ଚୀନ୍‌ର ବୈଦେଶିକ ମନ୍ତ୍ରୀ ପରେ ଏବେ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ନିଖୋଜ, ଗତ ଦୁଇ ସପ୍ତାହ ଧରି ମିଳୁନି ସନ୍ଧାନ

Published: Sep 11, 2023, 6:13 pm IST

ନୂଆଦିଲ୍ଲୀ: ଚାଇନାରେ ସବୁକିଛି ଠିକ୍ ଚାଲିନାହିଁ। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଅସୁବିଧାରେ ପଡିଛନ୍ତି। ସେଥିପାଇଁ ଚୀନରୁ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଖବର ଆସୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଦାବି ହେଉଛି ଯେ, ଚୀନ୍‌ର ବୈଦେଶିକ ମନ୍ତ୍ରୀ ପରେ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ମଧ୍ୟ ନିଖୋଜ ହୋଇଯାଇଛନ୍ତି। ବାସ୍ତବରେ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ଗତ କିଛି ଦିନ ହେବ ସର୍ବସାଧାରଣରେ ଦେଖାଯାଇନଥିଲେ, ତେଣୁ ତାଙ୍କର ନିଖୋଜ ଖବର ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକାଶ ଯେ, ଏହା ପୂର୍ବରୁ ଚୀନ୍ ସେନାର ଶକ୍ତିଶାଳୀ ରକେଟ୍ ଫୋର୍ସର ଜେନେରାଲ୍ ମଧ୍ୟ ନିଖୋଜ ହୋଇଯାଇଥିଲେ।

ଏଥର ଜାପାନରେ ଆମେରିକାର ରାଷ୍ଟ୍ରଦୂତ ରହମ୍ ଇମାନୁଏଲ୍ ଦାବି କରିଛନ୍ତି ଯେ, ଗତ ଦୁଇ ସପ୍ତାହ ଧରି ଚୀନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳିନାହିଁ। ସେ ସୋସିଆଲ ମିଡିଆ ୱେବସାଇଟ୍ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ନିଜର ଉଦ୍ବେଗ ପ୍ରକାଶ କରିଛନ୍ତି। ଏହାପୂର୍ବରୁ ଚୀନ୍ ନ୍ୟୁଜ୍ ଏଜେନ୍ସି କହିଛି ଯେ, ସି ଜିନପିଙ୍ଗ ପ୍ରତିରକ୍ଷା ମନ୍ତ୍ରୀଙ୍କ ସାମ୍ନାରେ ସୁରକ୍ଷା ଏବଂ ସ୍ଥିରତା ନେଇ ପ୍ରସଙ୍ଗ ଉଠାଇଛନ୍ତି।

Related posts