ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୩.୦: ଦକ୍ଷିଣ ବ୍ଲକର ମନ୍ତ୍ରଣାଳୟ ସଚିବାଳୟରେ ସ୍ୱଚ୍ଛତା ନିରୀକ୍ଷଣ କଲେ ପ୍ରତିରକ୍ଷା ମନ୍ତ୍ରୀ

Published: Oct 26, 2023, 9:33 pm IST

ନୂଆଦିଲ୍ଲୀ: ସ୍ୱଚ୍ଛତାକୁ ଦୈନନ୍ଦିନ ଅଭ୍ୟାସ ଭାବରେ ଗ୍ରହଣ କରିବା ପାଇଁ ସରକାରଙ୍କ ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅକ୍ଟୋବର ୨୬, ୨୦୨୩ରେ ନୂଆଦିଲ୍ଲୀର ସାଉଥ୍ ବ୍ଲକରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସଚିବାଳୟରେ ସ୍ୱଚ୍ଛତା ଯାଞ୍ଚ୍ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ କର୍ମଚାରୀମାନଙ୍କ ସହ ଆଲୋଚନା କରି କର୍ମକ୍ଷେତ୍ରରେ ଅତ୍ୟନ୍ତ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପ୍ରତି ସପ୍ତାହରେ କିଛି ଘଣ୍ଟା ଶ୍ରମଦାନ କରିବାକୁ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଥିଲେ। ସ୍ୱଚ୍ଛ ଓ ଶୃଙ୍ଖଳିତ କର୍ମକ୍ଷେତ୍ର ଦ୍ୱାରା ଉତ୍ପାଦକତା ବୃଦ୍ଧି ପାଇଥାଏ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସେ ସ୍ୱଚ୍ଛତା ବୀରମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ, ଯେଉଁମାନଙ୍କର ଅକ୍ଳାନ୍ତ ପ୍ରୟାସ ଏମଓଡିରେ ସ୍ୱଚ୍ଛତା ଅଭିଯାନର ସଫଳ ପରିଚାଳନାରେ ସହାୟକ ହୋଇଛି।

ଏହି ମନ୍ତ୍ରଣାଳୟ ସର୍ବଭାରତୀୟ ସ୍ୱଚ୍ଛତା ଅଭିଯାନ ସହିତ ସ୍ୱତନ୍ତ୍ର ଅଭିଯାନ ୩.୦ର ଚତୁର୍ଥ ତଥା ଅନ୍ତିମ ସପ୍ତାହରେ ରହିଛି। ଉପଲବ୍ଧ ସମ୍ବଳର ଲାଭଦାୟକ ଉପଯୋଗ ଏବଂ ସ୍କ୍ରାପ୍ ନିଷ୍କାସନରୁ ରାଜସ୍ୱ ଆଦାୟ ଉପରେ ଏହି ଅଭିଯାନର ମୁଖ୍ୟ ଗୁରୁତ୍ୱ ରହିଛି। ସୂଚନାଯୋଗ୍ୟ, ସାଉଥ୍ ବ୍ଲକରେ ଆସବାବପତ୍ର ସ୍କ୍ରାପ୍ ଏବଂ ଫଟୋକପି ମେସିନ୍ ଭଳି ପୁରୁଣା ଓ ଅଦରକାରୀ ଆଇଟି ଉପକରଣର ନିଷ୍କାସନ କରି ମନ୍ତ୍ରଣାଳୟ ୫.୩୪ ଲକ୍ଷ ଟଙ୍କା ରାଜସ୍ବ ଆଦାୟ କରିଛି। ଗାଡ଼ି ନିଲାମ ମାଧ୍ୟମରେ ୫୫ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଛି।

ସ୍ବଚ୍ଛତାର ଭାବନାକୁ ଦୃଷ୍ଟିରେ ରଖି ଚାଲିଥିବା ସ୍ବତନ୍ତ୍ର ଅଭିଯାନ ୩.୦ ରେ ଏକ ଅବ୍ୟବହୃତ କୋଠରୀକୁ ଅଳିଆମୁକ୍ତ କରାଯାଇ ନବୀକରଣ କରାଯାଇ ‘ଲେଡିଜ୍ ରୁମ୍’ରେ ପରିଣତ କରାଯାଇଥିଲା, ଯେଉଁଠାରେ କର୍ମଚାରୀମାନେ ନିଜ ସୁବିଧା ଅନୁଯାୟୀ ନିଜକୁ ସତେଜ କରିପାରିବେ। ସାଉଥ୍ ବ୍ଲକର ଦ୍ବିତୀୟ ମହଲାରେ ଥିବା ଏହି କୋଠରୀକୁ ରକ୍ଷାମନ୍ତ୍ରୀ ଉଦଘାଟନ କରିଥିଲେ। ଏହି ସକାରାତ୍ମକ ହସ୍ତକ୍ଷେପ ପାଇଁ ମହିଳା କର୍ମଚାରୀମାନେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯାହା ଅନ୍ୟମାନଙ୍କ ଦ୍ୱାରା ଅନୁକରଣ ଯୋଗ୍ୟ।

ରାଜନାଥ ସିଂହ ତଳ ମହଲାରେ ଥିବା ସ୍ଥାନ ପରିଦର୍ଶନ କରିଥିଲେ ଯାହା ପୂର୍ବରୁ ଅଚଳ ହୋଇପଡ଼ିଥିବା ବିଭାଗୀୟ କ୍ୟାଣ୍ଟିନ୍ ଥିଲା ଯେଉଁଠାରେ ଅଳିଆ ପକାଯାଉଥିଲା। ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ୩.୦ ରେ ଅଳିଆ ସଫା କରାଯାଇଛି ଏବଂ ଜାଗାର ନବୀକରଣ ଚାଲିଛି।

Related posts