ଲୋକସଭା ଅଧିବେଶନର ପ୍ରଥମ ଦିନରେ ସଂସଦରେ ଅନୁପସ୍ଥିତ ରହିଲେ ରାହୁଲ୍‌

Published: Jun 17, 2019, 2:07 pm IST

ଆଜି ୧୭ତମ ଲୋକସଭାର ପ୍ରଥମ ଦିନ । ସଂସଦରେ ବଜେଟ୍‌ ଅଧିବେଶନ୍‌ ଆରମ୍ଭ ହୋଇଯାଇଛି । ତେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଆଜି ସଂସଦରେ ଅନୁପସ୍ଥିତ ରହିଛନ୍ତି । ଚଳିତ ଥର ରାହୁଲ୍‌ ଆମେଠିରୁ ନୁହେଁ ବରଂ ଓ୍ବାୟନଡ଼ରୁ ସାଂସଦ ରୂପେ ନିର୍ବାଚିତ ହୋଇଛନ୍ତି । ଶୁଣିବାକୁ ମିଳିଛି ଯେ ରାହୁଲ୍‌ ଗାନ୍ଧି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଆଜି କଂଗ୍ରେସର ମହାସଚିବ ତଥା ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଓ ମାତା ସୋନିଆ ଗାନ୍ଧିଙ୍କ ସାକ୍ଷାତ କରିଛନ୍ତି । ତେବେ ସଂସଦରେ ଅନୁପସ୍ଥିତ ରହିବାର କାରଣ ସମ୍ପର୍କରେ କିଛି ସୂଚନା ମିଳିପାରି ନାହିଁ । ତେବେ ଏହାକୁ ନେଇ କଟାକ୍ଷ କରିଛି ବିଜେପି । ବିଜେପିର ଆଇଟି ସେଲ୍‌ ପ୍ରମୁଖ ଅମିତ୍‌ ମାଲବୀୟ ରାହୁଲ୍‌ ଗାନ୍ଧିକୁ ନେଇ ଏକ ଟୁଇଟ୍‌ କରିଛନ୍ତି ଯେ, ଲୋକସଭାର ପ୍ରଥମ ଅଧିବେସନରେ ରାହୁଲ୍‌ ଗାନ୍ଧି ସଂସଦରେ ଅନୁପସ୍ଥିତ ରହିବା, ଭାରତୀୟ ଲୋକତନ୍ତ୍ର ପ୍ରତି ତାଙ୍କର କ’ଣ ଏହା ସମ୍ମାନ ଅଟେ ? ଆଜି ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବଡ଼ବଡ଼ ନେତା ମାନେ ଶପଥ ଗ୍ରହଣ କରିଛନ୍ତି ।

Related posts