାସୀ ଏବଂ  BECA କୁ ମଧ୍ୟ ସଂପୂର୍ଣ୍ଣ ରୂପେ ରୂପାୟନ କରାଯିବ।

ପ୍ରତିରକ୍ଷା, ସାଇବର, ସ୍ୱତନ୍ତ୍ର ଫୋର୍ସ  କ୍ଷେତ୍ରରେ ଆମର ସହଯୋଗର କ୍ଷେତ୍ରକୁ ସମ୍ପ୍ରସାରିତ କରିବା ସକାଶେ ଥିବା ସମ୍ଭାବନା ଖୋଜିବାକୁ ଆମେ ସହମତ ହୋଇଛୁ ଏବଂ  LEMOA ଅଧୀନରେ ଲଜିଷ୍ଟିକ୍ସ ସହଯୋଗର ବ୍ୟବସ୍ଥାକୁ ଆହୁରି ସମ୍ପ୍ରସାରିତ କରିବାକୁ ଇଚ୍ଛୁକ ଏବଂ ମିଳିତ ସମରାଭ୍ୟାସ ବେଳେ ଏହି କାର୍ଯ୍ୟ ସଂପାଦନ କରାଯିବ।

ପ୍ରତିରକ୍ଷା ପ୍ରଯୁକ୍ତି ଏବଂ ବାଣିଜ୍ୟ ପ୍ରୟାସ (ଡିଟିଟିଆଇ)କୁ ପୁନଃସକ୍ରିୟ କରିବାର ଆବଶ୍ୟକତା ନିମନ୍ତେ ଉଭୟ ପକ୍ଷ ରାଜି ହୋଇଛି ଏବଂ ଏହା ଫଳରେ ଅତ୍ୟାଧୁନିକ ଏବଂ ନୂଆ ନୂଆ ତଥା ଜଟିଳ ସାମରିକ ପ୍ରଯୁକ୍ତି ନିମନ୍ତେ କାର୍ଯ୍ୟକାରୀ ହେଉଥିବା ମିଳିତ ପ୍ରକଳ୍ପଗୁଡ଼ିକ ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ କରାଯାଇପାରିବ।

ମୁଁ ଏଠାରେ ଭାରତ ଇଚ୍ଛାକୁ ବ୍ୟକ୍ତ କରି କହିବାକୁ ଚାହେଁ ଯେ ଆମେରିକୀୟ କମ୍ପାନୀମାନଙ୍କ ସହିତ ସହଭାଗୀତାରେ ମିଶି ଆମେ ସହ-ବିକାଶ ଏବଂ ସହ- ଉତ୍ପାଦନ ନିମନ୍ତେ ଆଗ୍ରହୀ। ‘ମେକ୍‌ ଇନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତରେ ମାର୍କିନ୍‌ ପ୍ରତିରକ୍ଷା କମ୍ପାନୀମାନେ ସେମାନଙ୍କର ପୁଂଜି ନିବେଶ ବୃଦ୍ଧି କରିବା ପାଇଁ ଇଚ୍ଛୁକ। ଭାରତର “ଆତ୍ମନିର୍ଭର ଭାରତ” ଅଭିଯାନକୁ ସଫଳ କରିବା ଦିଗରେ ଭାରତ ସହ ଆମେରିକୀୟ କମ୍ପାନୀମାନଙ୍କର ଗବେଷଣା ଓ ବିକାଶ କ୍ଷେତ୍ରରେ ସହଯୋଗ ଏବଂ ସହଭାଗୀତା ଗୁରୁତ୍ୱପୂର୍ଣ୍ଣ।

ଆଜିର ୨+୨ ଆଲୋଚନା ଭାରତ ଏବଂ ଆମେରିକା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ସହଭାଗୀତାକୁ ସୁଦୃଢ଼ କରିବା ନିମନ୍ତେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଏବଂ ଅନ୍ୟ ଅନେକ ପାରସ୍ପରିକ ସ୍ୱାର୍ଥଜଡ଼ିତ କ୍ଷେତ୍ର ପାଇଁ ମଧ୍ୟ ଜରୁରି। ଆମ ଦୁଇ ରାଷ୍ଟ୍ରଙ୍କ ମଧ୍ୟରେ ବର୍ଦ୍ଧିଷ୍ଣୁ ସହଯୋଗୀତା ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବା ସକାଶେ ବେଶ ମହତ୍ୱ ବହନ କରେ ଏବଂ ଏହା ବୈଶ୍ୱିକ ସ୍ୱାଭାବିକତା ରକ୍ଷାକୁ ମଧ୍ୟ ସୁନିଶ୍ଚିତ କରିବ। ମୁଁ ଏହି ଅବସରରେ ମାର୍କିନ ପରରାଷ୍ଟ୍ର ସଚିବ ଅଷ୍ଟିନ୍‌, ସଚିବ ବ୍ଲିଙ୍କେନ୍‌ଙ୍କୁ ପୁଣି ଥରେ ସେମାନଙ୍କର ଭବ୍ୟ ଆତିଥ୍ୟ ନିମନ୍ତେ ଭାରତ- ଆମେରିକା ସହଭାଗୀତାକୁ ଆଗକୁ ଆଗେଇ ନେବା ଦିଗରେ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଉଛି। ଆମେ ଦୁଇ ସଚିବଙ୍କୁ ଉଭୟ ପକ୍ଷଙ୍କ ପାଇଁ ସୁହାଉଥିବା ସମୟରେ ୨+୨ ମନ୍ତ୍ରିସ୍ତରୀୟ ଆଲୋଚନା ଭାରତ ଆସିବା ନିମନ୍ତେ ଆସିବାକୁ ଆମନ୍ତ୍ରଣ ଜଣାଉଛୁ।”

Categories
ଆଜିର ଖବର ଜାତୀୟ ଖବର

ଲାଇଫ ସପୋର୍ଟରେ ଚପର ଦୁର୍ଘଟଣାର ଏକମାତ୍ର ବଞ୍ଚିଥିବା ଗ୍ରୁପ କ୍ୟାପଟେନ: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ତାମିଲନାଡୁର ନୀଳଗିରିରେ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲୋକସଭାକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏମଆଇ ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତ ଏବଂ ଅନ୍ୟ ୧୩ ଜଣ ଲୋକ ଥିଲେ। ଜେନେରାଲ ରାୱତ ତାଙ୍କର ନିର୍ଦ୍ଧାରିତ ଗସ୍ତରେ ଥିଲେ ଏବଂ ତାଙ୍କ ହେଲିକପ୍ଟରଟି ୱେଲିଙ୍ଗଟନ୍‌ରେ ୧୨.୧୫ ରେ ଅବତରଣ କରିବାର ଥିଲା। କିନ୍ତୁ ଏହା ପୂର୍ବରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସ୍ଥାନୀୟ ଲୋକ ଜଙ୍ଗଲରେ ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଥିଲା। ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳ ଯଥାଶୀଘ୍ର ପହଞ୍ଚିଥିଲେ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଦୁର୍ଘଟଣାସ୍ଥଳରୁ ଲୋକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରାଯାଇଥିଲା, ଗୁରୁତରଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏହି ଦୁର୍ଘଟଣାରେ ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ଏଥିରେ ସମ୍ପୃକ୍ତ ଥିଲେ। ଗ୍ରୁପ କ୍ୟାପଟେନଙ୍କ ଚିକିତ୍ସା ଜାରି ରହିଛି। ବର୍ତ୍ତମାନ ତାଙ୍କୁ ଲାଇଫ ସପୋର୍ଟରେ ରଖାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ନୌସେନାରେ ଯୋଗଦେବେ ମାରାତ୍ମକ କ୍ଷେପଣାସ୍ତ୍ର ସହିତ ସଜ୍ଜିତ ଆଇଏନଏସ ବିଶାଖାପାଟନମ୍

ନୂଆଦିଲ୍ଲୀ: ନୌସେନା ଦିବସ ପୂର୍ବରୁ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇବ। ଇଣ୍ଡିଆନ୍ ଷ୍ଟିଲ୍ ମିସାଇଲ୍ ବିନାଶକାରୀ ଜାହାଜ, ଆଇଏନଏସ ବିଶାଖାପାଟନମ୍ ଆଜି ଭାରତୀୟ ନୌସେନାରେ ଯୋଗଦେବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ମୁମ୍ବାଇ ଡକୟାର୍ଡରେ ଆୟୋଜିତ ହେବାକୁ ଥିବା କମିଶନ ସମାରୋହରେ ଆଇଏନଏସ ବିଶାଖାପାଟନମ୍ ଭାରତୀୟ ନୌସେନାରେ ଅନ୍ତର୍ଭୁକ୍ତ ହେବ। ଚାରି ଦିନ ପରେ ଅର୍ଥାତ୍ ନଭେମ୍ବର ୨୫ ତାରିଖରେ, ସ୍କର୍ପିନ୍ ଶ୍ରେଣୀର ଚତୁର୍ଥ ପନଡୁବି, ଆଇଏନଏସ ଭେଲା ମଧ୍ୟ ଦେଶର ସାମୁଦ୍ରିକ ଶକ୍ତି ବୃଦ୍ଧି ପାଇଁ ଯୋଗ ଦେଉଛି।

ଆଇଏନ୍ଏସ୍ ଭେଲା ସମାରୋହରେ ନୌସେନା ମୁଖ୍ୟ ଆଡମିରାଲ୍ କରାମବୀର ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଭାରତୀୟ ନୌସେନାର ସହ-ମୁଖ୍ୟ (ଉପାଧ୍ୟକ୍ଷ), ଭାଇସ ଆଡମିରାଲ ଏସ.ଏନ ଘୋରମାଡେ ଏକ ଅଫ କ୍ୟାମେରା ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ବିଶ୍ଵସ୍ତରରେ ଦ୍ରୁତ ଭୌଗଳିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ନିଜର ସାମୁଦ୍ରିକ ଶକ୍ତି ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ ଅଟେ। ଯାହାଫଳରେ ଭାରତ ଯେକୌଣସି ଆହ୍ଵାନର ସମ୍ମୁଖୀନ ହୋଇପାରିବେ।

ଏହି ପ୍ରରିପ୍ରେକ୍ଷୀରେ ଆଇଏନଏସ ବିଶାଖାପାଟନମ୍ ଏବଂ ଆଇଏନଏସ ଭେଲା ଚଳିତ ମାସରେ ଭାରତୀୟ ନୌସେନାରେ ଯୋଗଦେବାକୁ ଯାଉଛନ୍ତି। ଆଇଏନଏସ ବିଶାଖାପାଟନମ୍ ମୁମ୍ବାଇରେ ଅବସ୍ଥିତ ମଝଗାଁଓ ଡକୟାର୍ଡ ଲିମିଟେଡ୍ ଦ୍ୱାରା ନିର୍ମିତ। ଏହା ନୌସେନାର ପ୍ରୋଜେକ୍ଟ ୧୫ବି ର ଏକ ଅଂଶ, ଯାହା ଅଧୀନରେ ଏମଡିଏଲ ରେ ଚାରିଟି କୋଲକାତା ଶ୍ରେଣୀର ଷ୍ଟେଲ୍ଥ ଗାଇଡ୍ ମିସାଇଲ୍ ବିନାଶକ (ଯୁଦ୍ଧ ଜାହାଜ) ନିର୍ମାଣ କରାଯାଉଛି। ଏହି ଶ୍ରେଣୀର ଅନ୍ୟ ତିନୋଟି ଯୁଦ୍ଧ ଜାହାଜ – ମୋରମୁଗାଓ, ଇମ୍ଫାଲ ଏବଂ ସୁରଟ – ପ୍ରତ୍ୟେକ ବର୍ଷର ବ୍ୟବଧାନରେ ପ୍ରସ୍ତୁତ ହେବାର ଆଶା କରାଯାଏ। ସେଗୁଡିକ ହେଉଛି ୨୦୨୩ ସୁଦ୍ଧା ଆଇଏନଏସ ମୋରମୁଗାଓ, ୨୦୨୪ ସୁଦ୍ଧା ଇମ୍ଫାଲ୍ ଏବଂ ୨୦୨୫ ସୁଦ୍ଧା ଆଇଏନଏସ ସୁରଟ।

ଆଇଏନଏସ ବିଶାଖାପାଟନମ୍ ବିଷୟରେ ଜାଣନ୍ତୁ

ଆଇଏନଏସ ବିଶାଖାପାଟନମ୍ ପ୍ରାୟ ୧୬୩ ମିଟର ଏବଂ ଓଜନ ପ୍ରାୟ ୭୪୦୦ ଟନ୍। ଏହି ଜାହାଜରେ ପ୍ରାୟ ୭୫ ପ୍ରତିଶତ ସ୍ୱଦେଶୀ ‘ବିଷୟବସ୍ତୁ’ ଅଛି। ବିଶାଖାପାଟନମ୍ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ। ଏହି ଯୁଦ୍ଧ ଜାହାଜଟି ବିଇଏଲ ର ମଧ୍ୟମ ରେଞ୍ଜ ସର୍ଫେସ୍ ଟୁ ଏୟାର ମିସାଇଲ୍ (MRSAM), ଭୂପୃଷ୍ଠରୁ ଭୂପୃଷ୍ଠ ବ୍ରାହ୍ମୋସ୍, L&T କମ୍ପାନୀର ଟର୍ପେଡୋ ଟ୍ୟୁବ୍ ଲଞ୍ଚର୍, L & T ର ନିଜସ୍ୱ ଆଣ୍ଟି-ସବମେରାଇନ୍ ରକେଟ୍ ଲଞ୍ଚର୍ ଏବଂ BHEL ର ୭୬ ମିମି ସୁପର ରାପିଡ୍ ବନ୍ଧୁକ (କାନନ୍) ସହିତ ସଜ୍ଜିତ।

ବର୍ତ୍ତମାନ, ଗୋଟିଏ ବିମାନ ପରିବହନକାରୀ (INS ବିକ୍ରମଦିତ୍ୟ ସମେତ) ସହିତ ଭାରତୀୟ ନୌସେନାର ଯୁଦ୍ଧ ଜାହାଜରେ ୧୩୦ ଟି ଯୁଦ୍ଧ ଜାହାଜ ଅଛି। ଏହା ବ୍ୟତୀତ ଦେଶର ବିଭିନ୍ନ ସିପୟାର୍ଡରେ ୩୯ ଟି ଯୁଦ୍ଧ ଜାହାଜ ନିର୍ମାଣ କରାଯାଉଛି। ଭାରତୀୟ ନୌସେନା ପ୍ରତିବର୍ଷ ୪ ଡିସେମ୍ବରରେ ଏହାର ବୃଦ୍ଧି ଦିବସ ପାଳନ କରିଥାଏ। ୧୯୭୧ ଯୁଦ୍ଧରେ ପାକିସ୍ତାନ ବିପକ୍ଷ ବିଜୟରେ ଏହାର ନିର୍ଣ୍ଣାୟକ ଭୂମିକାକୁ ସ୍ମରଣ କରିବା ପାଇଁ ନୌସେନା ଏହାର ମୂଳ ଦିବସ ପାଳନ କରିଥା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଉଗ୍ରବାଦୀ ଆକ୍ରମଣରେ କମାଣ୍ଡାଣ୍ଟଙ୍କ ସମେତ ୫ ଯବାନ ସହିଦ: ଗୋଟିଏ ପରିବାରର ଦୁଇ ସଦସ୍ୟଙ୍କ ପ୍ରାଣହାନୀ

ନୂଆଦିଲ୍ଲୀ: ଆସାମ ରାଇଫଲ୍ସର ଏକ ବାଟାଲିୟନର କମାଣ୍ଡିଂ ଅଫିସର (ସିଓ) ଙ୍କ ସମେତ ୫ ଜଣ ଯବାନଙ୍କୁ ଆଜି ମଣିପୁରରେ ଗୁଳିମାଡ଼ରେ ହତ୍ୟା କରାଯାଇଥିଲା। ଏହି ଆକ୍ରମଣରେ କମାଣ୍ଡିଂ ଅଫିସର କର୍ଣ୍ଣେଲ ବିପ୍ଲବ ତ୍ରିପାଠୀଙ୍କ ପତ୍ନୀ ଏବଂ ତାଙ୍କ ପୁଅ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ଦୁଃଖ ପ୍ରକାଶ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି।

ରାଜନାଥ ସିଂ ଟ୍ୱିଟ୍ କରି କହିଛନ୍ତି ଯେ, “ମଣିପୁରର ଚୁରାଚାନ୍ଦପୁରରେ ଆସାମ ରାଇଫଲ୍ସ ଗାଡି ଉପରେ ହୋଇଥିବା ଭୟଙ୍କର ଆକ୍ରମଣ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ନିନ୍ଦନୀୟ। ଦେଶ ସିଓ ୪୬ ଏଆର ସମେତ ପାଞ୍ଚଜଣ ସାହସୀ ଯବାନ ଏବଂ ଦୁଇ ପରିବାର ସଦସ୍ୟଙ୍କୁ ହରାଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା।” ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ମିଆଁମାର ସୀମାନ୍ତରେ ଥିବା ଚୁରଚାନ୍ଦପୁର ଜିଲ୍ଲାରେ ଏହି ଘଟଣା ଘଟିଛି। ଏପର୍ଯ୍ୟନ୍ତ କୌଣସି ସନ୍ତ୍ରାସବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିନାହାଁନ୍ତି। ଖବର ମୁତାବକ, ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ଏକ ଗାଡିଉପକୁ ଆକ୍ରମଣ କରିଥିଲେ।