Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚୀନ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ: ସୁରକ୍ଷା ପରିସ୍ଥିତିର କଲେ ସମୀକ୍ଷା
ଆଜିର ଖବର

ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚୀନ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ: ସୁରକ୍ଷା ପରିସ୍ଥିତିର କଲେ ସମୀକ୍ଷା

April 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚୀନ ଗସ୍ତ କରି ସୁରକ୍ଷା ସ୍ଥିତିର ପ୍ରତ୍ୟକ୍ଷ ଆକଳନ କରିଛନ୍ତି। ଅତ୍ୟଧିକ ପ୍ରତିକୂଳ ପରିବେଶ ଏବଂ କଠିନ ଅଞ୍ଚଳରେ ନିୟୋଜିତ ସୈନିକମାନଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ। ରକ୍ଷାମନ୍ତ୍ରୀଙ୍କ ସହ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ; ଜେନେରାଲ ଅଫିସର କମାଣ୍ଡିଂ-ଇନ୍‌- ଚିଫ୍‌, ଉତ୍ତର କମାଣ୍ଡ ଲେଫ୍ଟନାଣ୍ଟ ଜେନେରାଲ ଏମ୍‌ଭି ସୁଚିନ୍ଦ୍ର କୁମାର; ଏବଂ ଜେନେରାଲ ଅଫିସର କମାଣ୍ଡିଂ, ୧୪ କର୍ପସ୍ ଲେଫ୍ଟନାଣ୍ଟ ଜେନେରାଲ ରଶିମ ବାଲି ମଧ୍ୟ ଉପସ୍ଥିତ ଥିଲେ।

ଆକାଶ ମାର୍ଗରୁ ଅନୁଧ୍ୟାନ ପରେ ପ୍ରତିରକ୍ଷା ମନ୍ତ୍ରୀ ୧୫,୧୦୦ ଫୁଟ ଉଚ୍ଚତାରେ ଥିବା ଏକ ଫରୱାର୍ଡ ପୋଷ୍ଟରେ ଅବତରଣ କରିଥିଲେ ଏବଂ ତାଙ୍କୁ ସିଆଚୀନ ଗ୍ଳାସିୟରରେ ଅପରେସନ୍ ସମ୍ବନ୍ଧୀୟ ପ୍ରସ୍ତୁତି ଏବଂ ପ୍ରଚଳିତ ସୁରକ୍ଷା ପରିସ୍ଥିତି ବିଷୟରେ ବିଶଦ ବିବରଣୀ ଦିଆଯାଇଥିଲା।  ସେ ସ୍ଥଳ ଭାଗରେ କମାଣ୍ଡରମାନଙ୍କ ସମ୍ମୁଖରେ ଥିବା ପରିଚାଳନାଗତ ଆହ୍ୱାନ ସହିତ ଜଡ଼ିତ ଦିଗ ଗୁଡିକ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ସୈନିକମାନଙ୍କୁ ସମ୍ବୋଧିତ କରି ଶ୍ରୀ ରାଜନାଥ ସିଂହ ଅତ୍ୟନ୍ତ କଠିନ ପରିସ୍ଥିତିରେ ସାହସିକତା ଏବଂ ଦୃଢ଼ ସଂକଳ୍ପର ସହିତ ମାତୃଭୂମିର ସୁରକ୍ଷାର ପୁଣ୍ୟ ପଥରେ ସେମାନେ ଚାଲୁଥିବାରୁ ସେମାନଙ୍କୁ ପ୍ରଶଂସା କରିଥିଲେ। ସଶସ୍ତ୍ର ବାହିନୀ ଯବାନଙ୍କ ନିକଟରେ ଦେଶ ସର୍ବଦା ଋଣୀ ରହିବ , କାରଣ ସେମାନଙ୍କ ବଳିଦାନ ଯୋଗୁଁ ପ୍ରତ୍ୟେକ ନାଗରିକ ସୁରକ୍ଷିତ ଅନୁଭବ କରୁଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଆମର ବୀର ସୈନିକମାନେ ସୀମାରେ ଦୃଢ଼ତାର ସହ ଠିଆ ହୋଇ ଥିବାରୁ ଆମେ ଶାନ୍ତିପୂର୍ଣ୍ଣ ଜୀବନ ବିତାଉଛୁ ବୋଲି ସେ ଉଲ୍ଲେଖ କରିଥିଲେ। ଆଗାମୀ ଦିନରେ ଯେତେବେଳେ ଜାତୀୟ ନିରାପତ୍ତାର ଇତିହାସ ଲେଖାଯିବ, ବରଫ ଆଚ୍ଛାଦିତ ଅତ୍ୟଧିକ ଥଣ୍ଡା ଗ୍ଳାସିୟରରେ ଆମ ସୈନିକ ମାନଙ୍କର ସାହସିକତା ଏବଂ ଦୃଢ଼ ଇଚ୍ଛାଶକ୍ତିକୁ ସେତେବେଳେ ଗର୍ବର ସହ ସ୍ମରଣ କରାଯିବ ବୋଲି ସେ କହିଥିଲେ। ଏହା ଭବିଷ୍ୟତ ପିଢ଼ିଙ୍କ ନିମନ୍ତେ ସବୁ ଦିନ ପାଇଁ ଏକ ପ୍ରେରଣା ହୋଇ ରହିବ’  ବୋଲି ସେ କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ସିଆଚୀନକୁ ଏକ ସାଧାରଣ ଭୂମି ନୁହେଁ, ବରଂ ଭାରତର ସାର୍ବଭୌମତ୍ୱ ଏବଂ ସଂକଳ୍ପର ପ୍ରତୀକ ବୋଲି ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଯେଉଁଭଳି ଦିଲ୍ଲୀ ଭାରତର ଜାତୀୟ ରାଜଧାନୀ, ମୁମ୍ବାଇ ହେଉଛି ଆର୍ଥିକ ରାଜଧାନୀ ଏବଂ ବେଙ୍ଗାଲୁରୁ ହେଉଛି ପ୍ରଯୁକ୍ତିର ରାଜଧାନୀ; ସେହିଭଳି ସିଆଚୀନ ହେଉଛି ସାହସ, ଧୈର୍ଯ୍ୟ ଓ ସଂକଳ୍ପର ରାଜଧାନୀ ।

ଦେଶ ନିକଟ ଅତୀତରେ ଅପରେସନ ମେଘଦୂତର ସଫଳତାର ୪୦ ତମ ବାର୍ଷିକୀ ପାଳନ କରିଛି । ୧୯୮୪ ଏପ୍ରିଲ ୧୩ ତାରିଖରେ ସିଆଚୀନ ଠାରେ ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଏହି ଅପରେସନକୁ ଦେଶର ସାମରିକ ଇତିହାସର ଏକ ସୁବର୍ଣ୍ଣ ଅଧ୍ୟାୟ ବୋଲି ଶ୍ରୀ ରାଜନାଥ ସିଂହ କହିଛନ୍ତି । “ଅପରେସନ ମେଘଦୂତର ସଫଳତା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ’ ବୋଲି ସେ କହିଛନ୍ତି ।

ମାତୃଭୂମିର ସେବାରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରକ୍ଷାମନ୍ତ୍ରୀ ସିଆଚୀନ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଉଲ୍ଲେଖଯୋଗ୍ୟ, ୨୦୨୪ ମାର୍ଚ୍ଚ ୨୪ ତାରିଖରେ ରାଜନାଥ ସିଂହ ଲେହ ଗସ୍ତ କରି ଯବାନଙ୍କ ସହ ହୋଲି ପାଳନ କରିଥିଲେ। ସେ ସିଆଚୀନ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ପ୍ରତିକୂଳ ପାଗ ଯୋଗୁଁ ଏହାକୁ ସ୍ଥଗିତ ରଖା ଯାଇଥିଲା। ଲେହରୁ ରକ୍ଷାମନ୍ତ୍ରୀ ସିଆଚୀନରେ ମୁତୟନ ଥିବା ଯବାନଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ଏବଂ ସେମାନଙ୍କୁ କହିଥିଲେ ଯେ ସେ ଖୁବ୍ ଶୀଘ୍ର ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ପରିଦର୍ଶନ କରିବେ ଏବଂ ସେମାନଙ୍କ ସହ ଆଲୋଚନା କରିବେ। ଏହିଭଳି ଭାବେ ଆଜି ସିଆଚୀନ ଗସ୍ତ କରି ରାଜନାଥ ସିଂହ ନିଜର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ସତ୍ତ୍ୱେ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି।

Rajnath Singh ପ୍ରତିରକ୍ଷା ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.