Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପୁସ୍ତକ “ସବ୍ୟସାଚୀର ଶବ୍ଦ” ଉନ୍ମୋଚିତ
ଆଜିର ଖବର

ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପୁସ୍ତକ “ସବ୍ୟସାଚୀର ଶବ୍ଦ” ଉନ୍ମୋଚିତ

February 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପୁସ୍ତକ "ସବ୍ୟସାଚୀର ଶବ୍ଦ" ଉନ୍ମୋଚିତ

ଭୁବନେଶ୍ବର: ବିଶ୍ବ ମାତୃଭାଷା ଦିବସ ଅବସରରେ ଆଜି ରାଜ୍ୟ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ କବିତା ସଂକଳନ ” ସବ୍ୟସାଚୀର ଶବ୍ଦ” ଉନ୍ମୋଚିତ ହୋଇଯାଇଛି।

ସ୍ଥାନୀୟ ଭାରତୀୟ ବିଦ୍ୟା ଭବନ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜ୍ଞାନପୀଠ ପୁରସ୍କାରରେ ଭୂଷିତ ବିଶିଷ୍ଟ ସାହିତ୍ୟିକ ପଦ୍ମ ବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର ପୁସ୍ତକ ଉନ୍ମୋଚନ କରିଥିଲେ।

ଏହି ଅବସରରେ ସେ କହିଥିଲେ ଯେ, ଅତନୁଙ୍କ କବିତାରେ ତିନୋଟି ମୁଖ୍ୟ କଥା ରହିଛି- ତାଙ୍କ ବାପା, ବୋଉ ଏବଂ ଚିତ୍ରୋତ୍ପଳା ନଦୀ। ଏମାନଙ୍କ ଉପରେ ସେ କବିତା ଲେଖିଛନ୍ତି। “ସବ୍ୟସାଚୀର ଶବ୍ଦ” ଅନୁଭୂତିର କବିତା ବୋଲି ଦର୍ଶାଇ ସେ କହିଥିଲେ ଯେ, ଗଭୀର ଅନୁଭୂତି ଓ ଅଭିଜ୍ଞତା ନଥିଲେ କବିତା ଲେଖିହୁଏ ନାହିଁ।

ସମ୍ମାନିତ ଅତିଥି ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର ପୁସ୍ତକ ଉପରେ ଆଲୋଚନା କରି କହିଥିଲେ ଯେ, ଅତନୁଙ୍କ କବିତାରେ କାରୁଣ୍ୟର ସ୍ବର ରହିଛି। ତାଙ୍କର ଜୀବନାନୁଭୂତି ପ୍ରଚୁର। ତେଣୁ ସେ ଆହୁରି ଲେଖନ୍ତୁ ବୋଲି ଶ୍ରୀମତୀ ମିଶ୍ର ଉପଦେଶ ଦେଇଥିଲେ।

ଲେଖକ ଅତନୁ ସବ୍ୟସାଚୀ ନିଜ କବିତା ରଚନା ଉପରେ ଆଲୋକପାତ କରି କହିଥିଲେ ” ମୋ ବୋଉ ମୋ ପ୍ରେରଣା। ମତେ ସେ ହିଁ କଲମ ଧରେଇଛନ୍ତି।” ସେ ଦର୍ଶାଇଥିଲେ, ଆଗରୁ କିଛି କିଛି କବିତା ଲେଖିଛି। କିନ୍ତୁ ବିଶେଷ ପ୍ରକାଶ ପାଇନାହିଁ।

ପିଲାଦିନେ ମନପବନ ଓ ମୀନାବଜାରରେ ମୋର କିଛି ଲେଖା ପ୍ରକାଶିତ ହୋଇଛି। ମୋ ମନର ଆବେଗ ଓ ଭାବପ୍ରବଣତା କବିତା ଆକାରରେ ବାହାରି ଆସିଥିଲା। ସେସବୁ ଆଜି ସଂକଳିତ ହୋଇଛି।

ଉତ୍ସବରେ ସଭାପତିତ୍ବ କରି ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୌରହରି ଦାସ କହିଥିଲେ, ଆଜି ଗୋଟିଏ ଭଲ ଦିନ। ଆଜି ଆନ୍ତର୍ଜାତିକ ମାତୃଭାଷା ଦିବସ। ମାତୃଭାଷା ବଞ୍ଚିବ, ଯଦି ମାତୃଭାଷାରେ ଆମେ ଲେଖିବା। ଆଜି ଅତନୁ ବାବୁ ନିଜ ବହି ଉନ୍ମୋଚନ କରାଇ ମାତୃଭାଷାର ସେବା କରିଛନ୍ତି।

ମାଆ ବାପା ସାହିତ୍ୟର ସେବା କଲେ ତା’ର ପ୍ରଭାବ ପିଲାଙ୍କ ଉପରେ ପଡ଼େ। ଏହାର ପ୍ରକୃଷ୍ଟ ଉଦାହରଣ ଅତନୁ ବାବୁ। ସେ ଜଣେ ସଫଳ ରାଜନେତା, ମନ୍ତ୍ରୀ। ଆଜି କବି ଭାବେ ସେ ନୂଆ ପରିଚୟ ପାଇଲେ ବୋଲି ଡକ୍ଟର ଦାସ ପ୍ରକାଶ କରିଥିଲେ।

ପ୍ରାରମ୍ଭରେ ପୁସ୍ତକର ପ୍ରକାଶକ ବ୍ଲକ ଈଗଲ ବୁକ୍ସ ପକ୍ଷରୁ ଅଶୋକ ପରିଡ଼ା ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ନିଳୟକାନ୍ତ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସାହିତ୍ୟିକ ଶତ୍ରୁଜିତ୍ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଲେଖକ, ବିଧାୟକ ଦେବୀ ମିଶ୍ର, ରାଜନେତା, ଲେଖକଙ୍କ ପରିବାର, ଶୁଭେଚ୍ଛୁ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ଅତନୁ ସବ୍ୟସାଚୀ ନାୟକ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼: ଯାତ୍ରା କରୁଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

February 20, 2026

ଏଲିଏନ୍‌ମାନଙ୍କର ଗୁପ୍ତ ତଥ୍ୟ ପ୍ରକାଶ କରିବ ଆମେରିକା!: ବଡ଼ ନିର୍ଦ୍ଦେଶ ଜାରି କଲେ ଟ୍ରମ୍ପ୍ 

February 20, 2026

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026
Latest News

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼: ଯାତ୍ରା କରୁଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

February 20, 2026

ଏଲିଏନ୍‌ମାନଙ୍କର ଗୁପ୍ତ ତଥ୍ୟ ପ୍ରକାଶ କରିବ ଆମେରିକା!: ବଡ଼ ନିର୍ଦ୍ଦେଶ ଜାରି କଲେ ଟ୍ରମ୍ପ୍ 

February 20, 2026

ଆମେରିକା ସହିତ ‘ପ୍ୟାକ୍ସ ସିଲିକା’ରେ ଯୋଗଦେଲା ଭାରତ: ଜାଣନ୍ତୁ ଏହା କ’ଣ?

February 20, 2026

“ଯଦି ଆପଣମାନେ ଫ୍ରାନ୍ସ ଆସନ୍ତି…”: ଭାରତୀୟମାନଙ୍କୁ ବଡ଼ ପ୍ରସ୍ତାବ ଦେଲେ ମାକ୍ରୋନ୍

February 20, 2026

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.